ପ୍ରମୁଖ ଖବର
  • ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଇରଙ୍ଗପୁର ଏବଂ ବାରିପଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର
  • ||
  • ନିର୍ବାଚନ ପାଇଁ ଦୁଇ ଦିନ ମଦ ଦୋକାନ ଏବଂ ବାର୍‌ ବନ୍ଦ, ଭୋଟ୍‌ ଗଣତି ଦିନ ରାଜ୍ୟସାରା ମଦ ଦୋକାନ ବନ୍ଦ
  • ||
  • ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ: ୬ ଲୋକସଭା, ୪୨ ବିଧାନସଭା ସିଟ୍‌ରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ରଥଖଳା ହାଲ୍‌ଚାଲ୍‌...ସିଙ୍ଗଡ଼ା ବାଡ଼ିଆ, ପହି ବିନ୍ଧ ଅନୁକୂଳ...
  • ||
  • IPL 2024: ଦ୍ୱିତୀୟ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ରୟାଲ୍ସ- ସନରାଇଜର୍ସ, ଟ୍ରାଭିସେକ ଯୋଡ଼ିଙ୍କୁ ଅଟକାଇବେ ସ୍ପିନ୍‌ ଟାଇଟନ
  • ||
  • ଦାନା ବାନ୍ଧୁଛି ବାତ୍ୟା ‘ରେମାଲ୍‌’: ୨୫ରେ ବାତ୍ୟା ରୂପ ନେବ, ୨୬ରେ ଭୀଷଣ ବାତ୍ୟାରେ ହେବ ପରିଣତ
  • ||

ପ୍ରଥମ ଓ ଦ୍ବିତୀୟ ରାଉଣ୍ଡ ଭୋଟିଂ ଉପରେ ଟିଏମ୍‌ସିକୁ ଏବେ ବି ସନ୍ଦେହ, ସିଧା ନିର୍ବାଚନ କମିଶନଙ୍କୁ ପ୍ରଶ୍ନ

ନୂଆଦିଲ୍ଲୀ,୭।୫: ଲୋକସଭା ନିର୍ବାଚନ ପୂର୍ବରୁ ଓ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂର   ଫଳାଫଳ  ନିର୍ବାଚନ କମିଶନ୍ ବହୁ ଦିନ ପରେ ଅପଡେଟ୍ କରିଥିଲେ। ଏହାକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଶ୍ନ ଉଠାଇଥିଲେ। ଏବେ ଟିଏମ୍‌ସି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ଦାବି କରିଛି ଯେ, ସବୁ ଲୋକସଭା ଆସନରେ ଭୋଟିଂ ଶତପ୍ରତିଶତ ସେୟାର କରାଯାଉ। ମମତାଙ୍କ ପାର୍ଟି କହିଛି ନିର୍ବାଚନ କମିଶନ୍‌ ଏହା କୁହନ୍ତୁ ଯେ, ପ୍ରଥମ ଓ ଦ୍ବିତୀୟ ରାଉଣ୍ଡର ଭୋଟିଂରେ କେଉଁ ଆସନରେ କେତେ ମତଦାନ ହୋଇଛି। ପ୍ରକୃତରେ କେତେ ମତଦାତା ଓ କେତେ ଲୋକ ଭୋଟ୍ ଦେଇଛନ୍ତି। ଏହାଛଡା ଭୋଟିଂ ପ୍ରତିଶତ ଉପରେ ଫାଇନାଲ  ରେଜଲ୍ଟ ଜାରି କରିବାରେ ବିଳମ୍ବ କାହିଁକି ହେଉଛି। ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଉଛି।  

କମିଶନ କହିଛନ୍ତି, ଆମ  କାମରେ ସମ୍ପୂର୍ଣ୍ଣ ଭାବରେ ପାରଦର୍ଶୀତା ରହିଛି। ସବୁ ପ୍ରାର୍ଥୀଙ୍କୁ ବୁଥ୍‌ଓ୍ବାଇଜ୍ ଡାଟା ମତଦାନ ଶେଷ ହେବାପରେ ହିଁ ମିଳିଥାଏ। ଏହାକୁ ପୁଣିଥରେ ପୁରା ମେଳାଇବା ପରେ ଭୋଟ ପ୍ରତିଶତ ଜାରି ହୋଇଥାଏ। ଟିଏମ୍‌ସି କହିଛି, ପ୍ରାରମ୍ଭିକ ସମୟରେ ଭୋଟିଂର ପ୍ରତିଶତ ଯାହା କୁହାଯାଇଥିଲା, ତା ବଦଳାରେ ଏବେ ଖୁବ୍ ପ୍ରାର୍ଥକ୍ୟ ରହିଛି। ଟିଏମ୍‌ସି ପ୍ରଶ୍ନ ଉଠାଇଛି ଯେ,୧୯ ଏପ୍ରିଲରେ ହୋଇଥିବା ଭୋଟିଂର ପ୍ରତିଶତ ୬୦ କୁହାଯାଇଥିଲା। ଏହାପରେ ସଂଖ୍ୟା ଅପଡେଟ୍ ହୋଇଥିଲା ଓ ୩୦ ଏପ୍ରିଲରେ ଏହି ଡାଟା ୬୬% କୁହାଯାଇଥିଲା। ତେବେ ଏତେ ବଡ ପ୍ରାର୍ଥକ୍ୟ କିଭଳି ଆସିଲା ?

ଟିଏମ୍‌ସି କହିଛି, ପ୍ରଥମ ରାଉଣ୍ଡର ଭୋଟିଂ ସଂଖ୍ୟା ୧୧ ଦିନ ପରେ କରାଯାଇଥିଲା। ଏହି ସଂଖ୍ୟାରେ ଭୋଟିଂ ପ୍ରତିଶତ ୫.୭୫% ବଢି ଯାଇଛି। ଏହି ଡାଟା ସେତେବେଳେ ଆସିଥିଲା, ଯେତେବେଳେ ଦ୍ବିତୀୟ ରାଉଣ୍ଡ ଭୋଟିଂ ହୋଇଥିଲା ଓ ୪ ଦିନ ବିତି ଯାଇଥିଲା। ଏହି କାରଣରୁ ବହୁ ପ୍ରଶ୍ନ ଉଠିଥାଏ। ଏହା ଉପରେ କମିଶନ୍ ବିସ୍ତାର ଭାବରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନାହାନ୍ତି। ମମତାଙ୍କ ପାର୍ଟି କହିଛି, କଣ୍ଡକ୍ଟ ଅଫ୍ ଇଲେକ୍ସନ୍ ରୁଲ୍ସ, ୧୯୬୧ ଅନୁସାରେ, ନିର୍ବାଚନ ଅଧିକାରୀଙ୍କୁ ଫାର୍ମ ୧୭ ସି ଭରିବାକୁ ହେବ। ସେ ସବୁ ପୋଲିଂ ଏଜେଣ୍ଟଙ୍କୁ କହିଛନ୍ତି, କେଉଁ ବୁଥ୍‌ରେ କେତେ ଭୋଟ୍ ପଡିଛି ଓ ବାସ୍ତବରେ କେତେ ମତଦାନ ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.