ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଜମ୍ମୁକାଶ୍ମୀରର ଅଖନୁରରେ ୧୫୦ ଫୁଟ ଖାଈକୁ ଖସିଲା ବସ୍, ୨୦ ମୃତ, ୨୮ ଆହତ…

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର ଅଖନୁରରେ ଶ୍ରଦ୍ଧାଳୁଙ୍କୁ ନେଇ ଯାତ୍ରା କରୁଥିବା ଏକ ବସ୍ ରାସ୍ତାକଡ ଖାଇ ଭିତରକୁ ଖସି ପଡିଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ଲୋକଙ୍କୁ ଉଦ୍ଧାର କରିବା ସମୟରେ ଉଦ୍ଧାରକାରୀ ଦଳ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକ ମଧ୍ୟ ସାହାଯ୍ୟ କରିଛନ୍ତି ।

ସୂଚନାନୁସାରେ, ଏହି ବସ୍ ଅଖନୁରର ଚୁଙ୍ଗି ମାଡ ଅଞ୍ଚଳରେ ଏକ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଭୀର ଖାଲରେ ପଡ଼ିଯାଇଛି । ବସ୍ ଭିତରେ ଅନେକ ଶ୍ରଦ୍ଧାଳୁ ଥିଲେ । ବସ୍‌ରେ ଯାତ୍ରା କରୁଥିବା ସମସ୍ତ ଶ୍ରଦ୍ଧାଳୁ ହରିୟାଣାର କୁରୁକ୍ଷେତ୍ରର ବାସିନ୍ଦା। ଏମାନେ ସମସ୍ତେ ଶିବ ଖୋରୀ ଦର୍ଶନ ପାଇଁ ଯାଉଥିବା କୁହାଯାଉଛି । ଯେତେବେଳେ ବସ୍ ଅଖନୁରର ଚୁଙ୍ଗି ମାଡ ଅଞ୍ଚଳର ଟାଙ୍ଗଲି ମୋଡ୍ ଦେଇ ଯାଉଥିଲା, ସେତେବେଳେ ବସ୍‌ଟି ୧୫୦ ଫୁଟ ଖାଲରେ ଖସିପଡିଥିଲା।

ବସ୍ ଖାଲରେ ଖସିଯିବା ପରେ ସ୍ଥାନୀୟ ଲୋକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ପୋଲିସ ଏବଂ ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟ କରିଥିଲେ । ପରେ ଲୋକଙ୍କୁ ବସ୍ ଭିତରୁ ବାହାରକୁ ବାହାର କରି ଡାକ୍ତରଖାନା ପଠାଯାଇଥିଲା । ଡାକ୍ତରଖାନା ଭିତରେ ଆହତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.