ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୂଆଦିଲ୍ଲୀ- ଦରଭଙ୍ଗା ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଗ୍ନିଶମ ବାହିନୀର ନିଆଁ ଲିଭା ଜାରି

ନୂଆଦିଲ୍ଲୀ,୧୫/୧୧ : ଭାରତୀୟ ରେଲଓ୍ବେର ପିଛା ଛାଡ଼ୁନି ଦୁର୍ଘଟଣା । ବାରମ୍ବାର ଦେଖିବାକୁ ଘଟୁଛି ଅଘଟଣ । କେତେବେଳେ ଟ୍ରାକରୁ ଟ୍ରେନ ଖସିପଡ଼ୁଛି ତ କେବେ ବଗିକୁ ବଗି ମାଡ଼ ହେଉଛି। ବୁଧବାର ନୂଆଦିଲ୍ଲୀ- ଦରଭଙ୍ଗା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । 

ନୂଆଦିଲ୍ଲୀ- ଦରଭଙ୍ଗା(୦୨୫୭୦)ଏକ୍ସପ୍ରେସର ବଗିରେ ଭୀଷଣ ନିଆଁ ଲାଗିଥିବା ଜଣାପଡ଼ିଛି । ଏହି ଘଟଣା ଇଟାବାରୁ ସରାୟ ଭୂପତ ରେଲଓ୍ବେ ଷ୍ଟେଶନ ନିକଟରେ ହୋଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭା ଜାରି ରଖିଛି । ଛଟ କାରଣରୁ ଟ୍ରେନରେ ବହୁତ ଭିଡ଼ ଥିଲା । ଉତ୍ତର ମଧ୍ୟ ରେଲଓ୍ବେ ଅଧିକାରୀଙ୍କ କହିବା ଅନୁଯାୟୀ ଦରଭଙ୍ଗା କ୍ଲୋନ ସ୍ପେଶାଲ ୦୨୫୭୦ଉତ୍ତରପ୍ରଦେଶର ସରୟ ଭୂପତ ରେଲଓ୍ବେ ଷ୍ଟେଶନ ଦେଇ ପାସ୍ କରୁଥିଲା । ଏହି ସମୟରେ ଏସ ୧ କୋଚରେ ଧୂଆଁ ଦେଖି ଷ୍ଟେଶନ ମାଷ୍ଟର ତୁରନ୍ତ ଟ୍ରେନକୁ ଅଟକାଇ ଦେଇଥିଲେ । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଛି । ୩ଟି କୋଚକୁ ଟ୍ରେନରୁ ଅଲଗା କରି ଦିଆଯାଇଛି । ଟ୍ରେନ ଖୁବଶୀର୍ଘ ଛାଡ଼ିବାରେ ଅଛି ।  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.