ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏନ୍‌ଏମ୍‌ସି ପକ୍ଷରୁ ବିଜ୍ଞପ୍ତି ଜାରି: ଖୋଲିବ ନୂଆ ପିଜି ପାଠ୍ୟକ୍ରମ, ବଢିବ ସିଟ୍‌

ଭୁବନେଶ୍ୱର,୧୬/୦୫: ରାଜ୍ୟରେ ଥିବା ମେଡିକାଲ କଲେଜରେ ଆରମ୍ଭ ହେବ ନୂଆ ପିଜି ପାଠ୍ୟକ୍ରମ । ଏଥିସହ ପିଜି ସିଟ୍‌ ସଂଖ୍ୟା ମଧ୍ୟ ବଢ଼ିବ । ଆସନ୍ତା ୨୦୨୪-୨୫ ଶିକ୍ଷାବର୍ଷରୁ ଏହା ଲାଗୁ ହେବ । ଏହା  ଜାତୀୟ ମେଡିକାଲ ଆୟୋଗ (ଏନ୍‌ଏମ୍‌ସି)ର ମେଡିକାଲ ଆସେସମେଣ୍ଟ୍‌  ଆଣ୍ଡ ରେଟିଂ ବୋର୍ଡ (ଏମ୍‌ଏଆର୍‌ବି) ତରଫରୁ ଜାରି ବିଜ୍ଞପ୍ତିରୁ ଜଣାପଡ଼ିଛି । ଏଥିସହ ରାଜ୍ୟରେ ଥିବା ସମସ୍ତ ମେଡିକାଲ କଲେଜକୁ ମଧ୍ୟ ଚିଠି  କରାଯାଇଛି । ମେଡିକାଲ କଲେଜରେ ନୂଆ ପିଜି ମେଡିକାଲ ପାଠ୍ୟକ୍ରମ ଖୋଲିବା ପାଇଁ ୧୦୫ ଓ ସିଟ୍‌ ବଢାଇବା ପାଇଁ ୫୩ଟି ଆବେଦନପତ୍ର  ଆସିଥିଲା । ଏହାପରେ ଆହୁରି ୨୫୪ଟି ଆବେଦନପତ୍ର ଅନଲାଇନ୍‌  ଯୋଗେ ଏମ୍‌ଏଆର୍‌ବିକୁ ମିଳିଥିଲା । ଏହି ଦାବି ଉପରେ ବିଚାର କରି  ଏମ୍‌ଏଆର୍‌ବି ଶେଷରେ ଏହି ନିଷ୍ପତ୍ତି ନେଇଛି । ଅପରପକ୍ଷେ, ଏହି ବିଜ୍ଞପ୍ତି  ଜାରି ହେବା ପରେ ଆସନ୍ତା ଶିକ୍ଷାବର୍ଷରୁ ନୂଆ ପିଜି ପାଠ୍ୟକ୍ରମ ଆରମ୍ଭ  ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସୂଚନା ଦେଇଛି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.