ନୂଆଦିଲ୍ଲୀ,୧/୯ : ଭାରତୀୟ କ୍ରିକେଟ ଟିମର ଯୁବ ବ୍ୟାଟର ଶ୍ରେୟସ ଅୟର ପୁଣି ଥରେ ନିଜ ପୁରୁଣା କମଜୋରୀର ଶିକାର ହୋଇଯାଇଛନ୍ତି । ୨୯ଅଗଷ୍ଟରେ ବୁଚୀ ବାବୁ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ତରଫରୁ ଖେଳୁଥିବା ଅୟର ପ୍ରାୟ ୨୨ରନ କରି ପାଭିଲିୟନ ଫେରିଛନ୍ତି । ପ୍ରକାଶ ଯେ, ବୁଚୀ ବାବୁ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ତରଫରୁ ଖେଳୁଥିବା ଅୟର ଶର୍ଟ ପିଚ ବଲ ସାମ୍ନା କରିବାରେ ବିଫଳ ରହିଛନ୍ତି ଏବଂ ପୁଣି ଥରେ ଆଉଟ ହୋଇଯାଇଛନ୍ତି । ଏହି କମଜୋରୀ ଏବେ ତାଙ୍କ କ୍ୟାରିୟରରେ ଗମ୍ଭୀର ଭାବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ତାମିଲନାଡ଼ୁ କ୍ରିକେଟ ଏସୋସିଏସନ ଇଲେଭେନ ବିପକ୍ଷ ଏହି ମ୍ୟାଚରେ ଶ୍ରେୟସ ଅୟର ପୁଣି ଥରେ ଶର୍ଟ ବଲର ଶିକାର ହୋଇଛନ୍ତି । ଯାହା ଫଳରେ ତାଙ୍କ କମଜୋରୀ ପୁଣି ଥରେ ଉଜାଗର ହୋଇଯାଇଛି। ଶର୍ଟ ବଲ ବିପକ୍ଷରେ ତାଙ୍କ କମଜୋରୀ ଟିମ୍ ଇଣ୍ଡିଆରେ ତାଙ୍କ ଚୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅୟରଙ୍କ ଏହି କମଜୋରୀର ବିରୋଧୀ ବୋଲରଙ୍କ ଦ୍ବାରା ବାରମ୍ବାର ଫାଇଦା ଉଠାଯାଉଛି। ବିଶେଷ କରି ଅନ୍ତରାଷ୍ଟ୍ରୀୟ ସ୍ତରରେ ଯେଉଁଠାରେ ବୋଲର ଏଭଳି କମଜୋରୀର ବହୁ ଫାଇଦା ଉଠାଇଥାଏ । ଏହି ସ୍ଥିତି ଅୟରଙ୍କ କ୍ୟାରିୟର ଲାଗି ବିପଦର ଘଣ୍ଟି ବାଜୁଛି । ବିଶେଷ କରି ସେତେବେଳେ ଯେତେବେଳେ କି ତାଙ୍କ ଲାଗି ଭାରତୀୟ ଟିମରେ ନିଜ ସ୍ଥାନ ପକ୍କା କରିବା ଆବଶ୍ୟକ ।