ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରଇସିଙ୍କ ମୃତ୍ୟୁ ପରେ ଇରାନରେ ରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା

ତେହରାନ – ଇବ୍ରାହିମ୍‌ ରଇସିଙ୍କ ମୃତ୍ୟୁ ପରେ ଇରାନରେ ୨୮ଜୁନ୍‌ରେ ହେବ ରାଷ୍ଟ୍ରପତି ନିର୍ବାଚନ। ରାଷ୍ଟ୍ରପତି ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ୫ ଦିନ ଭିତରେ ଆବେଦନ କରିବାକୁ ହେବ। ଏ ନେଇ ଘୋଷଣା ହୋଇଛି। କହି ରଖୁଛୁ କି, ମେ’ ମାସର ଆରମ୍ଭରେ ଏକ ହେଲିକପ୍ଟର ଦୁର୍ଘଟଣାରେ ରାଷ୍ଟ୍ରପତି ରଇସିଙ୍କ ସମେତ ୭ଜଣ ଲୋକଙ୍କ ଜୀବନ ଯାଇଥିଲା। 

ଇରାନରେ ୨୮ ଜୁନ୍‌ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଇରାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଅହମଦ ୱାହିଦୀ ପଞ୍ଜୀକରଣର ଅବଧି ଖୋଲା ଯାଇଥିବା ଘୋଷଣା କରିଛନ୍ତି। ପଦ ପାଇଁ କେହି ବି ଆବେଦନ କରି ପାରିବେ। ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଇରାନ ପୁଲିସର ମଧ୍ୟ ପ୍ରଭାରୀ। ଏହା ବିନା କୌଣସି ବାହ୍ୟ ହସ୍ତକ୍ଷେପରେ ଇରାନୀ ନିର୍ବାଚନ ପ୍ରକ୍ରିୟାକୁ ପୂରଣ କରିଥାଏ। ହେଲେ ଇରାନରେ ସବୁ ଅନ୍ତିମ ନିଷ୍ପତ୍ତି ସର୍ବୋଚ୍ଚ ନେତା ୮୫ ବର୍ଷିୟ ଅୟାତୁଲ୍ଲାହ ଅଲୀ ଖାମେନେଇ ହିଁ ନେଇଥାନ୍ତି। ୱାହିଦୀ କହିଛନ୍ତି , ଏହି ନିର୍ବାଚନ, ସଂସଦୀୟ ନିର୍ବାଚନ ପରି, ପୂରା ସୁରକ୍ଷାର ସହ , ଭଲ ପ୍ରତିସ୍ପର୍ଦ୍ଧା ଓ ସମସ୍ତଙ୍କ ଯୋଗଦାନରେ ହିଁ ହେବ। 

ଏହି ନିର୍ବାଚନରେ ୫ ଦିନର ଅବଧି ବେଳେ ୪୦ରୁ ୭୫ ବର୍ଷ ବୟସ ମଧ୍ୟରେ ଲୋକେ ଆବେଦନ କରି ପାରିବେ। ଏହାସହ ଆବେଦକଙ୍କ ପାଖରେ ଅତି କମ୍‌ରେ ମାଷ୍ଟର ଡିଗ୍ରୀ ଥିବା ଜରୁରୀ। ସବୁ ପ୍ରାର୍ଥୀଙ୍କୁ ନେଇ ଇରାନର ୧୨-ସଦସ୍ୟ ବିଶିଷ୍ଟ ଗାର୍ଜିୟନ କାଉନ୍ସିଲ ନିଷ୍ପତ୍ତି ନେବ। ଗାର୍ଜିୟନ କାଉନ୍ସିଲ ପୁରୋହିତ ଓ ନ୍ୟାୟବିତ୍‌ଙ୍କ ଏକ ପ୍ୟାନେଲ , ଯାହାର ପ୍ରମୁଖ ଖମେନେଇ । ପ୍ୟାନେଲ କେବେ କୌଣସି ମହିଳା ଓ ଏମିତି ବ୍ୟକ୍ତିଙ୍କ ପ୍ରାର୍ଥୀତ୍ୱ ସ୍ୱୀକାର କରେନାହିଁ ,ଯିଏ ଦେଶର ଶାସନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରିବାକୁ ଦାବି କରିଥିବ।

ରଇସି ଖମେନେଇଙ୍କ ଶିଷ୍ୟ ଥିଲେ ଏବଂ ସେ ଖମେନେଇଙ୍କର ଖୁବ୍‌ ନିକଟତର ଭାବେ ଜଣାଶୁଣା । ଇରାନର ୨୦୨୧ର ରାଷ୍ଟ୍ରପତି ନିର୍ବାଚନରେ ରଇସିଙ୍କୁ ବିଜୟ ମିଳିଥିଲା। ଏହି ସମୟରେ ଗାର୍ଜିୟନ କାଉନ୍ସିଲ ସେହି ସବୁ ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷିତ କରି ଦେଇ ଥିଲା, ଯିଏ ତାଙ୍କୁ ଚ୍ୟାଲେଞ୍ଜ ଦେଇପାରି ଥାନ୍ତେ । ଏହି ନିର୍ବାଚନରେ ଇରାନର ଇତିହାସରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସବୁଠୁ କମ୍‌ ମତଦାନ ହୋଇଥିଲା। 

ଇରାନର ରାଷ୍ଟ୍ରପତି ପଦକୁ ନେଇ ଅନେକ ଆକଳନ କରାଯାଉଛି। ଦେଶର କାର୍ଯ୍ୟବାହୀ ରାଷ୍ଟ୍ରପତି , ମହମ୍ମଦ ମୋଖବର , ଅଗ୍ରଣୀ ଦାବିଦାର ହୋଇ ପାରନ୍ତି। କାରଣ ତାଙ୍କୁ ଅନେକ ଥର ଖମେନେଇଙ୍କୁ ଭେଟିବାର ଦେଖିବାକୁ ମିଳିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.