ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ଜେଲ୍‌ରେ ବିତିବ ହେମନ୍ତ ସୋରେନଙ୍କ ରାତି , ନ୍ୟାୟିକ ହେପାଜତକୁ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ରାଞ୍ଚି : ଝାଡ଼ଖଣ୍ଡରେ ରାଜନୀତିକ ମାହୋଲ ପୂରା ସରଗରମ୍। ଏହି ମଧ୍ୟରେ ରାଜ୍ୟର ଜମି ଦୁର୍ନୀତି ମାମଲାରେ ଜେଏମଏମ ନେତା ହେମନ୍ତ ସୋରେନଙ୍କୁ ପିଏମଏଲଏ କୋର୍ଟରେ ହାଜର କରାଯାଇଛି। ଇଡି ହେମନ୍ତ ସୋରେନଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା। କୋର୍ଟ ଏବେ ହେମନ୍ତ ସୋରେନଙ୍କୁ ଗୋଟିଏ ଦିନର ନ୍ୟାୟିକ ହେପାଜତକୁ ପଠାଇଛନ୍ତି। 

ଝାଡ଼ଖଣ୍ଡରେ ହାଇଡ୍ରାମା, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ହେମନ୍ତ ସୋରେନଙ୍କୁ ଗିରଫ କଲା ଇଡି

କହି ରଖୁଛୁ କି , ହେମନ୍ତ ସୋରେନଙ୍କୁ ହୋଟୱାର ଜେଲକୁ ପଠାଯାଉଛି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପୂରା ସୁରକ୍ଷା ସହ ହୋଟୱାର ଜେଲ୍‌ ନିଆଯାଉଛି। ତାଙ୍କୁ ସେଠାରେ ଅପର ଡିଭିଜନ ସେଲ୍‌ରେ ରଖାଯିବ। ସୂଚନା ଯେ , ଏବେ ହେମନ୍ତ ସୋରେନଙ୍କର ଆଜି ରାତି ଜେଲ୍‌ରେ ହିଁ କଟିବ। ପିଏମଏଲଏ କୋର୍ଟରେ ସ୍ପେଶାଲ ଜଷ୍ଟିସ ଦିନେଶ ରାୟ ଦୁଇ ପକ୍ଷର ଦଲିଲକୁ ଶୁଣିବା ପରେ ନିଜ ରାୟକୁ ସୁରକ୍ଷିତ ରଖିଥିଲେ।

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ଇଡିର ଟିମ୍‌ ହେମନ୍ତ ସୋରେନଙ୍କୁ କୋର୍ଟରେ ହାଜର କରିବା ପାଇଁ ଆସିଥିଲେ। ଏହି ସମୟରେ ସୁରକ୍ଷାର ବ୍ୟାପକ ବନ୍ଦୋବସ୍ତ କରାଯାଇ ଥିଲା। ହେମନ୍ତ ସୋରେନ ହସ ହସ ମୁଖରେ ପିଏମଏଲଏ କୋର୍ଟ ବାହାରେ ପହଞ୍ଚି ଥିଲେ। ଏହି ସମୟରେ ସେଠାରେ ଲୋକଙ୍କର ଖୁବ୍ ଭିଡ଼ ଦେଖିବାକୁ ମିଳିଥିଲା। ସୋରେନ କୋର୍ଟ ବାହାରେ ଥିବା ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇ ଥିଲେ । ସୂତ୍ରାନୁସାରେ କୁହା ଯାଉଛି କି ଇଡି ପିଏମଏଲଏ କୋର୍ଟଙ୍କୁ ୧୦ ଦିନର ରିମାଣ୍ଡ ମାଗିଛି। 

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା କିଏ, ଯାହାଙ୍କୁ ରାବଡୀ ଦେବୀଙ୍କ ସହ କରାଯାଉଛି ତୁଳନା

ଇଡି କୋର୍ଟରେ ନିଜର ଦଲିଲରେ କହିଥିଲା କି ହେମନ୍ତ ସୋରେନ ଜମି ଦୁର୍ନୀତି ମାମଲାରେ ଯାଞ୍ଚରେ ସହଯୋଗ କରୁ ନାହାନ୍ତି ଏବଂ ସନ୍ତୋଷଜନକ ଉତ୍ତର ମଧ୍ୟ ଦେଉ ନାହାନ୍ତି। ହେମନ୍ତ ସୋରେନଙ୍କ ରିମାଣ୍ଡ ନେଇ କୋର୍ଟ ରାୟ ସୁରକ୍ଷିତ ରଖିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.