ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଲୁଚି ଲୁଚି ଫେରାର ହେଉଥିଲା ଖାଲିସ୍ତାନୀ ଆତଙ୍କୀ , ଦିଲ୍ଲୀ ଏୟାରପୋର୍ଟରେ ଧରା ପଡ଼ିଲା

Published By : Prameya | April 12, 2024 9:49 PM

ଚଣ୍ଡିଗଡ଼ : ପଞ୍ଜାବ ପୁଲିସ ଖାଲିସ୍ତାନ ଜିନ୍ଦାବାଦ ଫୋର୍ସର ଆତଙ୍କୀ ପ୍ରଭପ୍ରୀତ ସିଂହକୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଗିରଫ କରାଯାଇଛି। ପ୍ରଭପ୍ରୀତ ଜର୍ମାନୀରୁ ଆତଙ୍କବାଦୀ ନିଯୁକ୍ତି , ସହାୟତା ଓ ଫଣ୍ଡିଂ ମଡ୍ୟୁଲକୁ ପରିଚାଳନା କରୁଥିଲା। ପଞ୍ଜାବର ଡିଜିପି ଗୌରବ ଯାଦବ ଏକ୍ସରେ ଏହି ସୂଚନା ଦେଇଛନ୍ତି। 

ଅଭିଯୁକ୍ତର ୧୫ ଅପ୍ରେଲ ଯାଏ ରିମାଣ୍ଡ ହାସଲ କରି ଆଗାମୀ କାର୍ଯ୍ୟକ୍ରମ ଆରମ୍ଭ କରି ଦିଆ ଯାଇଛି। ଡିଜିପି ଯାଦବ କହିଛନ୍ତି କି, ଜର୍ମାନୀରୁ ଆତଙ୍କୀ ପ୍ରଭପ୍ରୀତ ସିଂହ ଦେଶରେ ଖାଲିସ୍ତାନ ଆତଙ୍କୀ ଗ୍ରୁପ୍‌ ପାଇଁ ଯୁବକଙ୍କୁ ଭର୍ତ୍ତି କରୁଥିଲା। ସେ ସାରା ଦେଶରେ ଯୁବକଙ୍କୁ ଭର୍ତ୍ତି ପାଇଁ ୨୦-୨୫ ଲୋକଙ୍କ ଏକ ନେଟୱର୍କ ତିଆରି କରିଥିଲା।

ଡିଜିପି ଗୌରବ ଯାଦବଙ୍କ କହିବାନୁସାରେ , ୨୦୨୦ ମସିହାରେ ଏସଏସଓସି ଅମୃତସରକୁ ଗୁଇନ୍ଦା ସୂଚନା ମିଳିଥିଲା କି, ଖାଲିସ୍ତାନ ଜିନ୍ଦାବାଦ ଫୋର୍ସର ଆତଙ୍କବାଦୀ ଜଗଦୀଶ ସିଂହ ପୂରା ପଞ୍ଜାବରେ କିଛି ହାଇ-ପ୍ରୋଫାଇଲ ଲୋକଙ୍କୁ ଟାର୍ଗେଟ୍‌ କରିବାର ଯୋଜନା ପ୍ରସ୍ତୁତ କରୁଛି। ଏହି କାମରୁ ପୂରା କରିବା ପାଇଁ ସେ ଭାରତରେ ଥିବା ନିଜର ସାଥିମାନଙ୍କୁ ଅସ୍ତ୍ରଶସ୍ତ୍ର ଓ ଟଙ୍କା ଦେଇଛି। ପଞ୍ଜାବ ପୁଲିସ ଏହି ଗ୍ରୁପ୍‌ ସହ ସଂପୃକ୍ତ ୪ ଆତଙ୍କବାଦୀଙ୍କୁ ଗିରଫ କରି ପୂରା ମଡ୍ୟୁଲର ପର୍ଦ୍ଦାଫାସ କରି ଦେଇ ଥିଲା। ଏହି ମାମଲାରେ ୟୁଏପିଏ ଓ ଦୃଢ ଅଧିନିୟମ ଅନୁସାରେ ୧୯ ଡିସେମ୍ୱର ୨୦୨୦ରେ ଏଫଆଇଆର୍ ରୁଜୁ କରାଯାଇ ଥିଲା। 

ଗିରଫ ଆତଙ୍କବାଦୀ ମାନେ ପଚରାପଚରିରେ କହି ଥିଲେ କି, ସେ ୱାଣ୍ଟେଡ୍‌ ଆତଙ୍କବାଦୀ ଜଗଦୀଶ ସିଂହ ଭୂରା ଓ ତାର ନିକଟତର ପ୍ରଭପ୍ରୀତ ସିଂହଙ୍କ କହିବାନୁସାରେ କାମ କରୁ ଥିଲେ। ସେତେବେଳେ ପ୍ରଭପ୍ରୀତ ଜର୍ମାନୀରେ ରହୁଥିଲା, ଏଥିପାଇଁ ପଞ୍ଜାବ ପୁଲିସ ତା ବିରୋଧରେ ମାମଲା ରୁଜୁ କରି ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଥିଲା। ବୁଧବାର ଯେବେ ସେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚି ଥିଲା, ତ ତାକୁ ଇମିଗ୍ରେସନ ଅଧିକାରୀମାନେ ରୋକି ଥିଲେ। ଯେବେ ପୁଲିସର ଷ୍ଟେଟ୍‌ ସ୍ପେଶାଲ ଅପରେସନ ସେଲ୍‌, ଅମୃତସରକୁ ସୂଚନା ଦେଲା, ଏହା ପରେ ଆମର ଟିମ୍‌ ତାକୁ ଗିରଫ କରି ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.