ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ସମ୍ବଲପୁରୀ ଧୁମ୍‌ରେ ଦୁଲୁକିଲା ଜି-୨୦ ମଞ୍ଚ, ଡାଲଖାଇ ତାଳେ ତାଳେ ନାଚିଲେ ଆଇଏମ୍‌ଏଫ୍‌ ମୁଖ୍ୟ

ସମ୍ବଲପୁର,୦୮/୦୯: ନୂଆଦିଲ୍ଲୀରେ  ଜି-୨୦ ସମ୍ମିଳନୀ ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ରର  ମୁଖ୍ୟଙ୍କ ସମେତ ଆନ୍ତର୍ଜାତିକ ସଂଗଠନର ମୁଖ୍ୟଙ୍କ ଆଗମନ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ  ଏହି ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ବେଳେ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଅତିଥିଙ୍କୁ ସ୍ୱାଗତ ପାଇଁ  ଚାଲିଥିବା ପାରମ୍ପାରିକ ସମ୍ବଲପୁରରୀ ଡାଲଖାଇ  ନୃତ୍ୟର ତାଳେ ତାଳେ ଇଣ୍ଟରନ୍ୟାସନାଲ୍‌ ମନିଟାରି  ଫଣ୍ଡ (ଆଇଏମ୍‌ଏଫ୍‌)ର ମୁଖ୍ୟ ଖ୍ରୀଷ୍ଟାଲିନା ଜର୍ଜିଭା  ନୃତ୍ୟ କରିବା ଦୃଶ୍ୟ ଏବେ ଭାଇରାଲ ହେବାରେ  ଲାଗିଛି ।

ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା  ଜି-୨୦ ଶିଖର ସମ୍ମିଳନୀ ପାଇଁ ବିଶ୍ୱ ନେତାଙ୍କ ସୁଅ ଛୁଟିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ  ସମସ୍ତ ଆନ୍ତର୍ଜାତିକ ସଂଗଠନର ମୁଖ୍ୟମାନେ  ବି ଏହି ସମ୍ମିଳନୀରେ ଭାଗ ନେବାକୁ ଦିଲ୍ଲୀରେ  ପହଞ୍ଚୁଛନ୍ତି । ଆଉ ଏମାନଙ୍କୁ ସ୍ୱାଗତ କରିବାକୁ  ଦେଶର ବିଭିନ୍ନ ପ୍ରାନ୍ତର ସାଂସ୍କୃତିକ କାର୍ଯ୍ୟକ୍ରମ  ପରିବେଷିତ ହେଉଛି ।

ତେବେ ଗୁରୁବାର  ଆଇଏମ୍‌ଏଫ୍‌ ମୁଖ୍ୟ ଖ୍ରୀଷ୍ଟିଲିନା ଜର୍ଜିଭା  ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ  କରାଯାଇଥିଲା । ଏହି ସମୟରେ ପଶ୍ଚିମ ଓଡିଶାରୁ  ଯାଇଥିବା କଳାକାରମାନେ ପାରମ୍ପାରିକ ଡାଲଖାଇ  ନୃତ୍ୟ ପରିବେଷଣ କରୁଥିଲେ । ଖ୍ରୀଷ୍ଟିଲିନା ଏହି  ନୃତ୍ୟ ଦେଖି ଆତ୍ମବିଭୋର ହେବା ସହ ନିଜକୁ  ସମ୍ଭାଳିପାରିନଥିଲେ । ଆଉ ନିଜେ ମଧ୍ୟ ନୃତ୍ୟ  କରୁଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ  ଭାଇରାଲ ହେଉଥିବା ବେଳେ ପଶ୍ଚିମ ଓଡିଶାରେ  ଖୁସିର ଲହରୀ ଖେଳିଯାଇଛି ।



Copyright © 2022 - Summa Real Media Private Limited. All Rights Reserved.