ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ବିଶ୍ୱର ସବୁ ଡାଇନିଂ ଟେବୁଲରେ ରହିବା ଉଚିତ ଭାରତର ଡ୍ରାଇ ଫ୍ରୁଟ୍‌ : ପ୍ରଧାନମନ୍ତ୍ରୀ ମୋଦି

ବାରଣାସୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି , ମୋର ତ ସ୍ୱପ୍ନ ଦୁନିଆର ପ୍ରତି ଡାଇନିଂ ଟେବୁଲରେ ଭାରତର କୌଣସି ନା କୌଣସି ଖାଦ୍ୟାନ୍ନ ବା ଡ୍ରାଇଫ୍ରୁଟ୍‌ ରହିବା ଆବଶ୍ୟକ। ଏଥିପାଇଁ ଆମେ ଚାଷର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରିବା ଦରକାର। ମାତା-ଭଉଣୀଙ୍କ ବିନା ଚାଷର କଳ୍ପନା କରିବା ଅସମ୍ଭବ। ନମୋ ଡ୍ରୋନ୍‌ ଦିଦି ପରି କୃଷି ସଖୀ କାର୍ଯ୍ୟକ୍ରମ ଏମିତି ହିଁ ଏକ ପ୍ରୟାସ। 

ଉଲ୍ଲେଖନୀୟ ଯେ, ୩ୟ ଥର ପ୍ରଧାନମନ୍ତ୍ରୀ ପଦର ଶପଥ ନେବା ପରେ ବନାରସରେ ପହଞ୍ଚି ପିଏମ୍‌ ମୋଦି କାଶୀର ଚାଷୀଙ୍କୁ ସମ୍ୱୋଧିତ କରିଛନ୍ତି। ଏହାସହ କାଶୀବାସୀଙ୍କ ୩ୟ ଥର ସାଂସଦ ଚୟନ ନେଇ ଧନ୍ୟବାଦ ବି ଦେଇଛନ୍ତି । ମୋଦି କହିଛନ୍ତି , ମାତା ଗଙ୍ଗା ମୋତେ କୋଳେଇ ନେଇଛନ୍ତି , ଏବେ ମୁଁ ଏଠାର ହୋଇ ଯାଇଛି। ପିଏମ୍‌ ନରେନ୍ଦ୍ର ମୋଦି କହିଛନ୍ତି , କାଶୀବାସୀଙ୍କ ମୋ ଉପରେ ଖୁବ୍‌ ସ୍ନେହ ଶ୍ରଦ୍ଧା ରହିଛି। ଏହି ନିର୍ବାଚନରେ ଦେଶର ୬୪ କୋଟିରୁ ଅଧିକ ଲୋକେ ମତଦାନ କରିଛନ୍ତି। ପୂରା ଦୁନିଆରେ ଏହାଠାରୁ ବଡ଼ ନିର୍ବାଚନ ଆଉ କେଉଁଠି ହୋଇ ନଥାଏ। ଯେଉଁଠି ଏତେ ସଂଖ୍ୟାରେ ଲୋକେ ଭୋଟିଂରେ ଭାଗ ନିଅନ୍ତି। ପିଏମ୍‌ ମୋଦି କହିଛନ୍ତି , ଜି-୭ର ବୈଠକରେ ମୁଁ ଯୋଗ ଦେବାକୁ ଇଟାଲୀ ଯାଇ ଥିଲି। ଜି-୭ର ସବୁ ଦେଶର ସବୁ ମତଦାତାଙ୍କୁ ମିଶାଇ ଦେଲେ ବି ଭାରତର ଭୋଟର ସଂଖ୍ୟା ତାଙ୍କ ଠାରୁ ଦେଢ ଗୁଣା ଅଧିକ। ୟୁରୋପର ଅନେକ ଦେଶକୁ ଯଦି ଯୋଡ଼ି ଦେବା ତ ଭାରତର ଭୋଟରଙ୍କ ସଂଖ୍ୟା ତାଙ୍କ ଠାରୁ ଅଢେଇ ଗୁଣା ଅଧିକ। ଏହି ନିର୍ବାଚନରେ ୩୧ କୋଟିରୁ ଅଧିକ ମହିଳା ଭାଗ ନେଇଛନ୍ତି। 

ବାରଣାସୀରେ ଆୟୋଜିତ ଚାଷୀ କାର୍ଯ୍ୟକ୍ରମରେ କହି ପିଏମ୍‌ ମୋଦି କହିଛନ୍ତି , ମୁଁ ଚାଷୀ , ଯୁବକ , ନାରୀ ଶକ୍ତି ଓ ଗରିବ, ଏମାନଙ୍କୁ ବିକଶିତ ଭାରତର ମଜବୁତ ସ୍ତମ୍ଭ ଭାବେ ମାନିଛି। ନିଜର ୩ୟ କାର୍ଯ୍ୟକାଳର ଆରମ୍ଭ ମୁଁ ଏମାନଙ୍କ ସଶକ୍ତିକରଣରୁ କରିଛି। ସରକାର ଗଠନ ହେବା କ୍ଷଣି ସର୍ବ ପ୍ରଥମ ନିଷ୍ପତ୍ତି ଚାଷୀ ଓ ଗରିବ ପରିବାର ସହ ଜଡ଼ିତ ନିଷ୍ପତ୍ତି ନିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.