ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସନ୍ନ୍ୟାସ ନେବେ ଭାରତୀୟ ଫୁଟବଲ୍‌ ଟିମ୍‌ର ଅଧିନାୟକ ସୁନୀଲ ଛେତ୍ରି

ନୂଆଦିଲ୍ଲୀ: ସନ୍ନ୍ୟାସ ନେବେ ଭାରତୀୟ ଫୁଟବଲ୍‌ ଟିମ୍‌ର ଅଧିନାୟକ ସୁନୀଲ ଛେତ୍ରି । କୁଏତ ବିରୋଧରେ ଜୁନ ୬ରେ ହେବାକୁ ଥିବା ଭାରତର ଫିଫା ବିଶ୍ଵକପ୍‌ ଯୋଗ୍ୟତା ମ୍ୟାଚ ପରେ ସୁନୀଲ ଅନ୍ତର୍ଜାତୀୟ ଫୁଟବଲରୁ ସନ୍ନ୍ୟାସ ନେବେ ବୋଲି ଆଜି ଘୋଷଣା କରିଛନ୍ତି । ଭାରତୀୟ ଦଳର ଅଧିନାୟକ ସୁନୀଲ ଅବସର ଗ୍ରହଣ ସଂପର୍କରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି । ୩୯ ବର୍ଷୀୟ ଫୁଟବଲ୍‌ର ସୁନୀଲ ଛେତ୍ରି ୨୦୦୫ ଜୁନ ୧୨ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପଦାର୍ପଣ କରିଥିଲେ। ଏହା ସହିତ ଭାରତ ପାଇଁ ସେ ତାଙ୍କର ପ୍ରଥମ ଗୋଲ୍‌ ଏହି ମ୍ୟାଚରେ ସ୍କୋର କରିଥିଲେ।

ଭାରତୀୟ ଫୁଟବଲ ପ୍ରତି ଅତୁଳନୀୟ ଅବଦାନ ହେତୁ ସୁନୀଲଙ୍କୁ ୨୦୧୧ ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।  ସେହିପରି ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ୨୦୦୮ ଏଏଫସି ଚାଲେଞ୍ଜ କପ୍‌, ୨୦୧୧ ଏବଂ ୨୦୧୫ର ସାଫ୍‌ ଚାମ୍ପିଅନଶିପ୍‌, ୨୦୦୭, ୨୦୦୯ ଏବଂ ୨୦୧୨ରେ ଅନୁଷ୍ଠିତ ନେହେରୁ କପ୍‌, ୨୦୧୭ ଓ ୨୦୧୮ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ରେ ଭାରତ ଟାଇଟଲ ହାସଲ କରିଥିବାବେଳେ ସୁନୀଲ ଭାରତୀୟ ଦଳରେ ସାମିଲ ଥିଲେ ।

ସୁନୀଲ ଛେତ୍ରିଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଖୁବ ଭଲ ରହିଛି । ୩୯ ବର୍ଷୀୟ ଫୁଟବଲ୍‌ର ଭାରତ ପାଇ ୧୪୫ଟି ମ୍ୟାଚ୍‌ ଖେଳିଛନ୍ତି । ସେ ନିଜର ୨୦ ବର୍ଷର କ୍ୟାରିୟରରେ ୯୩ଟି ଗୋଲ୍‌ କରିଛନ୍ତି । କିନ୍ତୁ ଏବେ ସେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ନିଜର ରିଟାୟରମେଣ୍ଟ ନେଇ ଘୋଷଣା କରିଛନ୍ତି । ୯ ମିନିଟର ଏହି ଭିଡିଓରେ ସୁନୀନ କ୍ୟାପ୍ସନ ଲେଖିଛନ୍ତି-ମୁଁ ଆପଣମାନଙ୍କୁ କିଛି କହିବାକୁ ଚାହୁଁଛି । 




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.