ନୀଳଗିରି ୨୪/୦୯: ଶରତ ଆଗମନରେ ଧରାପୃଷ୍ଠରେ ଖିଲିଖିଲି ହସୁଛି କାଶତଣ୍ଡି।ନଦୀ ପଠା,ପାହାଡ଼,ପର୍ବତ ଓ ଝରଣା ନିକଟରେ କାଶତଣ୍ଡି ଖିଲି ପବନରେ ନଇଁ ପୁଣି ଉଠିପଡ଼ି ସତେଯେପରି ଧରାପୃଷ୍ଠ କୁ ଦେବୀ ମାଆଙ୍କୁ ପାଛୋଟି ନେବାକୁ ଅନାଇ ରହିଛି। ଶତଣ୍ଡି ଫୁଲ ଫୁଟିଲେ ପୂଜାପାର୍ବଣ ଋତୁ ଆସିଥାଏ। ଦୁର୍ଗାପୂଜା ପାଇଁ ଏବେ ଚାରିଆଡେ ପ୍ରସ୍ତୁତି ଆରମ୍ଭ ହେଲାଣି।ଜଗତଜନନୀ ମାଆଙ୍କୁ ଧରାପୃଷ୍ଠକୁ ପାଛୋଟି ନେବାକୁ ପ୍ରକୃତିରାଣୀ କାଶତଣ୍ଡି ଫୁଲଫୁଟାଇ ଥାଏ।
ଏ ହେଉଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର ପାହାଡ଼,ପର୍ବତ,ଝରଣା,ନଦୀ ଭଳି ପ୍ରାକୃତିକ ଦୃଶ୍ୟ। ଏହି ସବୁ ସ୍ଥାନରେ ଫୁଟିଛି କାଶତଣ୍ଡି। ଖିଲି ଖିଲି ପବନ ରେ ଝୁମି ଉଠୁଛି କାଶତଣ୍ଡି।ଏଭଳି ମନୋରମ ଦୃଶ୍ୟ ଦେଖି କବିଙ୍କ ଲେଖନୀ ରୁ କବିତା ଲେଖିଚାଲିଛନ୍ତି । ଆଜିର ଯୁବପିଢ଼ି ମାନେ ଏଭଳି ଦୃଶ୍ୟକୁ ମୋବାଇଲ ରେ ଉତ୍ତୋଳନ କରି ଇଣ୍ଟରନେଟରେ ଡାଉନଲୋଡ୍ କରିବାକୁ ଭୁଲନ୍ତି ନାହିଁ।ଚିତ୍ରକର ମାନେ ତାଙ୍କ ତୁଳିରେ ଜୀବନ୍ତ ଚିତ୍ର ଆଙ୍କନ୍ତି।ତେବେ ଏଭଳି ମନୋରମ ଦୃଶ୍ୟ ପାଇଁ କବି,ଲେଖକ ମାନେ ଭାବୁକ ହୋଇଉଠିଛନ୍ତି।