ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ସୁଇଜରଲାଣ୍ଡରେ ଡଜନ୍‌କୁ ୫୬୪, ନ୍ୟୁଜିଲାଣ୍ଡରେ ୪୫୦ ଟଙ୍କା, ଭାରତରେ ୭୮ ଟଙ୍କା

ନୂଆଦିଲ୍ଲୀ, ୩।୧୧: ସମଗ୍ର ବିଶ୍ୱରେ ଅଣ୍ଡାର ଚାହିଦା ରହିଛି । କେତେକ ଦେଶରେ ଏହା ମୁଖ୍ୟ ଆହାର । ତେବେ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତରେ ଅଣ୍ଡା ସବୁଠୁ ଶସ୍ତା । ବିଭିନ୍ନ ଦେଶ ଏବଂ ସହରରେ ମୁଦ୍ରାସ୍ଫୀତି ଅଙ୍କ ପ୍ରଦାନ କରୁଥିବା ସଂସ୍ଥା ନୁମ୍‌ବିଓ ଅନୁସାରେ, ଭାରତରେ ଅଣ୍ଡା ସବୁଠୁ ଶସ୍ତା । ଏଠାରେ ଡଜନ୍‌ ଅଣ୍ଡା ଦାମ୍ ୦.୯୪ ଡଲାର ବା ୭୮.୨୮ ଟଙ୍କା । ଅର୍ଥାତ୍‌ ଗୋଟିଏ ଅଣ୍ଡା ଦର ପାଖାପାଖି ସାଡେ ୬ ଟଙ୍କା । ଦେଶର ଅନେକ ସହରରେ ଦାମ ଆହୁରି କମ୍‌ ରହିଛି ।  

ଅନ୍ୟପକ୍ଷରେ, ସୁଇଜରଲାଣ୍ଡରେ ଡଜନ ଅଣ୍ଡା କିଣିବା ପାଇଁ ୬.୭୭ ଡଲାର ବା ପ୍ରାୟ ୫୬୪ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ଅର୍ଥାତ୍‌ ଏଠାରେ ଗୋଟିଏ ଅଣ୍ଡା ଦାମ ୪୭ ଟଙ୍କା । ଏହି ଦର ଭାରତ ତୁଳନାରେ ପ୍ରାୟ ୮ ଗୁଣା ଅଧିକ । ବିଶ୍ୱରେ ସୁଇଜରଲାଣ୍ଡରେ ଅଣ୍ଡା ଦାମ ସବୁଠାରୁ ମହଙ୍ଗା । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ । ଏଠାରେ ଡଜନ ଅଣ୍ଡା ଦାମ ୫.୪୧ ଡଲାର । ଭାରତୀୟ ମୁଦ୍ରାରେ ଏହା ୪୫୦.୬୫ ଟଙ୍କା । ଡେନ୍‌ମାର୍କରେ ଡର୍ଜନ ଅଣ୍ଡା ପାଇଁ ୪.୩୨ ଡଲାର(୩୫୯.୮୫୬ ଟଙ୍କା) ଏବଂ ଆମେରିକାରେ ୪.୩୦ ଡଲାର(୩୫୮.୧୯ ଟଙ୍କା) ଦେବାକୁ ପଡ଼ିବ । ଏହା ପରେ ରହିଛନ୍ତି ଅଷ୍ଟ୍ରେଲିଆ, ଉରୁଗୁଏ, ଗ୍ରୀସ, ନର୍‌ୱେ ଏବଂ ଆୟାର୍ଲାଣ୍ଡ । ଏସିଆ କଥା ବିଚାରକୁ ନେଲେ ଏଠାରେ ଇସ୍ରାଏଲ୍‌ରେ ଅଣ୍ଡା ସବୁଠୁ ମହଙ୍ଗା । ଏହି ଦେଶରେ ଡଜନ ଅଣ୍ଡା କିଣିବା ପାଇଁ ୩.୪୧ ଡଲାର ବା ୨୮୪ ଟଙ୍କା ଦେବାକୁ ପଡ଼ିଥାଏ । 

ଏହା ପରେ ଦକ୍ଷିଣ କୋରିଆ ରହିଛି, ଯେଉଁଠି ଡଜନ ଅଣ୍ଡା ଦାମ ୩.୩୭ ଡଲାର ବା ୨୮୧ ଟଙ୍କା । ଇସ୍‌ଲାମିକ ଦେଶ ସାଉଦି ଆରବରେ ଡଜନ ଅଣ୍ଡା ଦାମ ୨.୫୩ ଡଲାର ବା ୨୧୧ ଟଙ୍କା । ଜାପାନରେ ଏହା ୧.୮୧ ଡଲାର ବା ୧୫୧ ଟଙ୍କା । ପାକିସ୍ତାନରେ ୧.୧୧ ଡଲାର ବା ୯୨ ଟଙ୍କା । ଭାରତ ପରେ ବିଶ୍ୱରେ ସବୁଠାରୁ ଶସ୍ତା ଅଣ୍ଡା ରୁଷରେ ମିଳିଥାଏ । ସେଠାରେ ଡଜନ ଅଣ୍ଡା ଦାମ ୧.୦୯ ଡଲାର ବା ୯୦ ଟଙ୍କା ।

Copyright © 2022 - Summa Real Media Private Limited. All Rights Reserved.