ଫିରିଙ୍ଗିଆ ୨୯/୦୨ କନ୍ଧମାଳ ଜିଲ୍ଲାରେ ସରୁନି ଦାଦନ ଦୁଃଖ I ବିଶେଷ କରି ଜିଲ୍ଲାର ଫିରିଙ୍ଗିଆ ବ୍ଲକରେ ଗତ ଚାରିମାସ ମଧ୍ୟ୍ୟରେ ପେଟପଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ପାଞ୍ଚ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଗୁରୁବାର ପରିବାର ପ୍ରତିପୋଷଣ ପାଇଁ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ଏହି ଫିରିଙ୍ଗିଆ ବ୍ଲକର ଆଉ ଜଣେ ଶ୍ରମିକଙ୍କ ଆତ୍ମହତ୍ୟା ସାରା ଫିରିଙ୍ଗିଆ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି I ତେବେ ମୃତ ଶ୍ରମିକ ଜଣକ ଫିରିଙ୍ଗିଆ ବ୍ଲକ ନୂଆପାଦର ଗାଁ ର ପ୍ରମୋଦ ଡିଗାଲଙ୍କ ବଡ଼ପୁଅ ଲିଙ୍କନ ଦିଗାଲ ବୋଲି ଜଣାପଡିଛି।
ସେ ତାଙ୍କ ପରିବାର ସହ ଦୀର୍ଘଦିନ ଧରି ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତର ଗେରୁପଡା ଗାଁ ରେ ରହି ଆସୁଥିଲେ I ତେବେ ଦୀର୍ଘ ଚାରିମାସ ହେବ ସେ ତାଙ୍କ କିଛି ସାଙ୍ଗଙ୍କ ସହ ଆନ୍ଧ୍ରପ୍ରଦେଶ ରାଜ୍ୟ ରାଜମନ୍ଦିର ରେଲୱେ ଷ୍ଟେସନ ନିକଟରେ ଥିବା ଏକ ହୋଟେଲରେ ଶ୍ରମିକ ଭାବରେ କାମ କରିଆସୁଥିଲେ I ବୁଧବାର ରାତିରେ ହୋଟେଲ ରୁ କାମ ସାରି ରାତିରେ ତାଙ୍କ ଭଡା ଘରକୁ ଶୋଇବାକୁ ଯାଇଥିଲେ I ସକାଳୁ ତାଙ୍କ ସାନ ଭାଇ ମିଲନ ଡିଗାଲକୁ ଦେହ ଭଲଲାଗୁନି କହିବା ସହ କାମକୁ ଯାଇପାରିବିନି ବୋଲି କହିଥିଲେ I ପରେ ମୃତକଙ୍କ ସାନ ଭାଇ କାମ କରିବା ପାଇଁ ଚାଲିଯାଇଥିଲେ I ତେବେ ଘରେ କେହିନଥିବାର ସୁଯୋଗ ନେଇ ସେ ନିଜେ ନିଜେ ଆତ୍ମହତ୍ୟା କରିଥିବା ଜଣାପଡିଛି I ତେବେ ଏହି ଘଟଣାକୁ ନେଇ ହୋ ଟେଲ କର୍ତ୍ତୃପକ୍ଷ ସ୍ଥାନୀୟ ପୋଲିସ କୁ ଖବର ଦେବାରୁ ପୋଲିସ ଘଟଣା ସ୍ଥଳରେ ପହଂଚି ଏକା ଅପମୃତ୍ୟୁ ମାମଲା ରୁଜୁ କରିଵା ସହ ତଦନ୍ତ ଜାରିରଖିଥିଵା ଜଣାପଡିଛି I
ଅନ୍ୟପଟେ ଶବ ବ୍ୟବଚ୍ଛେଦ ପରେ ମୃତ ଦେହ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗାଁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲା ପଡା ପଞ୍ଚାୟତର ଗେରୁପଡା ଗାଁକୁ ଆସିବ ବୋଲି ହୋଟେଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି I ସୂଚନା ଥାଉକି ଗତ ମଙ୍ଗଳବାର ଦିନ ଏହି ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତ ଅଧୀନରେ ଥିବା ଲତ ପଙ୍ଗିଆ ଗାଁର ଜଣେ ଦାଦନ ଶ୍ରମିକଙ୍କ ରାଜସ୍ଥାନର ଏକା କମାନୀରେ କାମ କରୁଥିବା ସମୟରେ ହୃଦଘାତରେ ମୃତ୍ୟୁ ହୋଇଥିଲା I ତେବେ ଫିରିଙ୍ଗିଆ ପ୍ରେସ କ୍ଳବ ର ସହାୟତାରେ ମୃତ ଶ୍ରମିକଙ୍କ ଶବ ଗୁରୁବାର ସନ୍ଧ୍ୟାରେ ନିଜ ଗାଁ ଲତପାଙ୍ଗିଆ କୁ ପହଂଚିଥିଲା