ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL 2024: ଆଜି ରାଜସ୍ଥାନ ରୟାଲ୍ସ-ଦିଲ୍ଲୀ କ୍ୟାପିଟାଲ୍ସ ଟକ୍କର, ପ୍ରଥମ ବିଜୟ ପାଇଁ ବ୍ୟଗ୍ର ପନ୍ତ ବାହିନୀ

ଜୟପୁର,୨୮/୦୩: ଗୁରୁବାର ସୱାଇ ମାନସିଂ ଷ୍ଟାଡିୟମ୍‌ରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ । ଘରୋଇ ରାଜସ୍ଥାନ ରୟାଲ୍ସ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବାକୁ ଯାଉଛି । ଉଭୟ ଦଳ ଇତି ମଧ୍ୟରେ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ଠାରୁ ପରାଜିତ ହୋଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ବିଜୟ ପାଇଁ ବ୍ୟାକୁଳ । ଅନ୍ୟ ପଟରେ ଘରୋଇ ରୟାଲ୍ସ ଦଳ ବିଜୟ ଧାରା ଜାରି ରଖି ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ପ୍ରୟାସ କରିବ ।  

ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଘରୋଇ ଦର୍ଶକ  ମହଲରେ ବେଶ୍‌ ଲୋକପ୍ରିୟ ରହିଥିଲେ ହେଁ ସମସ୍ତଙ୍କ  ନଜର ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କ ଉପରେ  ରହିବ । ଦୀର୍ଘ ୧୫ମାସ ପରେ ପନ୍ତ  କ୍ରିକେଟ୍‌ ମଇଦାନକୁ ଓହ୍ଲାଇଛନ୍ତି । ପ୍ରଥମ  ମ୍ୟାଚ୍‌ରେ ସେ ସଫଳ ହୋଇପାରି  ନଥିଲେ । ମାତ୍ର ଆସନ୍ତାକାଲି ତାଙ୍କ ବ୍ୟାଟ୍‌  ବିସ୍ଫୋରଣ କରିବାକୁ ଅପେକ୍ଷା କରିଛି । 

ରୟାଲ୍ସ ଦଳ ପ୍ରଥମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌କୁ ପରାସ୍ତ କରିଥିଲା । ଉକ୍ତ ମ୍ୟାଚ୍‌ରେ  ସଞ୍ଜୁ ଚମତ୍କାର ବ୍ୟାଟିଂ କରିଥିଲେ । ଦଳର ଯୁବ ବ୍ୟାଟିଂ ବିସ୍ମୟ ଯଶସ୍ୱୀ ଜୈସ୍ୱାଲ୍‌ଙ୍କ ବ୍ୟାଟ୍‌ରୁ  ବିସ୍ଫୋରକ ଇନିଂସ ଦେଖିବାକୁ ଆସନ୍ତାକାଲି  ଦର୍ଶକ ଆଶା ରଖିବେ । ସେହିପରି ଜୋସ ବଟଲରଙ୍କ ଫର୍ମକୁ ନେଇ ଦଳର ଚିନ୍ତା ରହିଛି ।  

ଦିଲ୍ଲୀ କ୍ୟାପିଟାଲ୍ସର ଦୁଇ ଅଷ୍ଟ୍ରେଲୀୟ ଓପନର ଡେଭିଡ୍‌  ୱାର୍ଣ୍ଣର ଓ ମିଚେଲ ମାର୍ଶଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରିବ । ଉଭୟଙ୍କ ମଧ୍ୟରୁ ଯେକୌଣସି ଜଣେ ସଫଳ ହେଲେ କ୍ୟାପିଟାଲ୍ସ ସହଜରେ ବିଜୟ ହାସଲ କରିପାରିବ। ଅବଶ୍ୟ ଦଳର ବୋଲିଂ ବିଭାଗକୁ ନେଇ ପରୀକ୍ଷା ନିରୀକ୍ଷା  କରାଯାଇପାରେ। ଆନରିଚ ନର୍ଜ ଫିଟ୍‌ ହୋଇ ଅଭ୍ୟାସ  ଜାରି ରଖିଛନ୍ତି । ଈଶାନ୍ତ ଶର୍ମା ଆହତ ହୋଇଥିବାରୁ ଗୁରୁବାର ସେ ଖେଳିବା ଏକ ପ୍ରକାର ନିଶ୍ଚିତ ।

ରାଜସ୍ଥାନ ରୟାଲ୍ସର ବୋଲିଂ ବିଭାଗ ଟ୍ରେଣ୍ଟ ବୋଲ୍ଟଙ୍କ ଉପରେ ନିର୍ଭର କରିବ। ପ୍ରଥମ ମ୍ୟାଚ୍‌ ଭଳି ଗୁରୁବାର ମଧ୍ୟ ନାନ୍ଦ୍ରେ ବର୍ଗରଙ୍କୁ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳାଯାଇପାରେ । ମାତ୍ର ସନ୍ଦୀପ ଶର୍ମାଙ୍କ ପ୍ରତି ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟରମାନେ ସତର୍କ ରହିବା ଜରୁରି । 

ସମ୍ଭାବ୍ୟ ଦଳ

ରାଜସ୍ଥାନ ରୟାଲ୍ସ ଏକାଦଶ: ଯଶସ୍ୱୀ  ଜୈସ୍ୱାଲ୍‌, ଜୋସ ବଟଲର, ସଞ୍ଜୁ ସାମସନ(ଅଧିନାୟକ),  ସିମରନ ହେତମାୟର, ରିୟାନ ପରାଗ, ରୋଭମାନ  ପାୱେଲ୍‌, ଧ୍ରୁବ ଜୁରେଲ, ଆର ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ,  ଅଭେଶ ଖାନ, ୟୁଝବେନ୍ଦ୍ର ଚହଲ, କୁଲଦୀପ ସେନ । 

ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶ: ଡେଭିଡ୍‌ ୱାର୍ଣ୍ଣର,  ମିଚେଲ ମାର୍ଶ, ସାଇ ହୋପ୍‌, ରିଷଭ ପନ୍ତ(ଅଧିନାୟକ),  ଟ୍ରିଷ୍ଟନ ଷ୍ଟବ୍ସ, ରିକି ଭୁଇ, ଅକ୍ଷର ପଟେଲ, ସୁମିତ କୁମାର,  କୁଲଦୀପ ଯାଦବ, ଖଲିଲ ଅହମ୍ମଦ, ଆନରିଚ ନର୍ଜ ।

  • prameyanews
  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.