ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେନ୍ଦୁଝର ଜିଲ୍ଲାର ୩ ପଞ୍ଚାୟତରେ ବିଜେଡିର ମାରାଥନ ବାଇକ ରାଲି

କେନ୍ଦୁଝର ସଦର, ୨୨।୫: କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପର୍ଜନପୁର, ପଳାଶପଙ୍ଗା, ନୂଆଗାଁ ପଞ୍ଚାୟତରେ ବିଜେଡିର ମାରାଥନ ବାଇକ ରାଲି । ଏହି ୩ଟି ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗାଁ ଗୁଡ଼ିକର ଯୁବ ବର୍ଗଙ୍କ ନେତୃତ୍ୱରେ ବିଜେଡି ତରଫରୁ ପଞ୍ଚାୟତ ସ୍ତରୀୟ ମାରାଥନ ପ୍ରଚାର, ବାଇକ ରାଲି ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଛି । 

ରାଲିରେ ବହୁ ଯୁବ ବିଜେଡି କର୍ମକର୍ତ୍ତା ସାମିଲ ହୋଇ ଜୟ ନବୀନ୍, ଜୟ ମୀନା ମାଝୀ ନାରା ପକେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ ବିକାଶ ମୂଳକ କାର୍ଯ୍ୟ ବିଷୟରେ ପ୍ରତ୍ୟେକ ପଞ୍ଚାୟତରେ ଲୋକଙ୍କୁ ଅବଗତ କରାଇଛନ୍ତି । ସ୍ଥାନୀୟ ସରପଞ୍ଚଠାରୁ ଆରମ୍ଭ କରି ବିଜେଡିର ଉଚ୍ଚପଦସ୍ଥ ପଦାଧିକାରୀ ଏହି ବାଇକ ରାଲିରେ ଅଂଶଗ୍ରହଣ କରି ସଦର ନିର୍ବାଚନଣ୍ଡଳୀର ବିଜେଡି ବିଧାୟିକା ପ୍ରାର୍ଥୀନୀ ମୀନା ମାଝୀଙ୍କୁ ନେଇ ମେଗା ରାଲି ମଧ୍ୟମରେ ପ୍ରତି ସାହିକୁ ବୁଲି ଭୋଟରଙ୍କୁ ସାକ୍ଷାତ କରି ମତଦାନ ଲୋଡ଼ିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.