ପ୍ରମୁଖ ଖବର
  • କପି ଚେକିଂ ଆଳରେ ଅସଦାଚରଣ ଅଭିଯୋଗ, ଥାନାରେ ମାଟ୍ରିକ ପରୀକ୍ଷାର୍ଥୀ
  • ||
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ମୁଁ ଖ୍ରୀଷ୍ଟିଆନ୍‌ ଧର୍ମକୁ ମାନେ, ତେଣୁ ... ପାକିସ୍ତାନରୁ ଫେରିଥିବା ଅଞ୍ଜୁଙ୍କୁ ପୋଲିସର ପଚରା ଉଚରା

ପାକିସ୍ତାନରୁ ଭାରତ ଫେରିଥିବା ଅଞ୍ଜୁ ପୋଲିସର ପଚରା ଉଚରାରେ ବଡ଼ ଖୁଲାସା କରିଛନ୍ତି। ତାଙ୍କର କହିବା ଅନୁସାରେ, ସେ ଖ୍ରୀଷ୍ଟିଆନ୍‌ ଧର୍ମକୁ ମାନନ୍ତି। ହିନ୍ଦୁ ରୀତି-ନୀତି ତାଙ୍କର ଅଧିକ ଜ୍ଞାନ ନାହିଁ। ସେ ଏହା ମଧ୍ୟ କହିଛନ୍ତି, ନିଜ ଇଛାରେ ପାକିସ୍ତାନ ଯାଇଥିଲେ ଓ ସ୍ବାମୀ ଅରବିନ୍ଦଙ୍କ ସହ ତାଙ୍କର ସବୁବେଳେ ଝଗଡା ହେଉଥିଲା। ଅଞ୍ଜୁଙ୍କ ସ୍ବାମୀ ଅରବିନ୍ଦ ମଧ୍ୟ ତାଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି ଓ ଏହାପରେ ତାଙ୍କ ବିରୋଧରେ ରୁଜୁ କରିଥିବା ମାମଲାକୁ ମଧ୍ୟ ପ୍ରତ୍ୟାହାର କରିଛନ୍ତି।

ଅଞ୍ଜୁ ୨୧ ଜୁଲାଇରେ ପାକିସ୍ତାନ ଯାଇଥିଲେ ଓ ୨୯ ନଭେମ୍ବରରେ ସେ ଭାରତ ଫେରି ଆସିଥିଲେ। ଅଞ୍ଜୁ ନିଜ ସ୍ବାମୀ ଅରବିନ୍ଦକୁ ଏହା କହି ପାକିସ୍ତାନ ଯାଇଥିଲେ ସେ ବୁଲିବାକୁ ଯାଉଛନ୍ତି ଓ ୨-୩ ଦିନ ଭିତରେ ଫେରି ଆସିବେ। ତେବେ ସେତେବେଳେ ତାଙ୍କ ଭିସା ଡିଟେଲ୍ସ ସାମନାକୁ ଆସିଥିଲା ଜଣାପଡିଥିଲା ୯୦ ଦିନର ଭିସାରେ ସେଠାକୁ ଯାଇଛନ୍ତି। ଅଞ୍ଜୁ ନିଜର ଫେସବୁକ୍ ଫ୍ରେଣ୍ଡ ନସରୁଲ୍ଲାଙ୍କୁ ବିବାହ କରିଥିଲେ। ସେଠାରେ ସେ ଇସଲାମ ଗ୍ରହଣ କରି ଅଞ୍ଜୁରୁ ଫାତିମା ହୋଇଯାଇଛନ୍ତି। 

ଅରବିନ୍ଦ ଅଞ୍ଜୁ ଓ ତାଙ୍କ ପାକିସ୍ତାନୀ ସ୍ବାମୀ ନସରୁଲ୍ଲାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ‌ସେହି ମାମଲାରେ ରାଜସ୍ଥାନର ଭିଓ୍ବଣ୍ଡିରୁ ପୋଲିସ ହରିୟାଣାର ସୋନିପତ ଅଞ୍ଜୁଙ୍କୁ ପଚରା ଉଚରା କରିବାକୁ ପହଁଞ୍ଚିଛି। ପୋଲିସ ପଚରା ଉଚରାର ଭିଡିଓ ରେକର୍ଡିଂ ମଧ୍ୟ କରିଛି। ଭିଓ୍ବଣ୍ଡି ଏସ୍‌ପି ଯୋଗେଶ ଦାଘିଚ କହିଛନ୍ତି ଅଞ୍ଜୁଙ୍କ କହିବା ଅନୁସାରେ,ସେ ଇସାଇ ଧର୍ମକୁ ମାନନ୍ତି ଓ ହିନ୍ଦୁ ଧର୍ମର ନିୟମ ବିଷୟରେ ତାଙ୍କୁ କୌଣସି ସୂଚନା ନାହିଁ। ଅଞ୍ଜୁ କହିଛନ୍ତି, ତାଙ୍କ ଝିଅ ତାଙ୍କୁ ଖୁବ୍ ଭଲ ଭାବରେ ବୁଝେ। ତାଙ୍କୁ ଦେଖା କରିବାକୁ ସୋନିପଥ ପହଁଞ୍ଚିଥିଲେ। ଅନ୍ୟପକ୍ଷେ ଅରବିନ୍ଦ ଅଞ୍ଜୁଙ୍କୁ ଫୋନ୍ କରି ଖୁବ୍ ବିଳମ୍ବିତ ସମୟ ପର୍ଯ୍ୟନ୍ତ କଥା ହୋଇଥିଲେ ଓ ତାଙ୍କ ବିରୋଧରେ ରୁଜୁ ମାମଲା ଫେରାଇ ନିଆଯାଇଛି। ଏବେ ଅରବିନ୍ଦଙ୍କ କହିବା ଅନୁସାରେ, ପିଲା ଯାହା ଚାହିଁବେ ସେଭଳି ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.