ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ସୁପ୍ରିମକୋର୍ଟରେ ପ୍ରଦର୍ଶିତ ହେଲା ‘ଲାପତା ଲେଡିଜ୍‌’

ନୂଆଦିଲ୍ଲୀ, ୧୦/୦୮ : ଗତ ଶୁକ୍ରବାର ସର୍ବୋଚ୍ଚ ନାୟାଳୟରେ ପ୍ରଦର୍ଶିତ ହୋଇଛି ବଲିଉଡ୍‌ ଫିଲ୍ମ ‘ଲାପତା ଲେଡିଜ୍‌’ । ଏ ଅବସରରେ ଭାରତର ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଉପସ୍ଥିତ ଥିଲେ । ଫିଲ୍ମର ନିର୍ଦ୍ଦେଶିକା ତଥା ପ୍ରଯୋଜିକା କିରଣ ରାଓ ଓ ପ୍ରଯୋଜକ ଆମିର ଖାନ୍‌ ମଧ୍ୟ ଯୋଗ ଦେଇଥିଲେ । ଆମିର କୋର୍ଟରେ ପ୍ରବେଶ କରିବା ସମୟରେ ମୁଖ୍ୟ ବିଚାରପତି ଭିଡ଼ ନ ଜମାଇବାକୁ ସମସ୍ତଙ୍କୁ ଚେତାଇ ଦେଇଥିଲେ । 

ଫିଲ୍ମର ସ୍କ୍ରିନିଂରେ ଯୋଗ ଦେବା ପରେ କିରଣ ନିଜର ଖୁସି ଓ କୃତଜ୍ଞତା ପ୍ରକାଶ କରି କହିଥିଲେ, ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ‘ଲାପତା ଲେଡିଜ୍‌’ ପ୍ରଦର୍ଶିତ ହୋଇ ଇତିହାସ ସୃଷ୍ଟି କରିଛି । ଏଥିପାଇଁ ମୁଁ ଗର୍ବିତ । ଏହି ବିରଳ ସମ୍ମାନ ପାଇଁ ସମ୍ମାନୀୟ ମୁଖ୍ୟ ବିଚାରପତିଙ୍କୁ ମୁଁ ଗଭୀର କୃତଜ୍ଞତା ଜଣାଉଛି ।’ ସେ ଆହୁରି କହିଛନ୍ତି, ଫିଲ୍ମରେ ଫୁଲ ଓ ଜୟାଙ୍କ କାହାଣୀ ଲୋକଙ୍କ ଉପରେ ଗଭୀର ପ୍ରଭାବ ପକାଇବ ବୋଲି ଆମେ ଆଶା କରିଥିଲୁ । କିନ୍ତୁ ଦର୍ଶକଙ୍କ ଭଲପାଇବା ଆମ ଆଶାଠୁ ବଳିଯାଇଛି । ଫିଲ୍ମକୁ ଏତେ ଭଲପାଇବା ଓ ସମର୍ଥନ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ବିପ୍ଳବ ଗୋସ୍ୱାମୀଙ୍କ ଲିଖିତ ପୁରସ୍କାରପ୍ରାପ୍ତ କାହାଣୀ ଉପରେ ପର୍ଯ୍ୟବସିତ ଫିଲ୍ମ ‘ଲାପତା ଲେଡିଜ୍‌’ ଗତ ମାର୍ଚ୍ଚ ୧ ତାରିଖରେ ମୁକ୍ତିଲାଭ କରିଥିଲା । ନେଟ୍‌ଫ୍ଲିକ୍ସରେ ଏହା ଉପଲବ୍ଧ ହେଉଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.