ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୈଦିକ ମନ୍ତ୍ର ଉଚ୍ଚାରଣ ସହ ଖୋଲିଲା ବାବା କେଦାରନାଥଙ୍କ ପହଡ଼, ଆରମ୍ଭ ହେବ ଚାରି ଧାମ ଯାତ୍ରା

ନୂଆଦିଲ୍ଲୀ, ୧୦/୦୫ : ବୈଦିକ ମନ୍ତ୍ର ଉଚ୍ଚାରଣ ସହ ଖୋଲିଲା ବିଶ୍ଵ ପ୍ରସିଦ୍ଧ କେଦାରନାଥଙ୍କ ମନ୍ଦିର ପହଡ଼। ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ବାବା ଭୋଳାନାଥ। ନୀତି ନିର୍ଘଣ୍ଟ ଅନୁଯାୟୀ ଶୁକ୍ରବାର ସକାଳ ୭ଟାରେ ମନ୍ଦିରର ପହଡ଼ ଖୋଲିଛି। ବାବା କେଦାରନାଥଙ୍କ ଜୟ ଜୟକାର ସହ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠିଛି। ମନ୍ଦିରର ପହଡ଼ ଖୋଲିବା ସମୟରେ ହେଲିକପ୍ଟର ଦ୍ଵାରା ମନ୍ଦିର ଉପରେ ପୁଷ୍ପ ବୃଷ୍ଟି କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି କେଦାରନାଥ ଧାମ ପହଞ୍ଚି ବାବାଙ୍କ ଦର୍ଶନଲାଭ କରିଛନ୍ତି। 

ପୌରାଣିକ ମାନ୍ୟତା ଅନୁଯାୟୀ, ବାବା କେଦାରନାଥ ୬ ମାସ ସମାଧି ରୁହନ୍ତି। ମନ୍ଦିର ପହଡ଼ ବନ୍ଦ ହେବା ଦିନ ବାବାଙ୍କୁ ୧୨୫ କିଲୋଗ୍ରାମ ବିଭୂତି ଚଢାଯାଏ। ପହଡ଼ ଖୋଲିବା ବେଳେ ବାବା ସମାଧିରୁ ଜାଗ୍ରତ ହୁଅନ୍ତି ଏବଂ ଭକ୍ତଜନଙ୍କୁ ଦର୍ଶନ ଦିଅନ୍ତି। ବାବାଙ୍କର ବିଧି ବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଏ। ତେବେ ଉତ୍ତର ଭାରତରେ ପୂଜା କରିବାର ପ୍ରକ୍ରିୟା ସାଧାରଣତଃ ଭିନ୍ନ। ହେଲେ ବାବା କେଦାରନାଥଙ୍କ ପୂଜା ଦକ୍ଷିଣର ବୀର ଶୈବ ଲିଙ୍ଗାୟତ ବିଧି ଅନୁଯାୟୀ ହୁଏ। 

ସୂଚନାନୁଯାୟୀ, ଆଜି କେଦାରନାଥ ଧାମ ପହଡ଼ ଖୋଲିବା ପରେ ଯମୁନେତ୍ରୀ ଧାମର ପହଡ଼ ସକାଳ ୧୦ଟା ୨୯ ଏବଂ ଗଙ୍ଗୋତ୍ରୀ ଧାମର ପହଡ଼ ୧୨ଟା ୨୫ରେ ଖୋଲିବ। ମେ ୧୨ ତାରିଖ ସକାଳ ୬ଟାରେ ବଦ୍ରିନାଥ ଧାମର ପହଡ଼ ଖୋଲିବ। ଏହାପରେ ୪ ଧାମ ଯାତ୍ରା ଆରମ୍ଭ ହୋଇଯିବ। ଏହି ଭବ୍ୟ ମୁହୂର୍ତ୍ତ ପାଇଁ କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମକୁ ପୁଷ୍ପରେ ସୁସଜ୍ଜିତ କରାଯାଇଛି। କେଦାରନାଥ ମନ୍ଦିରକୁ ୨୦ କ୍ଵିଣ୍ଟାଲରୁ ଅଧିକ ଫୁଲରେ ସଜା ଯାଇଛି। ଏଥର ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ ପାଇଁ ଆସ୍ଥା ପଥରେ ଯିବେ। ଆସ୍ଥା ପଥରେ ଯାତ୍ରୀମାନଙ୍କ ପାଇଁ ସୁବ୍ୟବସ୍ଥା କରାଯାଇଛି। ବସିବା ପାଇଁ ବେଞ୍ଚ୍ ତିଆରି କରାଯାଇଛି। ଏହା ସହ ବର୍ଷା ଓ ତୁଷାରପାତରୁ ବର୍ତ୍ତିବା ପାଇଁ ରେନ୍ ସେଲ୍ଟର ନିର୍ମାଣ କରାଯାଇଛି। ଚାରିଧାମ ଯାତ୍ରା ପାଇଁ ଏଯାବତ୍ ୨୨ ଲକ୍ଷରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ପଞ୍ଜିକରଣ କରି ସାରିଛନ୍ତି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.