ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

କଟକରେ ହୋଲି ପ୍ରସ୍ତୁତି ଜୋରଦାର୍‌: ଏବେଠୁ ବୁକିଂ ସରିଲାଣି ଡିଜେ ଓ ସାଉଣ୍ଡ, କ୍ଲବ୍‌, ସାହିରେ ନାଚ ଗୀତ ଓ ଭୋଜିଭାତ ଆୟୋଜନ

କଟକ ୨୨/୦୩: ବିଭିନ୍ନ ଡିଜାଇନ୍‌ କୁର୍ତ୍ତା ଓ ପାଇଜାମା । ସେଥିରେ ଅଧିକ ଡିମାଣ୍ଡ୍‌ ରହିଛି ଧଳା ରଙ୍ଗର ପୋଷାକ । ଏହାବାଦ୍‌ ଯୁବପିଢ଼ିଙ୍କ ପାଇଁ ବଜାରରୁ ଆସିଲାଣି ବିଭିନ୍ନ ଭାଷାରେ ଢଗଢମାଳି ଟି-ସାର୍ଟ । ଏହାସହ ଶୁଭେଚ୍ଛା ପୂର୍ଣ୍ଣ ସ୍ୱତନ୍ତ୍ର ଗଞ୍ଜି । ଏସବୁ ମଧ୍ୟରେ ଖାଇବା ପିଇବା ଓ ନାଚଗୀତର ମାହୋଲ୍‌ । ଏନେଇ କଟକର ସାହି ଓ କ୍ଲବ୍‌ମାନଙ୍କରେ ଜୋରଦାର ପ୍ରସ୍ତୁତି । ରଙ୍ଗର ପର୍ବ ହୋଲି ପାଖେଇ ଆସୁଥିଲାବେଳେ କଟକ ବଜାରରେ ବିକ୍ରି  ହେଉଛି ହୋଲି ସ୍ୱତନ୍ତ୍ର ପୋଷାକ । ଏହାସହ ଅନ୍‌ଲାଇନ୍‌ରେ ମଧ୍ୟ କମ୍‌  ଦାମ୍‌ରେ ଆକର୍ଷଣୀୟ ଡ୍ରେସ୍‌ ଏବେ ଲୋକଙ୍କ ମନ ଜିଣିବାରେ ଲାଗିଛି । 

ଦୋଳରେ କଟକ ଉତ୍ସବମୁଖର ହୋଇପଡି଼ଛି । ଦୋଳ ମେଲଣ ପରେ  ସମସ୍ତେ ଏକଜୁଟ ହୋଇ ରଙ୍ଗର ପର୍ବ ହୋଲିରେ ସାମିଲ୍‌ ହେବେ । ଏଥିଲାଗି  ବିଭିନ୍ନ ସାହି ଓ କ୍ଲବ୍‌ମାନଙ୍କରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ସହର ପାଶ୍ୱର୍ବର୍ତ୍ତୀ  ଅଞ୍ଚଳରେ ଥିବା ବିଭିନ୍ନ ରିସର୍ଟ ଓ ହୋଟେଲ୍‌ମାନଙ୍କରେ ଡିଜେ ସହିତ ଭୋଜିଭାତର  ଆୟୋଜନ ହୋଇଛି । ସେହିଭଳି ବାଲିଯାତ୍ରା ପଡ଼ିଆରୁ ନେଇ ଓସିଏ କ୍ଲବ୍‌ ଓ  ବଡ଼ ବଡ଼ ହୋଟେଲ୍‌ରେ ହୋଲିକୁ ପାଳନ ପାଇଁ ବ୍ୟବସ୍ଥା କରାଯାଇଛି । ତାହାବାଦ୍‌  ସାହି ସାହିରେ ନାଚଗୀତ ପାଇଁ ଏବେଠୁ ଡିଜେ ଓ ସାଉଣ୍ଡ୍‌ ସିଷ୍ଟମ୍‌ ବୁକିଂ ଶେଷ  ହୋଇଯାଇଛି । ହାପି ହୋଲି ଓ ହୋଲି ଶୁଭେଚ୍ଛା ଭଳି ବାର୍ତ୍ତା ନେଇ ଟିସାର୍ଟ  ବିକ୍ରି ହେଉଛି । ଏହାର ମୂଲ୍ୟ ମାତ୍ର ଶହେ ଟଙ୍କା ରହିଛି । ଏହାବାଦ୍‌ ଚୌଧୁରୀ  ବଜାର, ହରିପୁର, ବକ୍ସି ବଜାର ଓ ରାଣୀହାଟ ଆଦି ଅଞ୍ଚଳରେ କୁର୍ତ୍ତା ପାଇଜାମା  ବିକ୍ରି ହେଉଛି । ଯାହାର ମୂଲ୍ୟ ୧୫୦ଟଙ୍କାରୁ ନେଇ ୨୫୦ଟଙ୍କା ପର୍ଯ୍ୟନ୍ତ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.