ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧୩/୦୪: ରୋଷେୟାକୁ କଟୁରିରେ ହାଣି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ହୋଟେଲ୍‌ ମାଲିକଙ୍କୁ ଗିରଫ  କରିଛି । ତାଙ୍କ ନାମ ସୁଶାନ୍ତ ପାତାଳସିଂହ (୪୨) । ଘର  ପୁରୀ ଜିଲ୍ଲା ଡେଲାଙ୍ଗ । ସେ କଳିଙ୍ଗନଗର କେ-୪ରେ ରହୁଥିଲେ । ତାଙ୍କ ଠାରୁ ପୁଲିସ ଆକ୍ରମଣରେ ବ୍ୟବହୃତ  କଟୁରି ଜବତ କରିଛି । 

ପୁଲିସ ସୂଚନା ଅନୁଯାୟୀ, ସୁଶାନ୍ତ ଘାଟିକିଆ  ଆଇଜିକେସି ହସ୍ପିଟାଲ ନିକଟରେ ଏକ ହୋଟେଲ୍‌  କରିଛନ୍ତି । ତାଙ୍କ ହୋଟେଲରେ ଏସ୍‌.କେ ସଜତ  ରୋଷେୟା ଭାବେ କାମ କରନ୍ତି । ସବୁବେଳେ ସୁଶାନ୍ତ  ନିଶାଖାଇ ନିଜ ପତ୍ନୀଙ୍କୁ ମାର୍‌ଧର କରନ୍ତି । ଗତକାଲି  ରାତିରେ ସୁଶାନ୍ତ ପତ୍ନୀଙ୍କୁ ଏକ କଟୁରିରେ ହାଣିବା  ସମୟରେ ସଜତ ପ୍ରତିବାଦ କରିଥିଲେ । ଏଥିରେ  ଉତ୍‌କ୍ଷିପ୍ତ ହୋଇ ସୁଶାନ୍ତ ସଜତଙ୍କ ମୁଣ୍ଡକୁ କଟୁରି ଚୋଟ ପକାଇଥିଲେ । ଫଳରେ ରକ୍ତ ଜୁଡୁବୁଡୁ ହୋଇ ସଜତ  ତଳେ ପଡ଼ି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ  ଅନ୍ୟମାନେ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ଏନେଇ  ଥାନାରେ ଅଭିଯୋଗ ହେବାପରେ ପୁଲିସ ଏକ ହତ୍ୟା  ଉଦ୍ୟମ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଆଜି  ସକାଳେ ପୁଲିସ ସୁଶାନ୍ତଙ୍କୁ ଗିରଫ କରିବା ସହ ତାଙ୍କ  ଠାରୁ କଟୁରି ଜବତ କରିଥିଲା । ଅପରାହ୍ଣରେ ସୁଶାନ୍ତଙ୍କୁ  କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର  ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.