ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ,୫ ଗିରଫ

 ନୀଳଗିରି,୨୫/୫(ଆ.ପ୍ର):ଏବେ ନିର୍ବାଚନ ପାଇଁ ଗାଁ ଠାରୁ ସହରରେ ବେଆଇନ ମଦ ବିକ୍ରି ବୃଦ୍ଧି ହୋଇଛି।ଆଉ ଆକ୍ସନ ମୋଡ଼କୁ ନୀଳଗିରି ଅବକାରୀ ବିଭାଗ।ଆଜି ନୀଳଗିରି ସହର ସମେତ ଦୁର୍ଗାପୁର ଅଞ୍ଚଳରେ ଆତର୍କିତ ଚଢ଼ାଉ କରି ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ନୀଳଗିରି ସହରରେ ବିଭିନ୍ନ ସ୍ଥାନରେ ଦେଶୀ ମଦ ବିକ୍ରି ସୂଚନା ପାଇଁ ଆଜି ନୀଳଗିରି ଅବକାରୀ ଓଆଇସି ଜୟନାଥ ବେହେରାଙ୍କ ନେତୃତ୍ୱରେ ସାନଅତା ଅଞ୍ଚଳରେ ଚଢ଼ାଉ କରିଥିଲେ। ସେଠାରୁ ନରେନ୍ଦ୍ର ଧାଉଁଡିଆ ଙ୍କ ଠାରୁ ୩୦ ଲିଟର ଦେଶୀ ମଦ ଜବତ କରି ତାଙ୍କୁ ଗିରଫ କରିଥିଲା। ସେହିପରି ଘାଟଘରସାହି ଅଞ୍ଚଳର ଭବାନୀ ଶଙ୍କର ବେହେରାଙ୍କ ଠାରୁ ୩୦ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଗୁଡିଖାଣିଆ ଅଞ୍ଚଳର ବାଞ୍ଛା ମାଝୀଙ୍କ ଠାରୁ ୨୮ଲିଟର ଦେଶୀ ମଦ ଜବତ କରାଯାଇଛି। ସେହିପରି କାଂଶ ନିକଟ ଦୂର୍ଗାପୁର ଛକରେ ଚଢ଼ାଉ କରି ୧୪.୪୦୦ଲିଟର ବିଦେଶୀ ମଦ, ୮୦ ଲିଟର ବିୟର,୩୦୦ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଅନନ୍ତ ନାୟକ ଓ ପ୍ରଣବ ପୃଷ୍ଟିଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ମୋଟ ୫ଜ ଜଣଙ୍କୁ ଗିରଫ କରାଯାଇ ୪ ଟି ପୃଥକ ମାମଲା ରୁଜୁ ହୋଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.