ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନାମଲେଖା ସିଟ୍‌ କମାଇଲା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ: ପ୍ରତି ଶ୍ରେଣୀରୁ କମିଲା ୮ ସିଟ୍‌, ଅଭିଭାବକଙ୍କ ଅସନ୍ତୋଷ

ଭୁବନେଶ୍ୱର,୧୨/୦୪: ଚଳିତ ବର୍ଷଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପ୍ରତି ଶ୍ରେଣୀରୁ ୮ଟି ଲେଖାଏଁ ସିଟ୍‌ କମାଇଛି । ତେଣୁ ଏଣିକି ପ୍ରତି ଶ୍ରେଣୀରେ ୩୨ଟି ଲେଖାଁ ସିଟ୍‌ରେ ହେବ ନାମଲେଖା । ଅନ୍ୟପକ୍ଷରେ ବଦଳି ନିୟମ ଘରୋଇ କ୍ଷେତ୍ର କର୍ମଚାରୀଙ୍କ ପାଇଁ ଲାଗୁ ହେବନି । ଏ ନେଇ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଗାଇଡ୍‌ଲାଇନ୍‌  ଜାରି କରାଯାଇଛି ।  

ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, କେନ୍ଦ୍ରୀୟ  ବିଦ୍ୟାଳୟରେ ପ୍ରତି ଶ୍ରେଣୀରେ ୪୨ଟି ଲେଖାଁ ସିଟ୍‌ରେ  ନାମଲେଖା ହେଉଥିଲା । ଏଥିରୁ ଦୁଇଟି ସିଟ୍‌ ଏକକ  କନ୍ୟା ସନ୍ତାନ ପାଇଁ ସଂରକ୍ଷଣ ରହୁଥିଲା । ତେବେ  ଏହି ସିଟ୍‌ କଟିଯିବା ପରେ ୪୦ଟି ସିଟ୍‌ ରହିଥିଲା ।  ଏବେ ସେଥିରୁ ୮ଟି ସିଟ୍‌ କଟିଯିବା ପରେ ଏଣିକି  ପ୍ରତି ଶ୍ରେଣୀରେ ୩୨ଟି ସିଟ୍‌ରେ ହେବ ନାମଲେଖା ।  

ସେହିପରି ବଦଳି ନୀତିରେ ମଧ୍ୟ ପରିବର୍ତ୍ତନ  କରାଯାଇଛି । ଘରୋଇ କ୍ଷେତ୍ରରେ କାର୍ଯ୍ୟରତ  କର୍ମଚାରୀ ଅନ୍ୟ ରାଜ୍ୟକୁ ବଦଳି ହେଲେ ସେମାନଙ୍କ  ପିଲା ଅନ୍ୟ ରାଜ୍ୟର କେଭିରେ ନାମଲେଖା ସୁଯୋଗ  ପାଇବେ ନାହିଁ । ମାତ୍ର ସରକାରୀ କର୍ମଚାରୀଙ୍କୁ ଏହି  ସୁବିଧା ମିଳିବ । ସେମାନେ ଅନ୍ୟ ରାଜ୍ୟକୁ ବଦଳି  ହୋଇଗଲେ ସେମାନଙ୍କ ପିଲାମାନେ ଅନ୍ୟ ରାଜ୍ୟର  କେଭିରେ ନାମଲେଖାର ସୁଯୋଗ ପାଇବେ । ଏପରି  ସ୍ଥିତିରେ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରତି ବିଦ୍ୟାଳୟରେ  ୪୦ରୁ ୪୫ ସିଟ୍‌ ପର୍ଯ୍ୟନ୍ତ ସେମାନଙ୍କୁ ନାମଲେଖାର  ସୁଯୋଗ ଦେବେ ।  

ରାଜ୍ୟରେ ୬୪ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି ।  ଯଦି ପ୍ରତି କେନ୍ଦ୍ରୀୟ ବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀରୁ  ୮ଟି ଲେଖାଏଁ ସିଟ୍‌ କମାଯାଏ ତେବେ ପ୍ରତି ସ୍କୁଲ୍‌ରେ  ୯୬ଟି ସିଟ୍‌ କମିବ । ରାଜ୍ୟର ୬୪ଟି ସ୍କୁଲ୍‌ରୁ ୬  ହଜାର ୧୪୪ଟି ସିଟ୍‌ କମିବ । ଆଗରୁ ରାଜ୍ୟରେ  ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ୨୫୬୦ ପିଲା ପ୍ରଥମ  ଶ୍ରେଣୀରେ ନାମଲେଖାଉଥିବା ବେଳେ ଚଳିତ ବର୍ଷ  ୨୦୪୮ ପିଲା ନାମ ଲେଖାଇବେ । ବାକି ୫୧୨ ପିଲା  ନାମ ଲେଖାଇବାରୁ ବଞ୍ଚିତ ହେବେ । ସିଟ୍‌ କମିଥିବାରୁ  ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.