ନୂଆଦିଲ୍ଲୀ, ୨୭/୦୮: ଏଣିକି ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ପ୍ରତି ମ୍ୟାଚ୍ର ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ୍ ପୁରସ୍କାର ପ୍ରଦାନ କରିବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି । ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ପ୍ରତି ମ୍ୟାଚ୍ ପାଇଁ ପ୍ଲେୟାର ଅଫ ଦ ମ୍ୟାଚ୍ ପୁରସ୍କାର ପ୍ରଦାନ କରିବାକୁ ବିସିସିଆଇର ପ୍ରସ୍ତାବ ଆପେକ୍ସ କାଉନସିଲରେ ଗୃହୀତ ହୋଇଛି ।
We are introducing prize money for the Player of the Match and Player of the Tournament in all Women’s and Junior Cricket tournaments under our Domestic Cricket Programme. Additionally, prize money will be awarded for the Player of the Match in the Vijay Hazare and Syed Mushtaq…
— Jay Shah (@JayShah) August 26, 2024
ମହିଳା କ୍ରିକେଟ୍ରେ ଉଭୟ ସିନିୟର ଓ ଜୁନିୟର ସ୍ତରର ଟୁର୍ଣ୍ଣାମେଣ୍ଟ୍ରେ ମଧ୍ୟ ପ୍ରତି ମ୍ୟାଚ୍ର ଶେଷ୍ଠ ଖେଳାଳିଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ୍ ବାବଦରେ ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯିବ । ପୁରୁଷ ବର୍ଗରେ ଦୁଇ ପ୍ରିମିୟର ସୀମିତ ଓଭର ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ଓ ସୟଦ ମୁସ୍ତାକ ଅଲ୍ଲି ଟ୍ରଫିର ପ୍ରତି ମ୍ୟାଚ୍ରେ ପ୍ଲେୟାର ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯିବ । ଏଣିକି ଘରୋଇ କ୍ରିକେଟ୍ ଖେଳାଳିମାନଙ୍କୁ ସେମାନଙ୍କ କଠିନ ପରିଶ୍ରମର ମୂଲ୍ୟ ମିଳିବ । ପ୍ଲେୟାର ଅଫ ଦ ମ୍ୟାଚ ପୁରସ୍କାର ଯୁବ ଖେଳାଳିମାନଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଜି ବିସିସିଆଇ ସମ୍ପାଦକ ଜୟ ଶାହ ଘୋଷଣା କରିଛନ୍ତି ।