ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏଲ୍‌ ପୂର୍ବରୁ ବାଜି ମାରିଲେ ଗୁଜରାଟ ଟାଇଟନ୍ସର ଖେଳାଳି, ଆଇସିସି ରାଙ୍କିଂକୁ ନେଇ ଚର୍ଚ୍ଚା

Image Courtesy: indiatv

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୪ । ଆଉ ଏହାରି ମଧ୍ୟରେ ଶୁଭମନ ଗିଲଙ୍କ ନେତୃତ୍ବାଧୀନ ଗୁଜରାଟ ଟାଇଟନ୍ସ ଟିମ୍‌ର ଜଣେ ଖେଳାଳି ଆଇପିଏଲ ପୂର୍ବରୁ ଚର୍ଚ୍ଚାକୁ ଆସିଛନ୍ତି । ଆହତ ପରେ ଅନ୍ତର୍ଜାତୀୟ ଟିମ୍‌କୁ ଫେରିବା ପରେ ଏଭଳି ପ୍ରଦର୍ଶନ କରିଛନ୍ତି ଯେ ସେ ଆଇସିସି ରାଙ୍କିଂରେ ବହୁ ଆଗକୁ ଆସିଛନ୍ତି । ଆମେ କହୁଛୁ ଆଫଗାନିସ୍ତାନର ରାଶିଦ ଖାନଙ୍କ କଥା । 

ଏଥର ଆଇପିଏଲରେ ଗୁଜରାଟ ଟାଇଟନ୍ସ ଉପରେ ସମସ୍ତଙ୍କ ନଜର ରହିବ । ଦୁଇଟି ସିଜ୍‌ନରେ ଅଂଶଗ୍ରହଣ କରିଥିବା ଟିମ୍‌ ଗୋଟିଏରେ ଚାମ୍ପିୟନ ହୋଇଥିଲା ଏବଂ ଥରେ ରନର ଅପ୍‌ ହୋଇଥିଲା । ଅର୍ଥାତ ପ୍ରତି ଥର ଟିମ୍‌ ଖୁବ ଭଲ ପ୍ରଦର୍ଶନ କରିଛି । ସେତେବେଳେ ଟିମ୍‌ର ନେତୃତ୍ବ ନେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ହେଲେ ଏବେ ସେ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଥିବା ବେଳେ ଟିମ୍‌ର ନେତୃତ୍ବ ନେଇଛନ୍ତି ।

ସେପଟେ ଗୁଜରାଟ ଟାଇଟନ୍ସର ମଙ୍ଗ ସମ୍ଭାଳିବେ ଶୁଭମନ ଗିଲ । ରାଶିଦ ଖାନ ଟିମ୍‌ ଉପ ଅଧିନାୟକ ରହିବେ । ଦିନିକିଆ ବିଶ୍ବକପ ପରେ ଆହତ ହୋଇଥିବା ରାଶିଦଙ୍କର ସର୍ଜରୀ ହୋଇଛି । ଏଥିପାଇଁ ସେ ଦୀର୍ଘ ସମୟ ଧରି କ୍ରିକେଟ ମଇଦାନରୁ ଦୂରେଇ ରହିଥିଲେ । କିନ୍ତୁ ଆୟାର୍ଲାଣ୍ଡ ବିପକ୍ଷରେ ଆୟୋଜିତ ଟି-୨୦ ସିରିଜ୍‌ରେ ପ୍ରତ୍ୟାବର୍ତ୍ତନ କରିବା ସହ ସେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ଆଉ ତାଙ୍କର ଏହି ସଫଳତା ଆଇସିସି ରାଙ୍କିଂ ତାଲିକାରେ ପ୍ରତିଫଳିତ ହୋଇଛି । 

ଆଇସିସି ଟି-୨୦ ରାଙ୍କିଂରେ ସେ ୪ଟି ସ୍ଥାନ ଉପରକୁ ଉଠିବା ସହ ଏବେ ଦଶମ ସ୍ଥାନରେ ପହଞ୍ଚି ଯାଇଛନ୍ତି । ତେବେ ରାଶିଦଙ୍କୁ ଆଗକୁ ଆଇପିଏଲରେ ଦେଖିବାକୁ ମିଳିବ । ମାର୍ଚ୍ଚ ୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆଇପିଏଲ-୨୦୨୪ର ଯାତ୍ରା ଆରମ୍ଭ କରିବ ଗୁଜରାଟ ଟାଇଟନ୍ସ ।

 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.