ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

୬.୭ ବିଲିୟନ ଡଲାର କ୍ଷତିପୂରଣ ରାଶି ଦେବ ଆମେରିକା, ଆଦେଶ ଦେଲେ ଇରାନୀ କୋର୍ଟ

ତେହରାନ : ଇରାନର ଏକ କୋର୍ଟ ଗୁରୁବାର(୧୧ଜୁଲାଇ) ଆମେରିକା ସରକାରଙ୍କୁ ଦେଇଛନ୍ତି ଆଦେଶ। କହିଛନ୍ତି କ୍ଷତିପୂରଣ ବାବଦରେ ଆମେରିକା ୬.୭ ବିଲିୟନ ଡଲାର ପେମେଣ୍ଟ କରିବ। ତେହେରାନ ଉପରେ ୱାଶିଂଟନ ଦ୍ୱାରା ଲଗାଯାଇ ଥିବା ପ୍ରତିବନ୍ଧକ କାରଣରୁ ସେ (ଦୁର୍ଲଭ ତ୍ୱଚା ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ) ସ୍ୱୀଡେନର ଏକ କମ୍ପାନୀରୁ ସ୍ୱତନ୍ତ୍ର ଡ୍ରେସିଂ ଓ ବ୍ୟାଣ୍ଡେଜ୍‌ର ସପ୍ଲାଇକୁ ରୋକି ଥିଲା। ଯେଉଁଥି ପାଇଁ ସେ କ୍ଷତିପୂରଣ ପ୍ରଦାନ କରିବ।

ଇରାନ ଗତ ବର୍ଷ ପଶ୍ଚିମ ସହ ଉତ୍ତେଜନା ମଧ୍ୟରେ ହୋର୍ମୁଜ ଜଳ ପ୍ରଣାଳୀରେ ଆମେରିକୀୟ ଉର୍ଜା କମ୍ପାନୀ ଶେଭରନ କର୍ପ ପାଇଁ କୁଏତୀ ଅଶୌଧିତ ତୈଳ ସହ ସମ୍ୱନ୍ଧିତ ୫କୋଟି ଡଲାରର ଜିନିଷ ଜବତ କରିଥିଲା। ଏହାପରେ ଇରାନ ତେହେରାନ ସ୍ଥିତ ଅନ୍ତରାଷ୍ଟ୍ରୀୟ ସମ୍ୱନ୍ଧିତ ଆଇନ କୋର୍ଟ ( ଇଣ୍ଟରନ୍ୟାସନାଲ ରିଲେସନ୍ସ ଲ’ କୋର୍ଟ)ଙ୍କର ଏହି ଆଦେଶ ଆସିଛି। ପୂର୍ବରୁ ସରକାରୀ ନ୍ୟୁଜ୍ ଏଜେନ୍ସି IRNA କହିଛି କି, ୬.୭ ବିଲିୟନ ଡଲାରର କ୍ଷତିପୂରଣ ସଂପର୍କିତ ଆଦେଶ ୩୦୦ ଅଭିଯୋଗକାରୀଙ୍କ ପକ୍ଷରୁ ଦାଏର ମୋକଦମାରେ ଆସିଛି। 

IRNA କହିଛି କି, ପ୍ରତିବନ୍ଧକ କାରଣରୁ ସ୍ୱିଡେନର କମ୍ପାନୀ ଦ୍ୱାରା ସ୍ୱତନ୍ତ୍ର ବ୍ୟାଣ୍ଡେଜ୍‌ର ସପ୍ଲାଇ କରାନଯିବାରୁ ଏପିଡର୍ମୋଲିସିସ୍‌ ବୁଲୋସା  ନାମକ ଦୁର୍ଲଭ ତ୍ୱଚା ରୋଗରେ ୨୦ ରୋଗୀଙ୍କ ମୃତ୍ୟୁ ହୋଇଛି। 

ଏହି ଆଦେଶ ସେତେବେଳେ ଆସିଛି , ଯେବେ ଆମେରିକୀୟ ବିଚାରପତିମାନେ ଏମିତି ନିଷ୍ପତ୍ତି ଜାରି କରିଛନ୍ତି , ଯେଉଁଥିରେ ତେହେରାନ ଦ୍ୱାରା ହମଲା ଓ ତା ଦ୍ୱାରା ହେପାଜତକୁ ନିଆ ଯାଇଥିବା ଲୋକେ ତଥା ତାଙ୍କୁ ଦେଶ ମଧ୍ୟରେ କଥାବାର୍ତ୍ତାରେ ମୋହରା ଭାବେ ବ୍ୟବହାର କରାଯିବାକୁ ନେଇ, ଇରାନକୁ ବିଲିୟନ ବିଲିୟନ ଡଲାର ପ୍ରଦାନ କରିବାକୁ କହିଛନ୍ତି। ଇରାନୀ କୋର୍ଟଙ୍କ ନିଷ୍ପତ୍ତିକୁ ଆମେରିକୀୟ କୋର୍ଟଙ୍କର ରାୟକୁ ନେଇ ଜବାବୀ କାର୍ଯ୍ୟାନୁଷ୍ଠାନ ମନେକରାଯାଉଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.