ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଶେଷ ଲଢ଼େଇ ପାଇଁ ଧୂଆଁଧାର ପ୍ରଚାର: ମୋଦି, ଶାହ, ରାହୁଲଙ୍କ ମାରାଥନ ରାଲି, ଜୁନ୍ ୧ରେ ୫୭ ଆସନରେ ପଡ଼ିବ ଭୋଟ

ନୂଆଦିଲ୍ଲୀ,୨୭/୦୫: ଲୋକସଭା ନିର୍ବାଚନର ୬ଟି  ପର୍ଯ୍ୟାୟ ଶେଷ ହୋଇଯାଇଛି । ମୋଟ ୪୮୬ ଆସନରେ ମତଦାନ ସରିଛି । ଜୁନ୍‌୧ରେ ହେବାକୁ ଥିବା ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ବାକି ୫୭ ଆସନରେ ଭୋଟ୍‌  ଗ୍ରହଣ ହେବ । ଏଥିପାଇଁ ଦଳଗୁଡ଼ିକ ଧୂଆଁଧାର ପ୍ରଚାର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର  ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ,  ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରମୁଖ ମଇଦାନକୁ ଓହ୍ଲାଇ ନିଜ ଦଳୀୟ ପ୍ରାର୍ଥୀମାନଙ୍କ ସମର୍ଥନରେ ଭୋଟ ମାଗିଛନ୍ତି । ମୋଦି ୟୁପି  ଓ ରାହୁଲ ହିମାଚଳରେ ପ୍ରଚାର କରିଛନ୍ତି । 

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ରବିବାର  ବିହାରରେ ୩ଟି ଜନସଭାକୁ ସମ୍ବୋଧନ କରିଛନ୍ତି ।  ଜେହାନାବାଦ, ଆରା ଓ ବିହାର ଶରିଫ ତାଙ୍କ ପ୍ରଚାର  ଅଭିଯାନରେ କମ୍ପିଉଠିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ  ଖଡ୍‌ଗେ ମଧ୍ୟ ବିହାରରେ ପ୍ରଚାର କରିଛନ୍ତି । ସାସାରାମ ଲୋକସଭା ନିର୍ବାଚନ ମଣ୍ଡଳୀର ମୋହନିଆରେ ସେ ସଭା  କରିବା ପରେ ରାଜଧାନୀ ପାଟନାରେ ସାଧାରଣ ସଭା କରିଛନ୍ତି । ରାହୁଲ ହିମାଚଳ ପ୍ରଦେଶର ନାହାନ, ସରମୌର  ଜିଲ୍ଲାରେ ପ୍ରଚାର କରିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍‌ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ  ମାନ୍‌ ରାଜ୍ୟର ହୋସିଆରପୁରରେ ରୋଡ୍‌ ସୋ’ କରିଛନ୍ତି । ଉତ୍ତର ପ୍ରଦେଶର ସାଲେମପୁର ଓ ବଲିଆରେ ସମାଜବାଦୀ  ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରଚାର କରିଛନ୍ତି । 

ଏହାବ୍ୟତୀତ କଂଗ୍ରେସ ସାଧାରଣ ସମ୍ପାଦକ ସଚିନ  ପାଇଲଟ ଆଜି ପଞ୍ଜାବର ଶ୍ରୀ ଆନନ୍ଦପୁର ସାହିବ ଲୋକସଭା  ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର କରିଛନ୍ତି । ବହୁଜନ  ସମାଜ ପାର୍ଟି (ବସପା) ମୁଖ୍ୟ ମାୟାବତୀ ମଧ୍ୟ ପଞ୍ଜାବର  ନୱନସେହରରେ ନିଜ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ ନିମନ୍ତେ  ଜନସଭା କରିଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  ରାଜ୍ୟର ମହାରାଜଗଞ୍ଜ, କୁଶିନଗର, ଦେଓରିଆ ଏବଂ  ଗୋରଖପୁରରେ ନିର୍ବାଚନୀ ସଭା କରିଥିବା ବେଳେ ଜନତା  ଦଳ (ୟୁନାଇଟେଡ) ନେତା ତଥା ବିହାର ମୁଖ୍ୟମନ୍ତ୍ରୀ  ନୀତୀଶ କୁମାର ରାଜ୍ୟର କାରାକାଟରେ ସଭା କରିଥିବା  ବେଳେ ବରିଷ୍ଠ ବିଜେପି ନେତା ଗିରିରାଜ ସିଂହ ଏବଂ ରାଜ୍ୟ  ବିଜେପି ସଭାପତି ସମ୍ରାଟ ଚୌଧୁରୀ ଜେହାନାବାଦରେ  ପ୍ରଚାର କରିଛନ୍ତି । 

ଜୁନ ୧ରେ ହେବାକୁ ଥିବା ସପ୍ତମ  ପର୍ଯ୍ୟାୟ ନିର୍ବାଚନରେ ୫୭ ଆସନରେ ମତଦାନ ହେବ ।  ମୋଟ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ୟୁପି ଓ  ପଞ୍ଜାବର ୧୩ ଲେଖାଏଁ ଆସନରେ ଭୋଟ ହେବାକୁ ଥିବା  ବେଳେ ପଶ୍ଚିମବଙ୍ଗରେ ୯, ବିହାରରେ ୮, ଓଡ଼ିଶାରେ  ୬, ହିମାଚଳ ପ୍ରଦେଶରେ ୪, ଝାଡ଼ଖଣ୍ଡରେ ୩ ଏବଂ  ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ଗୋଟିଏ ଲୋକସଭା  ଆସନରେ ମତଦାନ ହେବ । ସପ୍ତମ ପର୍ଯ୍ୟାୟ ଶେଷ ସୁଦ୍ଧା  ସମସ୍ତ ୫୪୩ ଆସନରେ ଭୋଟ ସରିବ । ଏହାପରେ ଜୁନ  ୪ରେ ଭୋଟ୍‌ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.