ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏସ୍‌ ଅଧିକାରୀ ବିବେକ ସହାୟ ପଶ୍ଚିମବଙ୍ଗର ଡିଜିପି ନିଯୁକ୍ତ

Image Courtesy: latestly.com

କୋଲକାତା: ଆଇପିଏସ୍‌ ଅଧିକାରୀ ବିବେକ ସହାୟ ପଶ୍ଚିମବଙ୍ଗର ନୂଆ ପୋଲିସ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ରାଜୀବ କୁମାରଙ୍କୁ ଡିଜିପି ପଦରୁ ହଟାଇ ଦିଆଯିବା ପରେ ଏବେ ବିବେକ ସହାୟ ସେଠାକାର ଡିଜିପି ହୋଇଛନ୍ତି । ଏହା ପୂର୍ବରୁ ନିର୍ବାଚନ ଆୟୋଗ ସୋମବାର (ମାର୍ଚ୍ଚ ୧୮) ରାଜୀବ କୁମାରଙ୍କୁ ଡିଜିପି ପଦରୁ ହଟାଇ ଦେଇଥିଲେ । ଏହାର କିଛି ସମୟ ପରେ ଆଇପିଏସ୍‌ ଅଧିକାରୀ ବିବେକ ସହାୟଙ୍କୁ ଏହି ଦାୟିତ୍ବ ଦିଆଯାଇଛି । 

ଆଜି ନିର୍ବାଚନ ଆୟୋଗ ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଗୃହ ସଚିବଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ମିଜୋରାମ ଏବଂ ହିମାଚଳ ପ୍ରଦେଶର ପ୍ରଶାସନିକ ବିଭାଗର ସଚିବଙ୍କୁ ବାହାର କରିଦେଇଥିଲେ । ଏହା ବ୍ୟତୀତ ଏହି ଦୁଇ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କାର୍ଯ୍ୟ ସମ୍ଭାଳୁଥିବା ଦୁଇ ସଚିବଙ୍କୁ ବିଦା କରିଥିଲେ ନିର୍ବାଚନ ଆୟୋଗ ।

 ଏହି ୭ଟି ରାଜ୍ୟରେ ଯେଉଁ ଅଧୀକାରୀଙ୍କୁ ବିଦା କରାଯାଇଛି ସେମାନେ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିପାରନ୍ତି ବୋଲି ଇସି ଆଶଙ୍କା କରିଥିଲେ । ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗରେ ୨୦୧୬ର ବିଧାନସଭା ନିର୍ବାଚନ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ତତ୍କାଳୀନ ଡିଜିପିଙ୍କୁ ପଦରୁ ହଟାଇ ଦେଇଥିଲେ ।  

 

 

  • CM Mamata
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.