ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାହୁଲ ଓ ଡି କକ୍‌ଙ୍କ ଦର୍ଶନୀୟ ଅର୍ଦ୍ଧଶତକ; ୮ ଓ୍ବିକେଟରେ ବିଜୟୀ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌

Image source: Cricbuzz

ଲକ୍ଷ୍ନୌ,୧୯/୦୪: ଆଇପିଏଲ୍‌ ୨୦୨୪ର ତମ ମ୍ୟାଚ୍‌ରେ ମୁହାଁମୁହିଁ ଲକ୍ଷ୍ନୌ ଓ ଚେନ୍ନାଇ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଦେଇଥିବା ୧୭୭ ରନ୍‌ର ବିଜୟ ଲକ୍ଷ୍ୟକୁ ମାତ୍ର ୧୯ ଓଭରରେ ହାସଲ କରିନେଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ୍। ଦଳ ପକ୍ଷରୁ କେ.ଏଲ୍‌. ରାହୁଲ ଏକ ଦର୍ଶନୀୟ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବେଳେ  କ୍ବିଣ୍ଟନ୍‌ ଡି କକ୍‌ଙ୍କ ବ୍ୟାଟ୍‌ରୁ ମଧ୍ୟ ବାହାରିଥିଲା ଏକ ଅର୍ଦ୍ଧଶତକ। ଲକ୍ଷ୍ନୌ ମାତ୍ର ଦୁଇଟି ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିଥିଲା। ଦଳ ପକ୍ଷରୁ କେ.ଏଲ୍‌ ରାହୁଲ ୫୩ ବଲ୍‌ ଖେଳି ସର୍ବାଧିକ ୩ ଛକା ଓ ୯ ଚୌକା ସହାୟତାରେ ୮୨ ରନ୍‌ କରିଥିବା ବେଳେ କ୍ବିଣ୍ଟନ୍‌ ଡି କକ୍‌ ୪୩ ବଲ୍‌ ଖେଳି ଗୋଟିଏ ଛକା ଓ ୫ଟି ଚୌକା ସହାୟତାରେ ୫୪ ରନ୍‌ ସଂଗ୍ରହ କରିଥିଲେ। 

ଆରମ୍ଭରୁ ୧୪ ଓଭର ପର୍ଯ୍ୟନ୍ତ ଏକ ଦର୍ଶନୀୟ ଇନିଂସକୁ ବଜାୟ ରଖିଥିଲେ ଅନୁଭବୀ କେ.ଏଲ୍‌ ରାହୁଲ ଓ କ୍ବିଣ୍ଟନ୍‌ ଡି କକ୍। କିନ୍ତୁ ୧୪.୬ ଓଭର ବେଳକୁ ଦଳକୁ ପ୍ରଥମ ଝଟ୍‌କା ଦେଇଥିଲେ ମୁସ୍ତାଫିଜୁର ରେହମାନ୍। ଡି ଡକ୍‌ଙ୍କୁ କ୍ୟାଚ୍‌ ଆଉଟ୍‌ କରି ପାଭିଲିୟନ ପଠାଇଥିଲେ ଧୋନୀ। ପରେ ମଇଦାନକୁ ଓହ୍ଲାଇଥିଲେ ନିକୋଲାସ ପୁରଣ। 

କେ.ଏଲ୍‌ ରାହୁଲଙ୍କ ଠାରୁ ଏକ ଶତକୀୟ ଇନିଂସ ଆଶା କରାଯାଉଥିଲା, କିନ୍ତୁ ୧୭.୧ ଓଭରରେ ମାଥିସା ପାଥୀରଣାଙ୍କ ବଲ୍‌ରେ ରବିନ୍ଦ୍ର ଜାଡ଼େଜାଙ୍କ ଦ୍ବାରା କ୍ୟାଚ୍‌ ଆଉଟ୍‌ର ଶିକାର ହୋଇଥିଲେ କେ.ଏଲ୍‌ ରାହୁଲ। ରାହୁଲଙ୍କ ପରେ ମଇଦାନକୁ ଓହ୍ଲାଇଥିଲେ ମାର୍କସ୍‌ ଷ୍ଟୋଇନିସ୍। ତେବେ ଉଭୟ ଷ୍ଟୋଇନିସ୍‌ ଓ ପୁରଣ ମାତ୍ର ୧୯ ଓଭରରେ ଚେନ୍ନାଇ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ମାର୍କସ୍‌ ଷ୍ଟୋଇନିସ୍‌ ୭ ବଲ୍‌ରେ ୮ ରନ୍‌ କରିଥିବା ବେଳେ ନିକୋଲାସ ପୁରଣ ୧୨ ବଲ୍‌ରେ ୨୩ ରନ୍‌ର କରି ଦଳକୁ ବିଜୟ ଭେଟିଦେଇଥିଲେ। ଆଜିର ମୁକାବିଲାରେ ଲକ୍ଷ୍ପୌ ୮ ଓ୍ବିକେଟରେ ବିଜୟ ହାସଲ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.