ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଟାର୍ଗେଟରେ ଭାରତର ଦୂତାବାସ, କାମ ବନ୍ଦ କରିବାକୁ ଦେଲେ ଧମକ

ନୂଆଦିଲ୍ଲୀ,୧୬।୧୧: ଭାରତ ଓ କାନାଡା ମଧ୍ୟରେ ଜାରି ରହିଛି ବିବାଦ। ଏହାର ପ୍ରଭାବ ଦେଖିବାକୁ ମଳିଛି   କାନାଡାର ବ୍ରିଟିସ୍ କଲମ୍ବିଆ ପ୍ରାନ୍ତର ଖାଲସା ଦିଓ୍ବାନ ସୋସାଇଟି ଗୁରୁଦ୍ବାରରେ। ନିକଟରେ ଘଟିଥିବା ଭାରତୀୟ ବାଣିଜ୍ୟ ଦୂତାବାସ ଅଧିକାରୀ ଭାରତୀୟ ପେନଶନଧାରୀଙ୍କ ଜୀବିତ ପ୍ରମାଣପତ୍ର ଜାରି କରୁଥିଲେ। ଏହାକୁ ବିରୋଧ କରି କିଛି ଖଲିସ୍ତାନୀ ସମର୍ଥକ ହଙ୍ଗାମା ଆରମ୍ଭ କରିଥିଲେ। ଦୂତାବାସ ଅଧିକାରୀଙ୍କୁ ସ୍ଥାନୀୟ ପୋଲିସ ଆନ୍ଦୋକନକାରୀଙ୍କଠାରୁ ରକ୍ଷା କରି ସୁରକ୍ଷିତ ସ୍ଥାନକୁ ପଠାଇଥିଲା।

ଖଲିସ୍ତାନୀ ସମର୍ଥକ ସଂଗଠନ ଶିଖ୍ ଫର ଜଷ୍ଟିସ୍ ଚେତାବନୀ ହେଇଛି। ଆଗାମୀ ସମୟରେ ଭାରତୀୟ ଦୂତାବାସର କାମ ଉପରେ ଏହା ପ୍ରଭାବ ପକାଇବ। ସିଖ୍‌ ଫର ଜଷ୍ଟିସ୍  ବହୁ ପୋଷ୍ଟର ଜରିଆର ଧମକ ଦେଇଛି ଯେ, ଭାରତୀୟ ଦୂତାବାସରେ କୌଣସି ଏଭଳି କ୍ୟାମ୍ପ ଲଗା ନଯାଉ ନଚେତ ସେମାନେ ତାକୁ ବନ୍ଦ କରିଦେବେ।

ଉଲ୍ଲେଖନୀୟ ଯେ, ୧୮ ଓ ୧୯ ନଭେମ୍ବରରେ ଭାରତୀୟ ବାଣିଜ୍ୟ ଦୂତାବାସ  ଗ୍ରେଟର ଟରୋଣ୍ଟୋ ଅଞ୍ଚଳରେ ପୁଣିଥରେ କ୍ୟାମ୍ପ ଲଗାଇବ। ଏଥିରୁ ଗୋଟିଏ କ୍ୟାମ୍ପ ଗୁରୁଦ୍ବାରରେ ହେବ ଓ ଦ୍ବିତୀୟ କ୍ୟାମ୍ପ ମନ୍ଦିରରେ ଆୟୋଜିତ କରାଯିବ। ଏଭଳି ଭାବରେ ଭ୍ୟେକୁମ୍ବର ମେଟ୍ରୋ ଅଞ୍ଚଳରେ ୧୯ ନଭେମ୍ବରରେ ଏକ କ୍ୟାମ୍ପ ଲଗାଯିବ। ଏହାଛଡା ସସ୍କାତୁନ ପ୍ରାନ୍ତର ଏକ ସ୍କୁଲରେ ଭାରତୀୟ ବାଣିଜ୍ୟ ଦୂତାବାସ କ୍ୟାମ୍ପ ଲଗାଯିବ। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ, କାନାଡାର ବରିଷ୍ଠ  ଭାରତୀୟ ଅଧିକାରୀ କହିଛନ୍ତି, କ୍ୟାମ୍ପ ବେଳେ ଗୁରୁଦ୍ବାରରେ ୧୦ ରୁ ୨୦ ପ୍ରଦର୍ଶନକାରୀ ପହଞ୍ଚିଥିଲେ ଓ ସେଠାରେ ଠିଆ ହୋଇଥିବା ବହୁ ଭାରତୀୟଙ୍କୁ ଗାଳି ଦେବା ଆରମ୍ଭ କରିଥିଲେ।’ ସେ କହିଛନ୍ତି, ଆମକୁ କ୍ୟାମ୍ପ ଲଗାଇବାରେ ବହୁ ସମସ୍ୟା ହୋଇଛି। ସେଠାରେ ପର୍ଯ୍ୟନ୍ତ ପୋଲିସ ଥିଲେ। 

Copyright © 2022 - Summa Real Media Private Limited. All Rights Reserved.