ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଓ୍ବେଷ୍ଟ ବ୍ୟାଙ୍କ ଡାକ୍ତରଖାନାରେ ଡାକ୍ତର ବେଶରେ ପଶିଲେ ଇସ୍ରାଏଲ ସୈନିକ, ୩ ଆତଙ୍କବାଦୀଙ୍କୁ କଲେ ହତ୍ୟା…

ନୂଆଦିଲ୍ଲୀ: ଗାଜାରେ ଚାଲିଥିବା ଇସ୍ରାଏଲ୍-ହାମାସ୍ ଯୁଦ୍ଧ ଥମିବାର ନା ନେଉନାହିଁ । ବର୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ ଇସ୍ରାଏଲ୍ ସୈନିକମାନେ ଓ୍ବେଷ୍ଟବ୍ୟାଙ୍କର ଏକ ଡାକ୍ତରଖାନାରେ ତିନି ଜଣଙ୍କୁ ହତ୍ୟା କରିଛନ୍ତି । ଏନେଇ ଇସ୍ରାଏଲ୍ ସୈନିକମାନେ କହିଛନ୍ତି ଯେ, ଏହି ଲୋକମାନେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିଲେ ।

ଅଲ ଜଜିରା ରିପୋର୍ଟ ଅନୁଯାୟୀ, ଓ୍ବେଷ୍ଟବ୍ୟାଙ୍କର ଅଧିକୃତ ଜେନିନ୍ ସ୍ଥିତ ଇବନ୍ ସାଇନା ହସ୍ପିଟାଲରେ ଇସ୍ରାଏଲ କମାଣ୍ଡୋ ତିନି ଜଣଙ୍କୁ ହତ୍ୟା କରିଛନ୍ତି । ଏହି କମାଣ୍ଡୋ ମାନେ ମେଡିକାଲ କର୍ମଚାରୀ ଏବଂ ସାଧାରଣ ନାଗରିକ ଭାବରେ ଛଦ୍ମବେଶରେ ଡାକ୍ତରଖାନାରେ ପ୍ରବେଶ କରିଥିଲେ ।

ସମ୍ପ୍ରତି ହିଂସା ଘଟଣାରେ ଏହି ଦୁଇଜଣଙ୍କ ସମ୍ପୃକ୍ତ ଥିବା ପୋଲିସ ଏବଂ ସେନା କହିଛନ୍ତି। ଏଥି ସହିତ, ହାମାସ ଏହି ପ୍ରସଙ୍ଗରେ କହିଛି ଯେ, ଡାକ୍ତରଖାନାରେ ହୋଇଥିବା ହତ୍ୟାକାଣ୍ଡ ଗାଜା ଠାରୁ ଜେନିନ୍ ପର୍ଯ୍ୟନ୍ତ ଆମ ଲୋକଙ୍କ ବିରୁଦ୍ଧରେ ଚାଲିଥିବା ଅପରାଧର ଏକ ଷଡଯନ୍ତ୍ର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.