ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରେକର୍ଡ ସ୍ତର ଛୁଉଁଛୁ ଭାରତର ବିଦେଶୀ ମୁଦ୍ର ଭଣ୍ଡାର, ୧୧ ମାସରେ ବଢିଲାଣି ୪ ଲକ୍ଷ କୋଟି

Image source: TV9

ନୂଆଦିଲ୍ଲୀ,୨୪/୦୨: ଗତ ଗୋଟିଏ ସପ୍ତାହ ମଧ୍ୟରେ ଯଦିଓ ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ ଦେଖିବାକୁ ମିଳିଛି, ତଥାପି ଗତ ୧୦ ରୁ ୧୧ ମାସ ମଧ୍ୟରେ ଦେଶର ରାଜକୋଷରେ ଆକର୍ଷଣୀୟ ବୃଦ୍ଧି ଦେଖିବାକୁ ମିଳିଛି। ଏହାରି ଭିତରେ ମୋଟ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ପାଖାପାଖି ଦେଢ଼ ବର୍ଷ ପୂର୍ବରୁ ସର୍ବକାଳୀନ ରେକର୍ଡସ୍ଥରରେ ପହଞ୍ଚିପାରିଛି। ସୂଚନାଥାଉକି, ଆଗାମୀ ଦିନରେ ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଦେଖିବାକୁ ମିଳିବ। ତେବେ ଆସନ୍ତୁ ଜାଣିବା ଆଜିର ଦିନରେ ବିଦେଶୀ ମୁଦ୍ରା ଭଣ୍ଡାରରେ କେତେ ରାଜସ୍ବ ରହିଛି।

ଦୁଇମାସ ହେଲା ନିମ୍ନସ୍ଥରରେ ମୁଦ୍ରାଭଣ୍ଡାର:

ଦେଶର ବିଦେଶୀ ମୁଦ୍ରାଭଣ୍ଡାର ଫେବୃଆରୀ ୯ତାରିଖରେ ଅର୍ଥାତ୍‌ ଶେଷ ସପ୍ତାହରେ ହ୍ରାସ ଦେଖିବାକୁ ମିଳିଥିଲା। ଏହି ହ୍ରାସ ମୁଲ୍ୟ ୫.୨୪ ଅରବ ଡଲାର ଅର୍ଥାତ୍‌ ୪୩ ହଜାର କୋଟି ଟଙ୍କା ଥିଲା। ଏହା ପରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୬୧୭.୨୩ ଅରବ ଡଲାର ରହିଥିଲା। ଏହାର ଗୋଟିଏ ସପ୍ତାହ ପୂର୍ବରୁ ମୋଟ ବିଦେଶୀ ମୁଦ୍ରା ଭଣ୍ଡାର ୬୨୨.୩ ଅରବ ଡଲାର ରହିଥିଲା। ଗୁରୁତ୍ବପୂର୍ଣ୍ଣ କ‌ଥା ହେଉଛି, ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଅକ୍ଟୋବର ୨୦୨୧ରେ ୬୪୫ ଅରବ ଡଲାରର ସର୍ବକାଳୀନ ରେକର୍ଡ ସ୍ଥରରେ ପହଞ୍ଚିଛି। ବର୍ତ୍ତମାନ ସମୟରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ବର୍ତ୍ତମାନ ମଧ୍ୟ ୨୮ ଅରବ ଡଲାର କମ୍‌ ରହିଛି। 

ପଢ଼ନ୍ତୁ: ମୁମ୍ବାଇରୁ ମରିସସ୍ ଯାଉଥିବା ବିମାନର ଏସି ଖରାପ, ଅଣନିଶ୍ବାସୀ ହୋଇ ୫ ଘଣ୍ଟା ଫଶି ରହିଲେ ଯାତ୍ରୀ

ଚଳିତ ବର୍ଷ କେତେ ହୋଇଛି ଲାଭ:

ଯଦି ଆମେ ଚଳିତ ଆର୍ଥିକ ବର୍ଷ କ‌ଥା ଦେଖିବା ତେବେ ଭାରତର ବିଦେଶୀ ମୁଦ୍ରା ପାଣ୍ଠିରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ରିପୋର୍ଟ ଅନୁସାରେ, ଚଳିତ ଆର୍ଥିକ ବର୍ଷରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୫୦.୨୮ ଅରବ ଡଲାରର ଅଭିବୃଦ୍ଧି ହୋଇଛି। ଯଦି ଆମେ ଏହାକୁ ଭାରତୀୟ ଟଙ୍କାରେ ହିସାବ କରିବା ତେବେ ଏହାର ମୁଲ୍ୟ ୪ ଲକ୍ଷ କୋଟି ଟଙ୍କା ଉପରେ ହେବ। ସୂଚନାଥାଉକି, ପାକିସ୍ତାନ ପାଖରେ ମୋଟ ବିଦେଶୀ ମୁଦ୍ରା ଭଣ୍ଡାର ୧୩ ବିଲିୟନ ଡଲାର ରହିଛି। ଏହି ପରିପ୍ରେକ୍ଷୀରେ ଅନୁମାନ କରାଯାଇପାରେ କି, ଭାରତର ବିଦେଶୀ ମୁଦ୍ରା ଭଣ୍ଡାର କେତେ ସୁଦୃଢ଼ ସ୍ଥିତିରେ ରହିଛି। 

ବିଦେଶୀ ସମ୍ପତ୍ତୀରେ ହ୍ରାସ: 

ରିଜର୍ଭ ବ୍ୟାଙ୍କର ରିପୋର୍ଟ ମୁତାବକ, ଦୁଇ ଫେବୃଆରୀରେ ଶେଷ ସପ୍ତାହରେ ମୁଦ୍ରା ଭଣ୍ଡାରର ପ୍ରମୁଖ ଅଂଶ କୁହାଯାଉଥିବା ଏଫସିଏ ବା ବିଦେଶୀ ମୁଦ୍ରା ସମ୍ପତ୍ତି ୪.୦୭ ଅରବ ଡଲାର ହ୍ରାସ ପାଇ ୫୪୬.୫୨ ଅରବ ଡଲାର ରହିଥିଲା। ପରିଣାମସ୍ବରୁପ, ଟଙ୍କା ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଭଲ ଏସୀୟ ମୁଦ୍ରା ଭାବେ ପରିଗଣିତ ହୋଇଛି। ବିଦେଶୀ ମୁଦ୍ରା ସମତ୍ତିରେ ଦ୍ରୁତ ହ୍ରାସ କାରଣରୁ ମୋଟ ରାଜସ୍ବରେ ହ୍ରାସ ଘଟିଛି। ରିଜର୍ଭ ବ୍ୟାଙ୍କ ମୁତାବକ, ସମୀକ୍ଷାଧିନ ସପ୍ତାହରେ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ପାଖରେ ଭାରତର ସଂରକ୍ଷିତ ଜମାରାଶିରେ ମଧ୍ୟ ୨.୮ କୋଟି ଡଲାର ହ୍ରାସ ପାଇ ୪୮.୩୨ ଆରବ ଡଲାର ରହିଥିଲା।

You can also read: ଆର୍ଥିକ ସଂକଟ ସହ ଯୁଝୁଛି ଭାରତର ବନ୍ଧୁ ଏହି ମୁସଲିମ୍ ଦେଶ, ୟୁଏଇକୁ ‘ବିକି’ ଦେଲା ଗୋଟିଏ ସହର



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.