ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହେଲମେଟ୍ ପିନ୍ଧିଛନ୍ତି ସମସ୍ତ ଛାତ୍ରଛାତ୍ରୀ; ସେ ପୁଣି କଲେଜ ଶ୍ରେଣୀଗୃହରେ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ରାଞ୍ଚି: ସାଧାରଣତଃ ଦୁଇ ଚକିଆ ଯାନରେ ଯିବା ସମୟରେ ଆମେ ହେଲମେଟ୍ ପିନ୍ଧିଥାଉ । କାରଣ ଏହି ଗାଡ଼ିରେ ଯିବାବେଳେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଆଉ ହେଲମେଟ୍ ନ ପିନ୍ଧିଲେ ଫାଇନ୍ ଗଣିବା ଥୟ । ହେଲେ ଏଠାରେ କୌଣସି ରାସ୍ତାଘାଟ ନୁହଁ, ଘରର ଚାରିକାନ୍ଥ ଭିତରେ ହେଲମେଟ୍ ପିନ୍ଧୁଛନ୍ତି । ଜାମସେଦପୁରର ମ୍ୟାଙ୍ଗୋ ୱାର୍କସ କଲେଜରେ ଦେଖୁବାକୁ ମିଳିଛି ଏଭଳି ଦୃଶ୍ୟ । ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ ହେଲମେଟ୍ ପିନ୍ଧି ପାଠ ପଢ଼ୁଛନ୍ତି । ତେବେ ଆପଣ ଭାବୁଥିବେ ଶ୍ରେଣୀଗୃହରେ କାହିଁକି ହେଲମେଟ୍ ପିନ୍ଧୁଛନ୍ତି ? ଛାତ୍ରଛାତ୍ରୀମାନେ ହେଲମେଟ୍ ପିନ୍ଧିବା ପଛରେ ଏକ ବିଶେଷ କାରଣ ରହିଛି । 

ଏହି କଲେଜର ଅବସ୍ଥା ଏତେ ଜଟିଳ ଯେ, କୌଣସି ସମୟରେ ଛାତଟି ଭୁଶୁଡ଼ି ପଡ଼ିପାରେ । ଏପରିକି କାହାର ମୃତ୍ୟୁ ବି ହୋଇପାରେ । ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ସେମାନଙ୍କ ସୁରକ୍ଷା ପାଇଁ ଶ୍ରେଣୀଗୃହରେ ହେଲମେଟ୍‌ ପିନ୍ଧି ବସୁଛନ୍ତି । କଲେଜ ଛାତର କିଛି ଅଂଶ ବିଭିନ୍ନ ସମୟରେ ପିଲାଙ୍କ ଉପରେ ଖସି ପଡ଼ିଥିଲା । ଏହି କାରଣରୁ କିଛି ଛାତ୍ରଛାତ୍ରୀ ଖଣ୍ଡିଆଖାବରା ମଧ୍ୟ ହୋଇଛନ୍ତି । ଭାଗ୍ୟବଶତଃ କେହି ଗୁରୁତର ହୋଇନାହାନ୍ତି । ତେଣୁ ଏଭଳି ବିପଦରୁ ରକ୍ଷା ପାଇବା ପାଇଁ ଶ୍ରେଣୀଗୃହରେ ହେଲମେଟ୍ ପିନ୍ଧି ବସିବା ଏକମାତ୍ର ବିକଳ୍ପ । 

ମାର୍ଚ୍ଚ ୮ ତାରିଖରେ ଛାତ୍ରଛାତ୍ରୀମାନେ କଲେଜର ମରାମତି ପାଇଁ ଦାବି କରିବା ସହ ହଙ୍ଗାମା କରିଥିଲେ । ଏଥିପାଇଁ ପିଲାମାନେ ଆନ୍ଦୋଳନ ମଧ୍ୟ କରିଥିଲେ । କିନ୍ତୁ, ବର୍ତ୍ତମାନ ପର୍ଯ୍ୟନ୍ତ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା କହିଛନ୍ତି । ଛାତ୍ର ସଙ୍ଗଠନ କହିଛନ୍ତି ତାଙ୍କର ଏହି ଧାରଣା ପ୍ରଦର୍ଶନ କଲେଜ ମରାମତି ହେବା ପର୍ଯ୍ୟନ୍ତ ଜାରି ରହିବ । କଲେଜ ପ୍ରିନ୍ସପାଲ୍ ଏସପି ମହାଳିକଙ୍କ କହିବାନୁସାରେ, ବିଲ୍ଡିଂ ନିର୍ମାଣ ହେବାର ୭୦ ବର୍ଷରୁ ଅଧିକ ସମୟ ହୋଇଗଲାଣି । ଏଥିମଧ୍ୟରୁ କଲେଜର ଲାଇବ୍ରେରୀ, ପ୍ରଶାସନିକ ଭବନ ଓ ଭୋକେସନାଲ ଡିପାର୍ଟମେଣ୍ଟ ସବୁଠୁ ପୁରୁଣା । ଏହାର ଅବବ୍ୟସ୍ଥା ସମ୍ପର୍କରେ ସେ ବରିଷ୍ଠ ଅଧିକାରୀମାନଙ୍କୁ ଅନେକ ଥର ସୂଚନା ଦେଇଛନ୍ତି । କିନ୍ତୁ, ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ । ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଯାଏ କଲେଜ ପିଲାଙ୍କ ପାଠପଢ଼ା ଜାରି ରଖିବାକୁ ସେମାନେ ବାଧ୍ୟ । ପ୍ରତିକ୍ରିୟା ରଖି ଅଧିକାଂଶ ବ୍ୟକ୍ତି ସ୍ଥାନୀୟ ପ୍ରଶାସନକୁ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.