ନୂଆଦିଲ୍ଲୀ,୧୯।୯: ବିଏସ୍ପି ସୁପ୍ରିମୋ ମାୟାବତୀ ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ କରିଛନ୍ତି। ଏହା ସହିତ ସେ କହିଛନ୍ତି, ଯଦି ୩୩% ବଦଳରେ ୫୦%ର ସଂରକ୍ଷଣ ଦିଆଯାଇଥାନ୍ତା ତେବେ ଆମ ଦଳ ଏହାକୁ ସ୍ବାଗତ କରିବ। ଆମେ ଆଶା କରୁଛୁ ଏଥର ଏହି ବିଲ୍ ପାସ୍ ହୋଇଯାଉ, ଯାହାକି ଦୀର୍ଘ ସମୟ ହେବ ଅଟକି ରହିଛି।
ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଏସ୍ପି ଅଧ୍ୟକ୍ଷ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ମହିଳା ସଂରକ୍ଷଣ ବିଲ୍କୁ ବିରୋଧ କରୁଥିବା ପାର୍ଟକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଜାତିବାଦୀ ପାର୍ଟି ମହିଳାଙ୍କୁ ଆଗକୁ ବଢିବାର ଦେଖିବାକୁ ଚାହୁଁନାହାନ୍ତି। ମାୟାବତୀ ମହିଳା ସଂରକ୍ଷଣ ବିଲ୍ରେ ଅଲଗା ଭାବରେ ଓବିସି ଓ ଏସସି ଏସଟି କୋଟା ନିର୍ଦ୍ଧାରିତ କରିବାର ଦାବି କରିଛନ୍ତି। ସେ କହିଛନ୍ତି, ଏହି ବର୍ଗର ମହିଳାଙ୍କୁ ଅଲଗା ଭାବରେ ସଂରକ୍ଷଣ କରାଯିବା ଦରକାର। ଯଦି ଏଭଳି ନହୁଏ ତେବେ ଆମେ ଏହା ମାନିକି ଚାଲିବୁ ଏମାନେ ମଧ୍ୟ କଂଗ୍ରେସ ଭଳି।
ମାୟାବତୀ କହିଛନ୍ତି, ମହିଳା ସଂରକ୍ଷଣ ବିଲ୍ ଦୀର୍ଘ ସମୟ ଧରି ଅଟକି ରହିଛି। ଏବେ ଆଶା କରାଯାଉଛି ସବୁ ଦଳ ସାଥ୍ ଦେବେ ଓ ଏଥର ପାସ୍ ହୋଇଯିବ। ମାୟାବତୀ କହିଛନ୍ତି, ସିଟ୍ ବଢାଯିବ ଯଦି ତେବେ କୌଣସି ପ୍ରକାର ରାଜନୀତି ନହେବା ଦରକାର। ମହିଳା ସଂରକ୍ଷଣ ବିଲ୍କୁ ଆମେ ପୁରା ସମର୍ଥନ ଦେବୁ। ଏହାକୁ ପାସ୍ କରିବାରେ ସାହାଯ୍ୟ କରିବୁ।