ପ୍ରମୂଖ ଖବର
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

’ମୋତେ କେହି ଉପଦେଶ ଦିଅନି’, ଗାଜାରେ ବନ୍ଦୀଙ୍କ ମୁକ୍ତିକୁ ନେଇ ଚାପ ପରେ ରାଗିଗଲେ ନେତନ୍ୟାହୁ

ନୂଆଦିଲ୍ଲୀ,୩।୯:  ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଯୁଦ୍ଧ ନୀତିର ବିରୋଧରେ ଏକାଠି ହୋଇଛନ୍ତି ହଜାର ହଜାର ଲୋକ। ଫଳରେ ନେତନ୍ୟାହୁଙ୍କ ଉପରେ ଗାଜାରେ ଅସ୍ତ୍ରବିରତି ପାଇଁ ବଢୁଛି ଚାପ। ସେଭଳି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ନିକଟରେ ୧୧ ମାସର ଲଢେଇକୁ ବନ୍ଦ କରିବାର ସମୟ ଆସି ଯାଇଛି ବୋଲି କହିଥିଲେ। ଚାରିଆଡୁ ବିରୋଧ ପରେ ଏବେ ରାଗି ଯାଇଛନ୍ତି ନେତନ୍ୟାହୁ। ସେ କହିଛନ୍ତି, ମୁଁ କ’ଣ କରିବି ନକରିବି ତା’ର ମୋତେ କେହି ଉପଦେଶ ଦିଅନି।

ରବିବାର ବହୁ ପରିମାଣରେ ବିରୋଧିଙ୍କ ପ୍ରଦର୍ଶନ ପରେ  ନିଜର ପ୍ରଥମ ସାର୍ବଜନୀକ ବୟାନରେ ନେତନ୍ୟାହୁ କହିଥିଲେ, ସେ ନିଜର ଦାବି ଉପରେ କାଏମ ରହିବେ ଓ, ଫିଲାଡୋଲଫିଆ କରିଡର ଉପରେ ଇସ୍ରାଏଲର ନିୟନ୍ତ୍ରଣ ରହିବ। ଉଲ୍ଲେଖନୀୟ ଯେ, ଏହା ଇଜିପ୍ଟ ସହ ଗାଜାର ସୀମାରେ ଏକ ବ୍ୟାଣ୍ଡ, ଯେଉଁଠି ହମାସ ହତିଆର ତସ୍କରି କରେ ବୋଲି କହିଛନ୍ତି ନେତନ୍ୟାହୁ। ତେବେ ଇଜିପ୍ଟ ଓ ହମାସ ଏହାକୁ ସବୁବେଳେ ଖଣ୍ଡନ କରି ଆସୁଛନ୍ତି। 

ନେତନ୍ୟାହୁ କହିଛନ୍ତି, ଏହି ପ୍ରସଙ୍ଗ ଉପରେ ମୋତେ କେହି ଉପଦେଶ ଦିଅନ୍ତୁ ନାହିଁ। ବନ୍ଦୀଙ୍କୁ ଛାଡିବାରେ ମୋ ଅପେକ୍ଷା ଅନ୍ୟ କେହି ଏତେ ଚେଷ୍ଟା କରୁ ନାହାନ୍ତି। ରବିବାର ବିଳମ୍ବିତ ରାତିରେ ଇସ୍ରାଏଲର ଲୋକ ରାସ୍ତାକୁ ଓହ୍ଲାଇଥିଲେ। ଏହା ଯୁଦ୍ଧ ଆରମ୍ଭ ପରେ ହୁଏତ ସବୁଠାରୁ ବଡ ବିରୋଧ ପ୍ରଦର୍ଶନ ଥିଲା। ବନ୍ଦୀଙ୍କ ପରିବାରର ଅଧିକାଂଶ ଲୋକ ହମାସର ଆତଙ୍କ ପାଇଁ ନେତନ୍ୟାହୁଙ୍କୁ ଦାୟୀ କରିଛନ୍ତି। ସେମାନେ କହିଛନ୍ତି, ହମାସ ସହ ଚୁକ୍ତି କରି ବନ୍ଧକଙ୍କୁ ଫେରାଇ ଅଣଯାଉ। ସୋମବାର ଦେଶରେ ହଜାର ହଜାର ଲୋକ ବିଳମ୍ବିତ ରାତିରେ ସେଣ୍ଟ୍ରାଲ ଜେରୁଜେଲମ୍‌ରେ ନେତନ୍ୟାହୁଙ୍କ ଘର ବାହାରେ ନାରାବାଜି କରି ଏକାଠି ହୋଇଥିଲେ। ପୋଲିସ ଓ ବିକ୍ଷୋଭକାରୀ ହୋଇଥିଲେ ହାତାହାତି।  ଏହା ମଧ୍ୟରେ ଶାନ୍ତି ବାର୍ତ୍ତାର ମଧ୍ୟସ୍ଥତା କରୁଥିବା ଟିମ୍ ସହ ବୈଠକ ପାଇଁ ହ୍ବାଇଟ୍ ହାଉସ୍ ପହଁଞ୍ଚି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗଣମାଧ୍ୟମ ସହ କଥା ହୋଇଛନ୍ତି। ତେବେ ଏହା ଯେତେବେଳେ ପଚରାଯାଇଥିଲା ନେତନ୍ୟାହୁ କ’ଣ ପର୍ଯ୍ୟାପ୍ତ ଚେଷ୍ଟା କରୁଛନ୍ତି, ବାଇଡେନ୍ କିଛି ଜବାବ୍ ଦେଇନଥିଲେ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.