ପ୍ରମୁଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪ରେ ପ୍ରଥମ ସୁପର ଓଭର, ଓମାନକୁ ପରାସ୍ତ କଲା ନାମିବିୟା
  • ||
  • ସମ୍ବଲପୁରରେ ନିର୍ମାଣଧିନ ପୋଲ ଉପରୁ ଖସିପଡିଲା ବୋଲେରୋ, ୨ ମୃତ, ୮ରୁ ଅଧିକ ଆହତ
  • ||
  • ଭୋଟ ଗଣତି କାଉଣ୍ଟଡାଉନ୍‌,ମଙ୍ଗଳବାର ବାହାରିବ ଫଳ, ରାଜ୍ୟର ୧୬୮ କେନ୍ଦ୍ରରେ ହେବ ଗଣତି
  • ||
  • ଏମ୍ପି ରାଜଗଡ଼ରେ ଭୟଙ୍କର ଦୁର୍ଘଟଣା, ଟ୍ରାକ୍ଟର ଓଲଟି ୧୩ ମୃତ, ବିବାହ ଉତ୍ସବକୁ ଯାଉଥିଲେ
  • ||
  • ରଥଖଳା ହାଲ୍‌ଚାଲ୍‌...୩୨ ଚକ ଶେଷ, ଯୋକା ଆରମ୍ଭ, ଆଜି ମୁହାଁଟ ବିନ୍ଧ ଅନୁକୂଳ
  • ||
  • ଗାଡି ଚାଳକଙ୍କ ପକେଟକୁ ମହଙ୍ଗା ମାଡ଼, ସୋମବାରଠୁ ଦେଶବ୍ୟାପୀ ଟୋଲ୍‌ ଦେୟ ୩ରୁ୫% ବୃଦ୍ଧି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମପ୍ରବାହ: ଜୁନ୍‌ ୧୫ ଆଗରୁ ମୌସୁମୀ ବର୍ଷା ହେବନି
  • ||

ବସ୍‌ରେ ସିଟ୍‌ ନମିଳିବାରୁ ଝୁଲା ଲଗେଇ ଶୋଇଲେ , ଲୋକେ ରୋକିବାରୁ ମୁହଁ ଟାଣ ଦେଖାଇଲେ ବ୍ୟକ୍ତି

ନୂଆଦିଲ୍ଲୀ - ସୋସିଆଲ ମିଡ଼ିଆରେ ଗୋଟିଏ ପରେ ଗୋଟିଏ ଅନେକ ପ୍ରକାରର ଭିଡ଼ିଓ ସବୁ ଭାଇରାଲ ହୋଇଥାଏ। ବିଶେଷ କରି କିଛି ଲୋକ ସର୍ବସାଧାରଣ ସ୍ଥାନରେ ଏମିତି କିଛି ହରକତ କରନ୍ତି , ଯାହାକି ବେଳେ ବେଳେ ଆଶ୍ଚର୍ଯ୍ୟ ତ ଲାଗ, ଏହାସହ ଖୁବ୍‌ ମଜାଳିଆ ବି ହୋଇଥାଏ । 

କିଏ ମେଟ୍ରୋ ଟ୍ରେନରେ ନାଚୁଛି ତ ଆଉ କିଏ ଟ୍ରେନ୍‌ ଭିତରେ ବିନା ପୋଷାକରେ ଚାଲୁଛି। ନିକଟରେ ପୁଣି ଥରେ ଏମିତି ହିଁ ଏକ ଭିଡ଼ିଓ ଭାଇରାଲ ସାଜି ଥିଲା । @JoshyBeSloshy  ନାମକ ଟ୍ୱିଟର ଆଇଡିରୁ ସେୟାର କରାଯାଇ ଥିବା ଭିଡ଼ିଓରେ ଜଣେ ବ୍ୟକ୍ତି ବସ ଭିତରକୁ ଆସୁଛନ୍ତି ଏବଂ ସିଟ୍‌ ନପାଇ ବସର ଖମ୍ୱରେ ଏକ କପଡ଼ାରେ ଝୁଲା ଟାଣି ଶୋଇ ଯାଉଛନ୍ତି। ଅନ୍ୟ ଯାତ୍ରୀଙ୍କ ସହ କଣ୍ଡକ୍ଟର ଯେବେ ତାଙ୍କୁ ରୋକିବାକୁ ଚେଷ୍ଟା କରୁଛନ୍ତି ତ, ସେ ସେମାନଙ୍କୁ ଖୁବ୍‌ ଜୋରରେ ଚିଲେଇ ମୁହଁ ଟାଣି ଦେଖାଉଛନ୍ତି। ବ୍ୟକ୍ତି ଜଣଙ୍କ କହୁଛନ୍ତି –ମୋତେ କାହିଁ କେଉଁଠି ବୋର୍ଡ ନଜର ଆସୁନି ବସରେ ଝୁଲା ଲାଗି ପାରିବ ନାହିଁ । ତୁମେ ସମସ୍ତେ ପାଟି ବନ୍ଦ କର। ଏହାପରେ ସେ ସଂପୂର୍ଣ୍ଣ ଭାବେ ନିଜକୁ ଝୁଲାରେ ଢାଙ୍କି ଦେଉଛନ୍ତି। 

ଲୋକେ ତାକୁ ପୁଣି ଥରେ ରୋକୁଛନ୍ତି ତ, ସେ ଝୁଲାକୁ ତିନି ଚାରି ଥର ଘୂରାଇ ନିଜକୁ ଏଥିରେ ଲକ୍‌ କରି କରୁଛନ୍ତି। ପୁଣି କହୁଛନ୍ତି- ଚୁପଚାପ୍‌ ବସ୍‌ ଚାଲିବାକୁ ଦିଅ , କିନ୍ତୁ ଡ୍ରାଇଭର ଏମିତି ସ୍ଥିତିରେ ବସ୍‌କୁ ଆଗକୁ ବଢାଇବାକୁ ପ୍ରସ୍ତୁତ ହେଉ ନାହାନ୍ତି। ହେଲେ ଏହି ଭିଡ଼ିଓ କେଉଁ ସ୍ଥାନର ଏହାର କୌଣସି ସୂଚନା ନାହିଁ। ଏହି ଭିଡ଼ିଓ ଠାରୁ ଅଧିକ ମଜାଳିଆ ଏହା ଉପରେ ଆସିଥିବା କମେଣ୍ଟ।

ଜଣେ ୟୁଜର ଲେଖିଛନ୍ତି – ଭାବ ଆପଣଙ୍କ ଅଫିସ୍‌ ସମୟ ବିଳମ୍ୱ ହେଉଛି,ବସ୍‌ଙ୍କୁ ବସରେ ଏମିତି ଜିନିଷ  ବିଷୟରେ କହିବେ , ସେ କଣ ବିଶ୍ୱାସ କରିବେ ? ଆଉ ଜଣେ କହୁଛନ୍ତି – ସୋସିଆଲ ମିଡ଼ିଆ ନଥିଲେ କେବେ ଜଣା ପଡ଼ନ୍ତା ନାହିଁ ଦୁନିଆରେ କେତେ କେତେ ସବୁ କାର୍ଯ୍ୟ ହେଉଛି । 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.