ଉମରକୋଟ, ୧୨/୦୨ : ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବୁର୍ଜା ଗ୍ରାମର ପମ୍ପ ହାଉସ ଭିତରୁ ଗୋଟିଏ ଓଢ଼ଣୀରେ ଦୁଇ ପ୍ରେମୀ ଯୁଗଳ ଝୁଲି ପଡିଛନ୍ତି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।
ସୂଚନାନୁଯାୟୀ, ପୂଜାରିଗୁଡ଼ା ଗ୍ରାମର ପମ୍ପ ହାଉସରେ କାମ କରୁଥିବା ଯୁବକ ସନାଧାର ଭତ୍ରା ଓ ନିକଟସ୍ଥ କୁର୍ସୀ ଗ୍ରାମର ଯୁବତୀ ପ୍ରିୟଙ୍କା ଗଣ୍ଡଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୁହେଁ ବିବାହ କରିବାକୁ ମନସ୍ଥ କରିଥିଲେ। ସାମାଜିକ ସ୍ଵୀକୃତି ନମିଳିବାରୁ ଦୁହେଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।