ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତକୁ ମିଳିବ UNSCର ସ୍ଥାୟୀ ସିଟ୍‌ , କଣ କରିବାକୁ ହେବ କହିଲେ ଜୟଶଙ୍କର

ନୂଆଦିଲ୍ଲୀ – ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି)ର ସ୍ଥାୟୀ ସଦସ୍ୟତା ପାଇଁ ଭାରତ ଦୀର୍ଘ ଦିନରୁ ପ୍ରୟାସ କରି ଆସିଛି। ଏହି ମଧ୍ୟରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ କହି ଦେଇଛନ୍ତି କି, ଭାରତକୁ ୟୁଏନଏସସିର ସ୍ଥାୟୀ ସଦସ୍ୟତା ନିଶ୍ଚୟ ମିଳିବ। ହେଲେ ସେ କହିଛନ୍ତି କି, ଏଥିପାଇଁ ଅଧିକ ପରିଶ୍ରମ କରିବାର ଆବଶ୍ୟକ ରହିଛି। ବିଦେଶ ମନ୍ତ୍ରୀ ମଙ୍ଗଳବାର କହିଛନ୍ତି, ଭାରତକୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ନିଶ୍ଚୟ ମିଳିବ। ସାରା ବିଶ୍ୱରେ ଏହି ଭାବନା କି, ଭାରତକୁ ଏହି ସ୍ଥାନ ନିଶ୍ଚୟ ମିଳିବା ଉଚିତ୍‌, କିନ୍ତୁ ଦେଶକୁ ଏହି ଥର ଅଧିକ ପରିଶ୍ରମ କରିବାକୁ ହେବ। 

ସେ ଗୁଜରାଟର ରାଜକୋଟ ସହରରେ ବୁଦ୍ଧିଜୀବୀଙ୍କ ସହ କଥାବାର୍ତ୍ତା ବେଳେ କହୁଥିଲେ। ଏହି ସମୟରେ ଲୋକେ ତାଙ୍କୁ ୟୁଏନଏସସିର ସ୍ଥାୟୀ ସଦସ୍ୟ ହେବାକୁ ଭାରତର ସମ୍ଭାବନା ବିଷୟରେ ପଚାରି ଥିଲେ। ଜୟଶଙ୍କର  କହିଥିଲେ କି ସଂଯୁକ୍ତ ରାଷ୍ଟ୍ରର ଗଠନ ପାଖାପାଖି ୮୦ ବର୍ଷ ପୂର୍ବେ ହୋଇଥିଲା। ୫ଦେଶ (ଚୀନ , ଫ୍ରାନ୍ସ , ରୁଷୀୟ ସଂଘ , ୟୁନାଇଟେଡ୍‌ କିଙ୍ଗଡମ୍‌ ଓ  ଆମେରିକା) ପରସ୍ପର ଭିତରେ ଏହାର ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବାକୁ ନିଷ୍ପତ୍ତି ନେଲେ। 

ସେ କହିଛନ୍ତି କି , ସେହି ସମୟରେ ଦୁନିଆରେ ସମୁଦାୟ ମିଶାଇ ପାଖାପାଖି ୫୦ ସ୍ୱତନ୍ତ୍ର ଦେଶ ଥିଲା , ଯାହା ସମୟ ସହ ବଢି ପାଖାପାଖି ୧୯୩ ହୋଇ ଯାଇଛି। ଜୟଶଙ୍କର କହିଛନ୍ତି , କିନ୍ତୁ ଏହି ୫ ଦେଶ ନିଜ ନିଜର ନିୟନ୍ତ୍ରଣ ଜାରି ରଖିଛନ୍ତି। ଏହା ଅଜବ କି, ଆପଣଙ୍କୁ ପରିବର୍ତ୍ତନ ପାଇଁ ତାଙ୍କର ସହମତି ଦେବା ପାଇଁ କହିବାକୁ ପଡିଛି। କିଛି ସହମତ ଅଛନ୍ତି , ଆଉ କିଛି ସଚ୍ଚୋଟ ଭାବେ ନିଜ ପକ୍ଷ ରଖନ୍ତି, ଅନ୍ୟ କିଛି ଦେଶ ଯେଉଁମାନେ ପଛରୁ କିଛି କରିବାରେ ଲାଗି ଥାନ୍ତି।

ବିଦେଶ ମନ୍ତ୍ରୀ କହିଛନ୍ତି କି, ଏସବୁ ଅନେକ ବର୍ଷରୁ ଚାଲିଛି। ସେ କହିଛନ୍ତି , କିନ୍ତୁ ଏବେ , ସାରା ବିଶ୍ୱରେ ଏହି ଭାବନା କି ଏହାକୁ ବଦଳାଇବା ଉଚିତ୍ ଏବଂ ଭାରତକୁ  ସ୍ଥାୟୀ ସିଟ୍‌ ମିଳିବା ଉଚିତ୍‌। ମୁଁ ଏହି ଭାବନାକୁ ପ୍ରତି ବର୍ଷ ବଢିବାର ଦେଖୁଛି। ଜୟଶଙ୍କର କହିଛନ୍ତି , ଆମେ ଏହାକୁ ନିଶ୍ଚିତ ରୂପେ ହାସଲ କରିବୁ। କିନ୍ତୁ କଡ଼ା ପରିଶ୍ରମ ବିନା ବି ହାସଲ କରିବାକୁ ହୋଇ ନଥାଏ। ସେ କହିଛନ୍ତି , ଆମକୁ କଡ଼ା ପରିଶ୍ରମ କରିବାକୁ ହେବ ଏବଂ ଏହିଥର ଆମକୁ ମଧ୍ୟ ଆଉ ଅଧିକ ପରିଶ୍ରମ କରିବାକୁ ହେବ। 

କେନ୍ଦ୍ର ମନ୍ତ୍ରୀ କହିଛନ୍ତି , ଭାରତ ,ଜାପାନ , ଜର୍ମାନୀ ଓ ମିଶର ମିଶି ସଂଯୁକ୍ତ ରାଷ୍ଟ୍ର ସମ୍ମୁଖରେ ଏକ ପ୍ରସ୍ତାବ ରଖିଛନ୍ତି ଏବଂ ତାଙ୍କ ଅନୁସାରେ, ଏଥିରେ ମାମଲା କିଛି ମାତ୍ରାରେ ଆଗକୁ ବଢିବ। ସେ କହିଛନ୍ତି , କିନ୍ତୁ ଆମକୁ ଚାପ ପକାଇବାକୁ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.