ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ମୁସଲମାନଙ୍କ ସବୁଠାରୁ ବଡ଼ ଶତ୍ରୁ ଇହୁଦି, ଇସ୍ରାଏଲ ସହ ଯୁଦ୍ଧ ବେଳେ ବିଷ ଓଗାଳିଲା ହମାସ ; ପାକିସ୍ତାନକୁ ମାଗିଲା ସାହାଯ୍ୟ

ନୂଆଦିଲ୍ଲୀ,୭।୧୨:  ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ୭ ଅକ୍ଟୋବରରେ ଆକ୍ରମଣ ପରେ ଜାରି ହୋଇଥିବା ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇପାରିନି। ଗାଜା ପଟିରେ ରହୁଥିବା ହଜାର ହଜାର ଲୋକ ଏପର୍ଯ୍ୟନ୍ତ ନିଜର ଜୀବନ ହରାଇ ସାରିଛନ୍ତି। ଏହା ଭିତରେ ହମାସର ଟପ୍ ଲିଡର ଇସ୍ମାଇଲ ହାନିୟେହ ଇସ୍ରାଏଲ ସହିତ ଚାଲିଥିବା ଯୁଦ୍ଧରେ ପାକିସ୍ତାନକୁ ସହାଯ୍ୟ ମାଗିଛି। ଏହାଛଡା ବିଷ ଓଗାଳିକି କହିଛି, ଇହୁଦି ସାରା ଦୁନିଆର ମୁସଲମାନଙ୍କ ବଡ ଶତ୍ରୁ। 

ପାକିସ୍ତାନର ଜିଓ ନ୍ୟୁଜ କହିଛି, ପାକିସ୍ତାନକୁ ବାହାଦୁର ବୋଲି କହି ହାନିୟେହ କହିଛନ୍ତି, ଯଦି ଇସ୍ରାଏଲକୁ ପାକିସ୍ତାନର ପ୍ରତିରୋଧର ସାମନା କରିବାକୁ ପଡେ, ତେବେ କ୍ରୁରତାର ଅପରାଧ ବନ୍ଦ ହୋଇପାରେ। ହାନିୟେହଙ୍କ ଏହି ମନ୍ତବ୍ୟ ପାକିସ୍ତାନ ଇସ୍ଲାମାବାଦରେ ଆୟୋଜିତ ’ଅଲ୍‌-ଅକ୍ସା’ ମସଜିଦର ପବିତ୍ରତା ଓ ମୁସଲିମ ଉମ୍ମାହର ଦାୟିତ୍ବ ବିଷୟରେ ରାଷ୍ଟ୍ରୀୟ ସମ୍ବାଦରେ ନିଜ ସମ୍ବୋଧନ ବେଳେ କରିଛନ୍ତି।

ହମାସ ପାଇଁ ପାକିସ୍ତାନର ସମର୍ଥନର ଆଶା ବ୍ୟକ୍ତି କରି ହାନିୟେହ ଦେଶକୁ ମୁଜାହିଦ୍ଧିନ୍‌(ଇସ୍ଲାମ ପାଇଁ ଲଢୁଥିବା ଲୋକ)ଙ୍କ ଭୂମିକା ବୋଲି କହିଛନ୍ତି। ଇସ୍ରାଏଲ-ହମାସ ଯୁଦ୍ଧରେ ପାଲେଷ୍ଟାଇନ ଦ୍ବାରା ଦିଆଯାଇଥିବା ବଳିଦାନ ବିଷୟରେ ଆଲୋଚନା କରି ହମାସ ମୁଖ୍ୟ କହିଛନ୍ତି, ପାକିସ୍ତାନର ଶକ୍ତି ସମ୍ଭାବିତ ରୂପରେ ସଂଘର୍ଷକୁ ରୋକି ପାରିବେ। ଏହାଛଡା ସେ ପବିତ୍ର କୁରାନର ଭଲ ଭାବରେ   ପାଳନ କରୁଥିବା ଦେଶ ଭିତରେ ଗାଜାପଟିରେ ଇସ୍ରାଏଲର ଆକ୍ରମଣର ବିରୋଧ କରିବର ମହତ୍ବ ଉପରେ ଯୋର ଦେଇଛନ୍ତି। ସେ କହିଛନ୍ତି, ପ୍ରାୟ ୧୬,୦୦୦ ପାଲେଷ୍ଟାନୀୟଙ୍କ ଗିରଫ ଓ ପବିତ୍ର ସ୍ଥଳକୁ ଅପବିତ୍ର କରିବା ସହିତ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଅନ୍ତର୍ଜାତୀୟ ସର୍ତ୍ତର ଉଲଂଘନ ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.