ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଫାଇନାନ୍ସ କର୍ମଚାରୀଙ୍କ ଦାଦାଗିରି : କିସ୍ତି ବାନ୍ଧିବାରେ ବିଳମ୍ବ ହେଲା ବୋଲି ଅଶ୍ଳୀଳ ଭାଷା ସହ ଜାତିଆଣ ଆକ୍ଷେପ, ଥାନାରେ ଏତଲା

ଦାରିଙ୍ଗବାଡ଼ି,୨୭/୯ : ଦିନକୁ ଦିନ ଋଣ ପ୍ରଦାନ କରୁଥିବା ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ଦାଦାଗିରି ବୃଦ୍ଧି ପାଇବାରେ ଲାଗିଛି । ସୁଦ୍ଧ ଆଶାରେ ଲୋକଙ୍କୁ ଋଣ ଯାଚି ଯାଚି ଦେଉଥିବାବେଳେ କିସ୍ତି ଟଙ୍କା ଦେବାରେ ଟିକିଏ ବିଳମ୍ବ ହେଲେ ଦେଖାଉଛନ୍ତି ଦାଦାଗିରି । ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ଅଶିକ୍ଷିତ ଆଦିବାସୀ ଲୋକଙ୍କୁ କିସ୍ତି ଟଙ୍କା ଆଦାୟ କରିବାବେଳେ ସବୁ ସୀମା ଟପି ଯାଉଛନ୍ତି । ଅଶ୍ଳିଳ ଭାଷା ବ୍ୟବହାର କରିବା ସହ ହତ୍ୟା ଧମକ ଦେଇ ଭୟଭୀତ କରାଇ କିସ୍ତି ଟଙ୍କା ଆଦାୟ କରୁଛନ୍ତି  । 

ଏଭଳି କିଛି ଅଭିଯୋଗ ଆସିଛି ଦାରିଙ୍ଗବାଡି ଥାନା ଅନ୍ତର୍ଗତ  ସିମନବାଡ଼ି ଅଞ୍ଚଳରୁ  । ସିମନବାଡ଼ି ବଜାରରେ ପରିବା ଦୋକାନ କରିଛନ୍ତି ଆଦିବାସୀ ଯୁବକ ଅମରେନ୍ଦ୍ର ପ୍ରଧାନ । ନିଜ ପରିବା ଦୋକାନ ଚଲେଇବା ପାଇଁ  ଅମରେନ୍ଦ୍ର   ବିଭିନ୍ନ ଫାଇନାନ୍ସ କମ୍ପାନୀରୁ ତାଙ୍କ ସ୍ତ୍ରୀ ଓ ମା’ଙ୍କ ନାମରେ ଋଣ କରିଥିଲେ। ସ୍ତ୍ରୀଙ୍କ ନାମରେ କରିଥିବା ଋଣ ପରିଶୋଧ କରିଥିବାବେଳେ ବ୍ୟବସାୟ ମାନ୍ଦା ଥିବାରୁ ମା’ଙ୍କ ନାମରେ ଥିବା ଋଣର ମାସିକିଆ କିସ୍ତି ଟଙ୍କା ପରିଶୋଧ କରିବାରେ ବିଳମ୍ବ ହୋଇଛି । ଅର୍ଥ ପରିଶୋଧ ବିଳମ୍ବ ହୋଇଥିବା ଯୋଗୁଁ ରାଇକିଆରେ ଥିବା ଆରବିଏଲ୍ ଫାଇନାନ୍ସ କମ୍ପାନୀର ଜଣେ କର୍ମଚାରୀ ଅମରେନ୍ଦ୍ରଙ୍କୁ ଫୋନ୍‌ କରି ତାଙ୍କ ମା’,ଭଉଣୀ ଓ ସ୍ତ୍ରୀଙ୍କୁ ନେଇ ଅନେକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ସହ ହତ୍ୟା ଧମକ ଦେଇଥିଲେ । ଏପରିକି ଜାତିଆଣ ଆକ୍ଷେପ ମଧ୍ୟ କରିଥିବା ନେଇ ଅମରେନ୍ଦ୍ର ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏ ନେଇ ତଦନ୍ତ କରୁଥିବାବେଳେ ଶନିବାର ଉକ୍ତ କମ୍ପାନୀର କର୍ମଚାରୀଙ୍କୁ ଥାନାକୁ ଡକାଯାଇଥିବା ପୋଲିସ ସୂଚନା ଦେଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.