ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗାନ୍ଧୀ ପରିବାରକୁ କଙ୍ଗନାଙ୍କ ଟାର୍ଗେଟ, କହିଲେ- ଜଣେ 'ଉଚ୍ଚାଭିଳାଷୀ’ ମା’ର ଶିକାର ରାହୁଲ ଓ ପ୍ରିୟଙ୍କା

ନୂଆଦିଲ୍ଲୀ,୪।୪: ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ଅଭିନେତ୍ରୀ କଙ୍ଗନା ରାନାଓ୍ବତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କରିଛନ୍ତି କଟାକ୍ଷ। ସେ ଟିଭି ଚ୍ୟାନେଲରେ ଇଣ୍ଟରଭ୍ୟୁ ଦେଇ କହିଛନ୍ତି, ରାହୁଲ ଓ ପ୍ରିୟଙ୍କା ପରିସ୍ଥିତିରେ ପଡି ଏଭଳି କରୁଛନ୍ତି। ଦୁହେଁ ରାଜନୀତି ପାଇଁ ନୁହେଁ। ରାହୁଲ ଅନ୍ୟ କୌଣସି କ୍ଷେତ୍ରରେ ନିଜକୁ ପରୀକ୍ଷା କରିବା ଦରକାର। ରାହୁଲ ଜଣେ 'ଉଚ୍ଚାଭିଳାଷୀ’ ମା’ଙ୍କର ଶିକାର ହୋଇଛନ୍ତି। ସେ ୫୦ ବର୍ଷରୁ ଅଧିକ ହୋଇସାରିଛନ୍ତି। ତାଙ୍କୁ ବାରମ୍ବାର ଯୁବକ କହି ଲଞ୍ଚ କରାଯାଉଛି। କେବଳ ସେତିକି ନୁହେଁ ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କଙ୍ଗନା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସେ ଯାହାକୁ ଭଲ ପାଆନ୍ତି, ତାଙ୍କ ସହ ବିବାହ କରିପାରିଲେନି। ତାଙ୍କୁ କୌଣସି ଦିଗରେ କିଛି ବି ସଫଳତା ମିଳିଲାନି। ମୋତେ ଲାଗୁଛି ଯେ, ଖୁବ୍ ଏକୁଟିଆ ହୋଇଯାଇଛନ୍ତି।

ତାଙ୍କ ଉପରେ ଅନେକ ଚାପ ପକାଯାଉଛି। ଏଭଳି କର, ସେଭଳି କରନି। କଙ୍ଗନା ଏହି ସମୟରେ ଥ୍ରୀ ଇଡିଅଟ୍‌ ଫିଲ୍ମର ଉଦାହରଣ ମଧ୍ୟ ରଖିଥିଲେ। ମୁଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଦେଖିଛି।  ତାଙ୍କୁ ରାଜନୀତି ଛାଡି ଆଉ କିଛି କରିବା ଦରକାର, ଯେଉଁଥିରେ ସେ ସଫଳ ହୋଇପାରିବେ। ତାକୁ ବାଧ୍ୟ ବାଧକତାରେ ରାଜନୀତି କରାଯାଉଛି। ରାହୁଲ ଓ ପ୍ରିୟଙ୍କା ଦୁହେଁ ଖୁବ୍ ଭଲ, କିନ୍ତୁ ଦୁହେଁ ପରିସ୍ଥିତିର ଚାପରେ ଅଛନ୍ତି। ମୁଁ ସାଧାରଣ ଭାଷାରେ କହୁଛି, ଦୁହେଁ ଖୁବ୍ ଭଲ ପିଲା। ତାଙ୍କୁ ରାଜନୀତିଠାରୁ ଦୂରେଇ ରଖିବା ଦରକାର ଥିଲା ଓ ସୁଖୀ ରହିବାକୁ ଦେବାର ଥିଲା। ତାଙ୍କୁ ଦେଖିକି ଲାଗୁଛି ସେମାନେ ନିଜ ଜୀବନକୁ ଖୁବ୍ ଚିନ୍ତାରେ ଅଛନ୍ତି। ଏବେ ବି ଟାଇମ୍ ଅଛି, ମୋତେ ଆଶା ରହିଛି ତାଙ୍କ ମା’ ଭଲ ମାର୍ଗ ଦର୍ଶନ କରି‌ବେ।’

ମ୍ୟୁନିସିପାଲିଟିର ସପ୍ଲାଇ ପାଣି ଟାଙ୍କିରୁ ବାହାରିଲା ୪୦ ମାଙ୍କଡଙ୍କ ମୃତଦେହ, ବ୍ୟବହାର କରୁଥିଲେ ୨୦୦ ପରିବାର

ଏହି ସମୟରେ କଙ୍ଗନା ନିଜ ବିବାହକୁ ନେଇ ମଧ୍ୟ ଉତ୍ତର ରଖିଛନ୍ତି। ସେ କହିଛନ୍ତି କିଛି ଦିନ  ପରେ ମୁଁ ପରିବାର ଲୋକଙ୍କୁ ନେଇ ନିଷ୍ପତ୍ତି ନେବି। ପରିବାର ଲୋକ ଯାହାକୁ ଚାହିଁବେ ମୁଁ ତାଙ୍କୁ ବିବାହ କରିବି। ଉଲ୍ଲେଖନୀୟ ଯେ, କଙ୍ଗନା ପ୍ରଥମ ଥର ବିଜେପିର ଟିକେଟରୁ ନିର୍ବାଚନ ଲଢୁଛନ୍ତି। ଚର୍ଚ୍ଚା ହେଉଛି ଯେ, ତାଙ୍କର ମୁକାବିଲା କଂଗ୍ରେସର ପ୍ରତିଭା ସିଂହଙ୍କ ସହ ହୋଇପାରେ।

  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.