ପ୍ରମୁଖ ଖବର
  • ଫିରିଙ୍ଗିଆ ପୋଲିସ ଦ୍ୱାରା ପୁଣି ୧୦ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ପୁଣି ପୋଲିସକୁ ଚକମା ଦେଇ ଖସିଗଲେ ମାଫିଆ
  • ||
  • ଆଗପଛ ହୋଇ ଚାଲିଗଲେ ମା’-ପୁଅ, ପୁଅର ସାପ କାମୁଡ଼ାରେ ମା’ର ହୃତଘାତରେ ମୃତ୍ୟୁ
  • ||
  • କେନ୍ଦୁଝର ପୋଲିସକୁ ବଡ଼ ସଫଳତା, ଅନ୍ତଜିଲ୍ଲା ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ
  • ||
  • ଜଳୁଛି ସାରକୁଣ୍ଡା ରିଜର୍ଭ ଫରେଷ୍ଟ, ବିପଦରେ ଜୀବଜନ୍ତୁ, ମୂଲ୍ୟବାନ ଗଛ
  • ||
  • ଅନୁଗୁଳରେ ଟ୍ରକ୍ ଧକ୍କାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ
  • ||
  • IPL 2024: ଏକାନ୍ନା ଷ୍ଟାଡ଼ିୟମ୍‌ରେ ସୁପରଜାଏଣ୍ଟ୍‌ଙ୍କୁ ଭେଟିବ ରୟାଲ, ପ୍ରତିଶୋଧ ଲକ୍ଷ୍ୟରେ ଲକ୍ଷ୍ନୌ
  • ||
  • ପଞ୍ଚ ମହଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୩ ମୃତ
  • ||
  • ଶାହଙ୍କ ପରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ରବିବାର ଆମ୍ବପୁଆରେ ବିଶାଳ ସଭାକୁ ସମ୍ବୋଧିତ କରିବେ
  • ||
  • IPL ୨୦୨୪: ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଫାଇଟ୍, କୁଲଦୀପ-ରୋହିତ ଲଢ଼େଇ
  • ||
  • ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ: ରାଜ୍ୟରେ ୩୦ ଯାଏ ରେଡ୍‌ ୱାର୍ଣ୍ଣିଂ, ଉପକୂଳ ଓ ପଶ୍ଚିମରେ ଅସମ୍ଭାଳ ତାତି
  • ||

କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ଲାଗି ବିଜ୍ଞପ୍ତି ଜାରି, ଏପ୍ରିଲ୍ ୧ରୁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ, ୨୯/୦୩: କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ୨୦୨୪-୨୫ ଶିକ୍ଷା ବର୍ଷ ଲାଗି ପ୍ରଥମରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ଲାଗି ବିଜ୍ଞପ୍ତି ପ୍ରକାଶ କରିଛି । ପ୍ରଥମ ଶ୍ରେଣୀରେ ନାମଲେଖା ଲାଗି ଏପ୍ରିଲ୍ ୧ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇ ଏପ୍ରିଲ୍ ୧୫ରେ ସରିବ । ସେହିଭଳି ଏକାଦଶ ଶ୍ରେଣୀରେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ମାଟ୍ରିକ୍ ପରୀକ୍ଷା ଫଳ ଆସିବାର ୧୦ ଦିନ ପରେ ଆରମ୍ଭ ହେବ ।

ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ଲାଗି ଛାତ୍ରଛାତ୍ରୀଙ୍କ ବୟସ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଅତିକମରେ ୬ ବର୍ଷ ହୋଇଥିବା ଆବଶ୍ୟକ । ସେହିଭଳି କେନ୍ଦ୍ରୀୟ ବିଦ୍ୟାଳୟରେ ଦ୍ୱିତୀୟ ଓ ଅନ୍ୟ ଶ୍ରେଣୀରେ ନାମ ଲେଖାଇବା ଲାଗି ଅଫଲାଇନ୍ ଆବେଦନ ଏପ୍ରିଲରୁ ଆରମ୍ଭ ହେବ ।

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନରେ ୨୦୨୪ ବର୍ଷ ଲାଗି ନାମଲେଖାରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଓବିସି ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ସୁବିଧା ମିଳିବ । ୧୫ ପ୍ରତିଶତ ଆସନ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଲାଗି ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜନଜାତି ଲାଗି ୭.୫ ପ୍ରତିଶତ, ଓବିସି ଛାତ୍ରଛାତ୍ରୀଙ୍କ ଲାଗି ୨୭ ପ୍ରତିଶତ ଆସନ ସଂରକ୍ଷିତ ରହିଛି ।

ପ୍ରଥମ ଶ୍ରେଣୀରେ ନାମଲେଖା ଲାଗି ଏପ୍ରିଲ୍ ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ଚାଲିବ । ଏପ୍ରିଲ୍ ୧୯ରେ ପ୍ରଥମ ପର୍ଯ୍ୟାୟ ଚୟନ ତାଲିକା ସହ ପ୍ରକାଶ ପାଇବ ୱେଟିଂ ଲିଷ୍ଟ । ଏହା ପରେ ଏପ୍ରିଲ୍ ୨୯ରେ ଦ୍ୱିତୀୟ ପର୍ଯ୍ୟାୟ, ମେ ୮ରେ ତୃତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବ । ଦ୍ୱିତୀୟ ଓ ଅନ୍ୟ ଶ୍ରେଣୀ ଲାଗି ଅଫଲାଇନ୍ ପଞ୍ଜିକରଣ ଏପ୍ରିଲ୍ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ହେବ ।

କେମିତି କରିବେ ଆବେଦନ ?

ଅନଲାଇନ୍ ଆବେଦନ ଲାଗି kvsangathan.nic.in ଭିଜିଟ୍ କରନ୍ତୁ ।

ହୋମ୍ ପେଜରେ ଏକାଡେମିକ୍ ଉପରେ କ୍ଲିକ୍ କରନ୍ତୁ ।

ଏହା ପରେ ନୋଟିଫିକେସନ୍ ପଢ଼ି ନିୟମ ଅନୁସାରେ ଆବେଦନ କରନ୍ତୁ ।

ପଞ୍ଜିକରଣ ପାଇଁ ଜରୁରୀ କାଗଜପତ୍ର ଦିଅନ୍ତୁ ।

ନାମଲେଖା ପଞ୍ଜିକରଣ ଲାଗି ଜନ୍ମ ପ୍ରମାଣ ପତ୍ର, ଜାତିଗତ ପ୍ରମାଣପତ୍ର, ଆବାସିକ ପ୍ରମାଣପତ୍ର, ଶିକ୍ଷାର୍ଥୀଙ୍କ ଆଧାର କାର୍ଡ, ଅଭିଭାବକଙ୍କ ଆଧାର କାର୍ଡ, ୨ଟି ପାସପୋର୍ଟ ସାଇଜ୍ ଫଟୋ ଆବଶ୍ୟକ । ଦେଶବ୍ୟାପୀ ୧୨୫୪ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.