ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ପୁଷ୍କର ମେଳାରେ ପହଞ୍ଚିଲା ୭ କୋଟିର ଘୋଡା, ଦୈନନ୍ଦିନ ଖାଦ୍ୟ ତାଲିକା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ ୨୧/୧୧: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପୁଷ୍କର ପଶୁ ମେଳାରେ ବିକ୍ରି ପାଇଁ ଆସୁଥିବା ପଶୁଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ମେଳାରେ ୩୫ ଘୋଡ଼ା ରାଜସ୍ଥାନ ବାହାରୁ ଆସିଛନ୍ତି । ଏମାନଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ହୋଇଛି ମାରୱାଡ଼ି ପ୍ରଜାତିର ଏକ ଘୋଡ଼ା । ନାଁ ଫ୍ରେଜେଣ୍ଡ୍‌ । ଗୁଜରାଟରୁ ଏହା ମେଳାକୁ ଆସିଛି । ଘୋଡ଼ାର ମୂଲ୍ୟ ଓ ତା’ର ଦୈନନ୍ଦିନ ଖାଦ୍ୟ ତାଲିକା ଶୁଣି ସମସ୍ତେ ଚକିତ ହେଉଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ, ଫ୍ରେଜେଣ୍ଡ୍‌ର ମୂଲ୍ୟ ୭ କୋଟି ଟଙ୍କା । 

ଏହାର ମାଲିକ ଯୁବରାଜ ଜାଡେଜା କହିଛନ୍ତି, ଗତ ଦେଢ଼ ବର୍ଷରୁ ଫ୍ରେଜେଣ୍ଡ୍‌ ତାଙ୍କ ପାଖରେ ଅଛି । ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଭଳି ବାହନ ନିର୍ମାଣ କରାଯାଇଛି । ଫ୍ରେଜେଣ୍ଡ୍‌ ପ୍ରତିଦିନ ଗୀର୍‌ ଗାଈର ୧୫ ଲିଟର କ୍ଷୀର ପିଏ । ୫ କିଲୋ ଚଣା ଓ ୫ କିଲୋ ଡାଲି ମଧ୍ୟ ଖାଏ । ଜାଡେଜାଙ୍କ ଅନୁସାରେ, ଏହା ସାଧାରଣ ପାଣି ନୁହେଁ, ବରଂ ମିନେରାଲ ୱାଟର୍‌ ପିଏ । ଏହାର ଲମ୍ବ ୬୪ ଇଞ୍ଚ, ଓଜନ ୩୫୦ କିଲୋ । ଫ୍ରେଜେଣ୍ଡ୍‌ ହେଉଛି ରାଜସ୍ଥାନୀ ପ୍ରଜାତିର ପ୍ରସିଦ୍ଧ ଘୋଡ଼ା ରୁହିର ପୁଅ । ତା’ ମା’ ନାଁ ରତ୍ନାଗିରୀ । 

ଫ୍ରେଜେଣ୍ଡ୍‌ ଅଦ୍ୟାବଧି ଗୁଜରାଟ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଛି । କୌଣସି ଘୋଡ଼ା ତାକୁ ଆଜି ପର୍ଯ୍ୟନ୍ତ ହରାଇ ପାରିନାହାନ୍ତି । ଜାଡେଜା କିନ୍ତୁ ଘୋଡ଼ାକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଆଣିନାହାନ୍ତି । ସେ ଏହାକୁ ପ୍ରଥମ ଥର ଅନ୍ତର୍ଜାତୀୟ ପୁଷ୍କର ମେଳାରେ ଆୟୋଜିତ ପ୍ରତିଯୋଗିତାରେ ସାମିଲ କରିବାକୁ ଆଣିଛନ୍ତି । ଦୀପାବଳି ପରଦିନଠୁ ଆରମ୍ଭ ହୋଇଥିବା ପୁଷ୍କର ପଶୁ ମେଳାରେ ବିଭିନ୍ନ ଶ୍ରେଣୀର ହଜାର ହଜାର ପଶୁ ସାମିଲ ହୋଇଛନ୍ତି । ସର୍ବାଧିକ ୩୬୫୯ ଓଟ ସାମିଲ ହୋଇଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.