ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଦେଶରେ ବିକଶିତ ହେବ ୯୩୬ କିମିର ୮ ହାଇସ୍ପିଡ ରୋଡ କରିଡର, ନିବେଶ ହେବ ୫୦ ହଜାର କୋଟି

ନୂଆଦିଲ୍ଲୀ,୧୧/୦୮: ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି, ଭିଡ଼ କମାଇବା ଏବଂ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରିବା  ଦିଗରେ କେନ୍ଦ୍ର ସରକାର ସୁଚିନ୍ତିତ ଯୋଜନା  ଗ୍ରହଣ କରିବେ । ଦେଶରେ ୯୩୬ କିମିର ୮ ହାଇସ୍ପିଡ ରୋଡ କରିଡର ବିକଶିତ ହେବ ।  ଏହି କରିଡର ଗୁଡିକରେ ୫୦,୬୬୫  କୋଟି ଟଙ୍କା ବିନିଯୋଗ ହେବ । ଦେଶର  ଯୋଗାଯୋଗ କ୍ଷେତ୍ରରେ ଏହା ବିଳ୍ପବ ଆଣିବା  ସହ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି ।  

କେନ୍ଦ୍ର ସରକାର ଏ ସମ୍ପର୍କରେ ମାଇଁ  ଗଭ୍‌ ଇଣ୍ଡିଆ ଏକ୍ସ ହ୍ୟାଣ୍ଡେଲରେ ସୂଚନା  ଦେଇଛନ୍ତି । ପର୍ଯ୍ୟଟନ ସ୍ଥଳୀକୁ ଯୋଡିବା  ଲାଗି ଆଗ୍ରା ଗ୍ୱାଲିୟର କରିଡର ବିକଶିତ  ହେବ । ଏହା ଦ୍ୱାରା ତାଜମହଲ, ଆଗ୍ରା କିଲା,  ଗ୍ୱାଲିୟର କିଲାକୁ ଯୋଡ଼ାଯିବା ସହ ଭ୍ରମଣ  ସମୟ ୫୦% ହ୍ରାସ ହେବ । ଏହା ଦ୍ୱାରା  ପର୍ଯ୍ୟଟନ କ୍ଷେତ୍ର ତ୍ୱରାନ୍ୱିତ ହେବ । ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ  ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଲାଗି ଖଡଗପୁର-ମୋରଗ୍ରାମ କରିଡର ଆସିବ । ଏହି ଅଞ୍ଚଳ  ଗୁଡିକର ବିକାଶରେ ଏହି କରିଡର ବିଶେଷ  ଭାବେ ଯୋଗଦାନ ଦେଇପାରିବ । ଉତ୍ତର  ପୂର୍ବାଞ୍ଚଳ ରାଜ୍ୟ ଗୁଡିକୁ ଯୋଡ଼ିବାରେ ଏହା  ସହାୟକ ହେବ । ଏହି କରିଡର ପଞ୍ଜାବ,  ହରିଆଣା, ରାଜସ୍ଥାନ ସହ ମହାରାଷ୍ଟ୍ରର ବନ୍ଦର ଗୁଡିକୁ ଯୋଡିପାରିବ । 

କରିଡ଼ର ଗୁଡିକ କାର୍ଯ୍ୟକ୍ଷମ ହେଲେ  ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି ସହ ବିଶ୍ୱ ବିନିର୍ମାଣ  କ୍ଷେତ୍ରରେ ଭାରତ ଏକ ପାୱାର ହାଉସ ହୋଇ  ପାରିବ । ଅଯୋଧ୍ୟାରେ ଯୋଡ଼ି ହେବ ରିଂରୋଡ  ପ୍ରକଳ୍ପ । ଏହା ପର୍ଯ୍ୟଟକଙ୍କ ଗମନା ଗମନରେ  ସହାୟକ ହେବ । ରାୟପୁର ରାଞ୍ଚି କରିଡରର  ପାଥାଲ ଗାଓଁ ଗୁମଲା ସେକ୍ସନ ଖଣି ଅଞ୍ଚଳ  ଗୁମଲା, ଲୋହାରଡାଗା, କୋର୍ବା, ଧାନବାଦ  ସହ ରାୟପୁର, ଦୁର୍ଗ, ବିଳାସପୁର ଏବଂ  ବୋକାରୋ ଭଳି ଶିଳ୍ପାଞ୍ଚଳ ଗୁଡିକ ଯୋଡ଼ିବ । 

କାନପୁର ରିଂରୋଡ ପ୍ରକଳ୍ପର ୬  ଲେନ୍‌ ବିଶିଷ୍ଟ ଏନ୍‌ଏଚ୍‌ ସହରର ଭିଡ  କମାଇବା ଲକ୍ଷ୍ୟ ରଖାଯାଇଛି । ବ୍ରହ୍ମପୁତ୍ର  ନଦୀ ଉପରେ ପୋଲ ନିର୍ମାଣ ଦ୍ୱାରା ନର୍ଦନ  ଗୌହାଟି ବାଏପାସ ନିର୍ମାଣ ହେବ । ପୁନେ  ନାସିକ ମଧ୍ୟରେ ଯାତ୍ରାକୁ ସୁଗମ କରିବା  ଲାଗି ନାସିକ-ଫାଟା ଖେଦ କରିଡର ଆସିବ ।  ସେହିଭଳି ଶିଳ୍ପାଞ୍ଚଳ ଲାଗି ପିମ୍ପରି ଚିଞ୍ଚୱାଡ  ବିକଶିତ ହେବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.