ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଟସ୍ ଜିତି ୟୁଗାଣ୍ଡାର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରୁଛି ଆଫଗାନିସ୍ତାନ

ଗାଏନା,୦୪/୦୬ : ମଙ୍ଗଳବାର ଗୁପ୍‌-ସି’ରେଲି  ଆଫଗାନିସ୍ତାନ ଓ ୟୁଗାଣ୍ଡା ମଧ୍ୟରେ ମୁକାବିଲା।  ୟୁଗାଣ୍ଡା ଟସ୍ ଜିତି ଆଫଗାନିସ୍ତାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବର୍ତ୍ତମାନ ସୁଦ୍ଧା ୮ ଓଭରରେ ଆଫଗାନିସ୍ତାନ ୮୭ କରିଛି। ରହମନୁଲ୍ଲା ଗୁରବାଜ୨୮ ବଲ୍ ୫୦ ରନ୍ କରିଥିବା ବେଳେ ଧୂଆଁଧାର୍ ବ୍ୟାଟିଂ ଜାରି ରଖିଛନ୍ତି। ସେହିଭଳି ବ୍ରାହିମ ଜାଡ୍ରାନ ୨୩ଟି ବଲରେ ୩୬ ରନ୍‌ ସଂଗ୍ରହ କରିଛନ୍ତି

ଆଫଗାନିସ୍ତାନ ଏହି ମ୍ୟାଚ୍‌ ଜିତି ଯଥା ସମ୍ଭବ ପଏଣ୍ଟ  ସହ ଉନ୍ନତ ରନ୍‌ ରେଟ୍‌ ହାସଲ କରିବାକୁ ପ୍ରୟାସ  କରିବ । କାରଣ ଏହି ଗ୍ରୁପ୍‌ରେ ଅନ୍ୟ ୨ ଶକ୍ତିଶାଳୀ ଦଳ ଭାବେ ୱେଷ୍ଟ ଇଣ୍ଡିଜ୍‌ ଓ ନ୍ୟୁଜିଲାଣ୍ଡ ରହିଛନ୍ତି । ଫର୍ମାଟ୍‌  ଅନୁଯାୟୀ ପ୍ରତି ଗ୍ରୁପ୍‌ରୁ ୨ଟି ଲେଖାଏଁ ଦଳ ସୁପର-୮କୁ  ଯୋଗ୍ୟତା ଅର୍ଜନ କରିବେ । ତେଣୁ ରନ୍‌ ରେଟ୍‌ ପ୍ରମୁଖ  ଭୂମିକା ଗ୍ରହଣ କରିବ । ଏହି ଗ୍ରୁପ୍‌ରେ ୱେଷ୍ଟ ଇଣ୍ଡିଜ ଗୋଟିଏ ମ୍ୟାଚ୍‌ ଜିତି ସାରି ଥିବାରୁ ଆଫଗାନିସ୍ତାନ ଯଥା ସମ୍ଭବ ପଏଣ୍ଟ ଖାତା ଖୋଲିବା ଜରୁରି । 

ଗତ ଦିନିକିଆ ବିଶ୍ୱକପ୍‌ରେ ଆଫଗାନିସ୍ତାନ  ଚମତ୍କାର ପ୍ରଦର୍ଶନ କରିଥିଲା । ଇଂଲଣ୍ଡ, ପାକିସ୍ତାନ ଓ  ଶ୍ରୀଲଙ୍କା ଭଳି ଦଳକୁ ପରାସ୍ତ କରିଥିଲା ଆଫଗାନିସ୍ତାନ ।  ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ବିଜୟ ପଥ ପ୍ରସ୍ତୁତ  କରିଥିଲା । ମାତ୍ର ଗ୍ଲେନ ମ୍ୟାକ୍ସୱେଲ୍‌ଙ୍କ ଇନିଂସ ସବୁ ସ୍ୱପ୍ନ  ମଉଳାଇ ଦେଇଥିଲା ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.