ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

କଂଗ୍ରେସ ସମ୍ବିଧାନ ଏବଂ ଡ.ଆମ୍ବେଦକରଙ୍କୁ ଅସମ୍ମାନ କରୁଛି, ଭାରତ ନାମକରଣକୁ ନେଇ ବର୍ଷିଲେ ବିଜେପି ସଭାପତି ଜେ.ପି ନଡ୍ଡା...

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀର ରାତ୍ର ଭୋଜନ ନିମନ୍ତ୍ରଣକୁ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ସ୍ଥାନରେ 'ଭାରତର ରାଷ୍ଟ୍ରପତି' ନାମରେ ପଠାଯିବା ନେଇ ଏକ ରାଜନୈତିକ ଉତ୍ତେଜନା ଦେଖାଦେଇଛି । ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ବିରୋଧୀ ଦଳ ଏ ସମ୍ପର୍କରେ ମୁହାଁମୁହିଁ ହୋଇଛନ୍ତି । ଏ ପ୍ରସଙ୍ଗରେ ପରସ୍ପରକୁ ଅଭିଯୋଗ ମଧ୍ୟ କରୁଛନ୍ତି ।

 ଏହା ଭିତରେ ବିଜେପି ସଭାପତି ଜେପି ନଡା କଂଗ୍ରେସର ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସମ୍ବିଧାନର ପ୍ରସ୍ତାବ ଲେଖାଯାଇଛି । ଏହି ପୋଷ୍ଟକୁ ନେଇ ବିଜେପି ସଭାପତି କଂଗ୍ରେସ ଉପରେ ଘୋର ଆକ୍ରମଣ କରିଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ କହିଛନ୍ତି ଯେ କଣ ଆମେ ଏହି ଦଳରୁ କିଛି ଆଶା କରି ପାରିବା କି ? ଯିଏକି ଭାରତର ସମ୍ବିଧାନ ପର୍ଯ୍ୟନ୍ତ ଜାଣି ନାହାଁନ୍ତି । କଂଗ୍ରେସ ସମ୍ବିଧାନ ଏବଂ ଡ.ଆମ୍ବେଦକରଙ୍କ ପ୍ରତି ଅସମ୍ମାନ କରିଛନ୍ତି । ଏହା ଲଜ୍ଜାଜନକ ବୋଲି ସେ କହିଛନ୍ତି ।


ଏହାପୂର୍ବରୁ ମଙ୍ଗଳବାର (ସେପ୍ଟେମ୍ବର ୨)) ସେ ପଚାରିଥିଲେ ଯେ, "ଦେଶର ସମ୍ମାନ ଓ ଗୌରବ ସହ ଜଡିତ ପ୍ରତ୍ୟେକ ପ୍ରସଙ୍ଗରେ କଂଗ୍ରେସ କାହିଁକି ଏତେ ଆପତ୍ତି କରୁଛି ? ଭରତ ଯୋଡୋ ନାମରେ ରାଜନୈତିକ ଭ୍ରମଣ କରୁଥିବା ଲୋକମାନେ 'ଭାରତ ମାତା କି ଜୟ’ ସ୍ଲୋଗାନ ସହ କଣ ଅସୁବିଧା ?  "ଏହା କାହିଁକି ?"

 ସେ ଅଭିଯୋଗ କରିଛନ୍ତି ଯେ, ଏହା ସ୍ପଷ୍ଟ ଯେ କଂଗ୍ରେସର ଦେଶ ପ୍ରତି ସମ୍ମାନ ନାହିଁ, ଦେଶର ସମ୍ବିଧାନ କିମ୍ବା ସାମ୍ବିଧାନିକ ଅନୁଷ୍ଠାନ ପ୍ରତି ସମ୍ମାନ ନାହିଁ । ସେ କେବଳ ଏକ ନିର୍ଦ୍ଦିଷ୍ଟ ପରିବାରର ପ୍ରଶଂସା ପାଇଁ ଚିନ୍ତିତ । କଂଗ୍ରେସର ଜାତୀୟ ବିରୋଧୀ ତଥା ସାମ୍ବିଧାନିକ ବିରୋଧୀ ଉଦ୍ଦେଶ୍ୟକୁ ସମଗ୍ର ଦେଶ ଭଲଭାବେ ଜାଣିଛନ୍ତି ।

 ଅନ୍ୟପକ୍ଷରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ବିଜେପିକୁ ଏକ ପ୍ରଶ୍ନ ପଚାରିଛନ୍ତି, ରିପବ୍ଲିକ୍ ଅଫ୍ ଇଣ୍ଡିଆ କହିବାର ଆବଶ୍ୟକତା କଣ ? ଏହି ନାମ ଇଂରାଜୀ ଭାଷାରେ ଅଛି । ସେମାନେ କାହିଁକି ଭାବନ୍ତି ଯେ ଅଧା ଇଂରାଜୀ ଏବଂ ଅଧା ଭାରତୀୟ କହିବା ଭଲ ? ମୁଁ ଭାବୁଛି ପିଏମ ମୋଦୀ ଭାରତ ନାମକୁ ଡରୁଛନ୍ତି ।

 ନ୍ୟୁଜ୍ ଏଜେନ୍ସି ANI ସହିତ କଥାବାର୍ତ୍ତା ବେଳେ ସେ କହିଛନ୍ତି, "ହିନ୍ଦୁ ନାମ ବିଦେଶୀ ମାନଙ୍କ ଦ୍ୱାରା ମଧ୍ୟ ଦିଆଯାଇଥିଲା । ଆରବ ଏବଂ ଇରାନର ଲୋକମାନେ ସେମାନଙ୍କୁ ହିନ୍ଦୁ ବୋଲି କହୁଥିଲେ । ସେମାନେ ସିନ୍ଧୁ ନଦୀ ନିକଟରେ ରହୁଥିବା ଲୋକ ମାନଙ୍କୁ ହିନ୍ଦୁ ବୋଲି କହୁଥିଲେ । ଯଦି ଆମେ ଇତିହାସ ଦେଖିବା, ଆମେ ବିଦେଶୀ ଦେଶ ଦ୍ୱାରା ଦିଆଯାଇଥିବା ହିନ୍ଦୁ ନାମ ଦେଖିବା । 

 


 


 

Copyright © 2022 - Summa Real Media Private Limited. All Rights Reserved.