ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା; ଆଘାତ କାରଣରୁ ବିଶ୍ବକପ୍‌ରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୦୪/୧୧: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱକପ ୨୦୨୩ ରୁ ବାହାରିଛନ୍ତି। ଆଘାତ କାରଣରୁ ସେ ଟିମ୍ ଇଣ୍ଡିଆର ଏକାଦଶରୁ ବାଦ୍ ପଡ଼ିଛନ୍ତି। ପାଣ୍ଡ୍ୟାଙ୍କ ସ୍ଥାନରେ ପ୍ରସିଦ୍ଧ କୃଷ୍ଣଙ୍କୁ ଦଳରେ ସାମିଲ କରାଯାଇଛି। ପାଣ୍ଡ୍ୟାଙ୍କ ସେମିଫାଇନାଲରୁ ବାହାରିବା ଭାରତ ପାଇଁ ଏକ ବଡ଼ ଝଟ୍‌କା। ସେ ଜଣେ ଅଭିଜ୍ଞ ଖେଳାଳି ଏବଂ ଅନେକ ବଡ଼ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି। ସୂଚନାଥାଉକି ପୁଣେରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ପାଣ୍ଡ୍ୟା ଆହତ ହୋଇଥିଲେ।

ପୁଣେରେ ଖେଳାଯାଇଥିବା ମ୍ୟାଚ୍‌ରେ ବୋଲିଂ କରୁଥିବାବେଳେ ହାର୍ଦ୍ଦିକ ଆହତ ହୋଇଥିଲେ। ତାଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିଲା। ଏହି କାରଣରୁ ହାର୍ଦ୍ଦିକ ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଏବଂ ଶ୍ରୀଲଙ୍କା ବିପକ୍ଷରେ ଖେଳିନଥିଲେ। ତାଙ୍କ ସ୍ଥାନରେ ପ୍ରସିଦ୍ଧ କୃଷ୍ଣ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଦଳ ବର୍ତ୍ତମାନ ୧୪ ପଏଣ୍ଟ ସହିତ ପଏଣ୍ଟ ଟେବୁଲରେ ଶୀର୍ଷରେ ଅଛି। ଦଳ ମୋଟ ୭ ଟି ମ୍ୟାଚ୍ ଖେଳି ସବୁ‌ଥିରେ ବିଜୟ ହାସଲ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି। କିନ୍ତୁ ସେମିଫାଇନାଲ ପୂର୍ବରୁ ପାଣ୍ଡ୍ୟାଙ୍କ ବାଦ୍‌ ପଡ଼ିବା ଦଳକୁ ଏକ ଝଟ୍‌କା ଲାଗିଛି। ହାର୍ଦ୍ଦିକ ଜଣେ ଅଭିଜ୍ଞ ଖେଳାଳି ଏବଂ ଆଇସିସି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି। 

ପଢ଼ନ୍ତୁ: ଆଫଗାନିସ୍ତାନର ବିଜୟ ପରେ ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ; ଦଶମ ସ୍ଥାନରେ ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ଏବଂ ଷଷ୍ଠରେ ପାକିସ୍ତାନ

ପାଣ୍ଡ୍ୟାଙ୍କ ବହିଷ୍କାର ପରେ ଭାରତ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରିଛି। ଆନ୍ତର୍ଜାତୀୟ ମ୍ୟାଚରେ କୃଷ୍ଣଙ୍କର ଏପର୍ଯ୍ୟନ୍ତ ଅଭିଜ୍ଞତା ନାହିଁ। କିନ୍ତୁ ସେ ଅନେକ ଥର ଭଲ ପ୍ରଦର୍ଶନ କରିଛନ୍ତି। ସେ ଏପର୍ଯ୍ୟନ୍ତ ୧୭ ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି ଏବଂ ଏହାରି ଭିତରେ ୨୯ ଟି ୱିକେଟ୍ ନେଇଛନ୍ତି। ଏକ ଦିବସୀୟ ମ୍ୟାଚରେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ୧୨ ରନ୍‌ ବଦଳରେ୪ ୱିକେଟ୍ ନେବା ଥିଲା। ସେ ୨ ଟି ଅନ୍ତର୍ଜାତୀୟ ମ୍ୟାଚରେ ୪ ଟି ୱିକେଟ୍ ନେଇଛନ୍ତି। ସୂଚନା ଥାଉକି, ସେମିଫାଇନାଲ ପୂର୍ବରୁ ଭାରତକୁ ଦୁଇଟି ମ୍ୟାଚ୍ ଖେଳିବାକୁ ପଡ଼ିବ। ଟିମ୍ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରହିଛି, ଯାହାି ୫ ନଭେମ୍ବରରେ କୋଲକାତାରେ ଖେଳାଯିବ। ଏହା ପରେ ୧୨ ନଭେମ୍ବରରେ ନେଦରଲ୍ୟାଣ୍ଡ ବିପକ୍ଷରେ ଏକ ମ୍ୟାଚ୍ ହେବ।

You can also read: ଡେଙ୍ଗୁ ପାଇଁ ୪ କେଜି ହ୍ରାସ୍ ପାଇଥିଲା ଶୁବମନ ଗିଲଙ୍କ ଓଜନ, କହିଲେ ପୁଣି କେମିତି କଲେ ଉତ୍ତମ ପ୍ରଦର୍ଶନ



  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.