ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁନିତା କେଜ୍ରିଓ୍ବାଲଙ୍କୁ ଭେଟିଲେ କଳ୍ପନା ସୋରେନ୍, ଆଗକୁ ଏକାଠି ହୋଇ କରିବେ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୩୦।୩:ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ୍ ଦିଲ୍ଲୀ ପହଁଞ୍ଚିଛନ୍ତି। ସେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତା କେଜ୍ରିଓ୍ବାଲଙ୍କୁ ଭେଟିଛନ୍ତି। ତାଙ୍କ ସହିତ ଦିଲ୍ଲୀର ମନ୍ତ୍ରୀ ଓ ଆମ୍ ଆଦମୀ ପାର୍ଟି (ଆପ୍) ନେତା ସୌରଭ ଭରଦ୍ବାଜ ମଧ୍ୟ ଅଛନ୍ତି। ଉଲ୍ଲେଖନୀୟ ଯେ, ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଇଡି କଷ୍ଟଡିରେ ଅଛନ୍ତି। ତାଙ୍କୁ କଥିତ ମଦ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। ସେଭଳି ହେମନ୍ତ ସୋରେନ୍ ମଧ୍ୟ ଜମି ଦୁର୍ନୀତି ମାମଲାର ଗିରଫ ହୋଇ ଜେଲରେ ଅଛନ୍ତି।

ସୁନିତା ଓ କଳ୍ପନାଙ୍କ ସାକ୍ଷାତ ସମୟର ଏକ ଭିଡିଓ ସାମନାକୁ ଆସିଛି। ଦୁହେଁ ପରସ୍ପରକୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛନ୍ତି। ଏଥିରୁ ଲାଗୁଛି ଦୁହେଁ ସମାନ ଦୁଃଖରେ ଥିବା ବେଳେ ଏବେ ନିଜ ନିଜର ସ୍ବାମୀଙ୍କ ପାଇଁ ଲଢେଇ ଜାରି ରଖିବେ। କେଜ୍ରିଓ୍ବାଲ ଗିରଫ ହେବାପରେ ସୁନୀତାଙ୍କୁ କଳ୍ପନା ଫୋନ୍ କରି କଥା ହୋଇଥିଲେ। ସେତେବେଳେ କହିଥିଲେ, ଜଣେ ଜୀବନସାଥୀ ଭାବରେ ମୁଁ ତାଙ୍କର ଅସୁବିଧାକୁ ବୁଝି ପାରୁଛି।’ 

ଉଲ୍ଲେଖନୀୟ ଯେ, ୩୧ ମାର୍ଚ୍ଚରେ ଦିଲ୍ଲୀର ରାମଲୀଲା ମୈଦାନରେ ‘ଇଣ୍ଡିଆ’ ମହାମେଣ୍ଟର ମହାରାଲି ରହିଛି। ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଗିରଫକୁ ନେଇ ବିରୋଧି ଦଳ ନିଜର ଶକ୍ତି ପ୍ରଦର୍ଶନ କରିବ। ତେବେ କଂଗ୍ରେସର କହିବା ଅନୁସାରେ, ଏହି ରାଲି କୌଣସି ଜଣେ ବ୍ୟକ୍ତିଙ୍କ ପାଇଁ ନୁହେଁ, ବଂର ସମ୍ବିଧାନକୁ ବଞ୍ଚାଇବା ପାଇଁ କରାଯାଇଛି। ଏହି ମହାରାଲିରେ ସାମିଲ ହେବା ପାଇଁ ଝାଡଖଣ୍ଡରୁ କଳ୍ପନା ମଧ୍ୟ ଯାଇଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.