ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡକୁ କପି କରିପାରେ ଟିମ୍ ଇଣ୍ଡିଆ, ଏହିଭଳି ଭାବେ ହାଇଦ୍ରାବାଦ ପରାଜୟର ପ୍ରତିଶୋଧ ନେବ ରୋହିତ ବ୍ରିଗେଡ଼

ନୂଆଦିଲ୍ଲୀ,୩୦/୧ :  ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ମ୍ୟାଚ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ୍ ୨ଫେବୃଆରୀରେ ବିଶାଖାପାଟନମରେ ଖେଳାଯିବ । ଏହି ଟେଷ୍ଟରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ କପି କରିପାରେ । ପ୍ରକାଶ ଯେ, ରୋହିତ ବ୍ରିଗେଡ଼ ଯେ କୌଣସି ପରିସ୍ଥିତିରେ ହାଇଦ୍ରାବାଦରେ ମିଳିଥିବା ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ । ଏଭଳି ସ୍ଥଳରେ ଭାରତୀୟ ଟିମ୍ ଇଂଲଣ୍ଡର ରାସ୍ତାରେ ଚାଲିପାରେ । ପ୍ରକାଶ ଯେ, ରବିନ୍ଦ୍ର ଜାଡେଜା ଏବଂ କେଏଲ ରାହୁଲଙ୍କୁ ଆହତ ହେବାରୁ ଭାରତୀୟ ଟିମ୍‌କୁ ଝଟକା ଲାଗିଛି ।

ଭାରତୀୟ ଚୟନ ସମିତି ଦ୍ବିତୀୟ ଟେଷ୍ଟ ଲାଗି ସରଫରାଜ ଖାନ, ସୌରବ କୁମାର ଏବଂ ଓ୍ବାଶିଂଟନ ସୁନ୍ଦରଙ୍କୁ ଟିମରେ ସାମିଲ କରିଛନ୍ତି । ସେହିଭଳି ରଜତ ପଟିଦାର ହାଇଦ୍ରାବାଦରେ ଭାରତର ୧୫ସଦସ୍ୟ ଟିମ୍‌ରେ ଥିଲେ । ସେ ମଧ୍ୟମ ଅର୍ଡ଼ରରେ କେଏଲ ରାହୁଲଙ୍କ ସ୍ଥାନ ନେଇପାରନ୍ତି ଯାହାକି ଜାଡେଜାଙ୍କ ସ୍ଥାନ ଓ୍ବାଶିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିପାରେ ।

ହାଇଦ୍ରାବାଦରେ ଇଂଲଣ୍ଡ ଟିମ୍ ୪ସ୍ପିନର ଏବଂ ଜଣେ ଦ୍ରୁତ ବୋଲର ସହ ଓହ୍ଲାଇଥିଲା । ଏଭଳି ସ୍ଥଳେ ଟିମ୍ ଇଣ୍ଡିଆ ବି ଦ୍ବିତୀୟ ଟେଷ୍ଟରେ ୪ସ୍ପିନର ଏବଂ ଗୋଟିଏ ଦ୍ରୁତ ବୋଲର ସହ ଓହ୍ଲାଇପାରେ  । ଏଭଳି ସ୍ଥିତିରେ ମହମ୍ମଦ ସିରାଜଙ୍କୁ ପ୍ଲେଇଂ ଇଲେଭେନରୁ ବାହାର କରାଯାଇପାରେ । ସେହିଭଳି ତାଙ୍କ ସ୍ଥାନରେ କୂଲଦୀପ ଯାଦବଙ୍କ ପ୍ଲେଇଂ ଇଲେଭେନରେ ଏଣ୍ଟ୍ରି ହୋଇପାରେ । 

ପୂର୍ବତନ ଭାରତୀୟ ସ୍ପିନର ଅନୀଲ କୁମ୍ବଲେଙ୍କ କହିବା କଥା କି ପ୍ଲେଇଂ ଇଲେଭେନରେ କୂଲଦୀପ ଯାଦବଙ୍କୁ ସ୍ଥାନ ମିଳିବା ଜରୁରୀ । ସେ କହିଛନ୍ତି କି ଯଦି ଭାରତକୁ ଲାଗୁଛି କି କେବଳ ଜଣେ ଦ୍ରୁତ ବୋଲରରେ କାମ ଚଳିଯିବ ତେବେ କୂଲଦୀପଙ୍କୁ ଟିମ୍‌ରେ ରଖିବା ଆବଶ୍ୟକ ।‌

ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ଟେଷ୍ଟ ଲାଗି ଟିମ୍ ଇଣ୍ଡିଆ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ୟଶସ୍ବୀ ଜୟସଓ୍ବାଲ, ଶ୍ରେୟସ ଅୟର, କେଏସ ଭରତ(ଓ୍ବିକେଟକିପର), ଧ୍ରୁବ ଜୁରେଲ(ଓ୍ବିକେଟକିପର), ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ, କୂଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଜସପ୍ରୀତ ବୁମରାହ(ଉପଅଧିନାୟକ), ଆବେଶ ଖାନ, ରଜତ ପଟିଦାର, ସରଫରାଜ ଖାନ, ଓ୍ବାଶିଂଟନ ସୁନ୍ଦର ଏବଂ ସୌରବ କୁମାର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.