ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାଉଜ୍ ଏଭେନ୍ୟୁ କୋର୍ଟ ପୁଣି ଥରେ ଇଡି ରିମାଣ୍ଡରେ ପଠାଇ ଦେଇଛି। କେଜ୍ରିୱାଲଙ୍କୁ ଏବେ ୨ ଅପ୍ରେଲ୍ ଯାଏ ଇଡି ଅଫିସରେ ଯାଞ୍ଚ ଏଜେନ୍ସିର ପ୍ରଶ୍ନର ସାମନା କରିବାକୁ ପଡ଼ିବ। ଗୁରୁବାର କୋର୍ଟରେ ରିମାଣ୍ଡ ଆବେଦନର ଶୁଣାଣି ବେଳେ ଅନେକ ପ୍ରମୁଖ କଥା ଉଭୟ ପକ୍ଷ ତରଫରୁ ରଖା ଯାଇଥିଲା। ଇଡି ପକ୍ଷରୁ କୋର୍ଟ ସାମନାରେ ରଖା ଯାଇଥିବା ତଥ୍ୟ ମଧ୍ୟରେ ଏହା ବି ସାମନାକୁ ଆସିଛି ଯେ, ଯାଞ୍ଚ ଏଜେନ୍ସି ତାଙ୍କ ପତ୍ନୀ ସୁନିତା କେଜ୍ରିୱାଲଙ୍କ ଫୋନ୍ ମଧ୍ୟ ଜବତ କରିଛି।
ଇଡି କେଜ୍ରିୱାଲଙ୍କ ରିମାଣ୍ଡ ଅବଧି ବଢାଇବାର ଦାବି କରି କହିଛି ଏବେ ଆଉ କିଛି ଅଭିଯୁକ୍ତଙ୍କର ତାଙ୍କ ସହ ସାମନା ସାମନି କରିବାର ଅଛି। ଯାଞ୍ଚ ଏଜେନ୍ସି ଏହା ମଧ୍ୟ ଅଭିଯୋଗ ଲଗେଇଛି କି କେଜ୍ରିୱାଲ ଯାଞ୍ଚରେ ସହଯୋଗ କରୁନାହିଁ । କୁହାଯାଇଛି କି ସେ ନିଜର ଫୋନ୍ର ପାସୱାର୍ଡ କହୁ ନାହାନ୍ତି। ଇଡି କହିଛି , ଏକ ମୋବାଇଲ (ଗିରଫ କରାଯାଇ ଥିବା ବ୍ୟକ୍ତିଙ୍କ ପତ୍ନୀ) ଫୋନ୍ର ଡାଟା ବାହାର କରାଯାଇଛି ଏବଂ ଏହାର ବିଶ୍ଲେଷଣ କରାଯାଉଛି । ହେଲେ ,ଆଉ ୪ ଡିଜିଟାଲ ଡିଭାଇସେଜ୍ ( ଯାହା ଗିରଫ କରାଯାଇ ଥିବା ବ୍ୟକ୍ତିଙ୍କ ସହ ଜଡ଼ିତ)ର ଡାଟା ବାହାର କରିବା ବାକି ଇଛି। ସେ ନିଜର ପାସୱାର୍ଡ ଓ ଲଗ୍ ଇନ୍ ଡିଟେଲ୍ ଦେବା ପାଇଁ ନିଜର ଓକିଲଙ୍କ ସହ କଥାବାର୍ତ୍ତା କରିବାକୁ ଚାହାନ୍ତି।
ଉଲ୍ଲେଖନୀୟ ଯେ ୨୧ ମାର୍ଚ୍ଚରେ କେଜ୍ରିୱାଲଙ୍କୁ ଗିରଫ କରାଯିବା ପୂର୍ବରୁ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରେ ଚଢଉ କରିଥିଲା। କୋର୍ଟ ତାଙ୍କ ଘରୁ କିଛି ଡିଜିଟାଲ ଡିଭାଇସ ଓ କାଗଜପତ୍ର ଜବତ କରିଥିଲା। କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାରେ ଜଡ଼ିତ ମନି ଲଣ୍ଡରିଂ କେସ୍ରେ ଗିରଫ କରାଯାଇଛି।